ବିଧାନସଭାରେ ଖଣି ଦୁର୍ନୀତି କଥା ଉଠାଇଲେ ବିରୋଧୀ ଦଳ ନେତା : ପ୍ରଦୀପ୍ତ ନାୟକ କହିଲେ, ଲିଜରେ ହୋଇଛି ଦୁର୍ନୀତି; ଜବାବ ରଖିଲେ ପ୍ରତାପ ଦେବ, ସେପଟେ ମୁଲତବୀ ପ୍ରସ୍ତାବ ଆଲୋଚନା ନେଇ ଗୃହରେ ହଟ୍ଟଗୋଳ

159

କନକ ବ୍ୟୁରୋ : ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଲେ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ । ଖଣି ମାଫିଆ ଓ ଅଫିସର ଲୁଟି ନେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଦୁର୍ନୀତି ହୋଇଛି, ମୁଷ୍ଟିମେୟ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ । ଏନେଇ ବାରମ୍ବାର ଚିଠି ଲେଖିଛି, ଉତ୍ତର ମିଳୁନି । ଖଣି ଲିଜ୍ ନବୀକରଣ ଓଡିଶା ପାଇଁ ଆତ୍ମଘାତୀ ।

ଖଣି ପ୍ରସଙ୍ଗ ନେଇ ବିରୋଧୀ ଶାସକ ମୁହାଁମୁହିଁ ହୋଇଛନ୍ତି । ଏ ପ୍ରସଙ୍ଗରେ ଗୃହରେ ବିରୋଧୀଙ୍କୁ ଜବାବ ରଖିଲେ ବିଜେଡି ବିଧାୟକ ପ୍ରତାପ ଦେବ । ସେ କହିଛନ୍ତି ୨୦୧୫ ୧୬ ରେ ପିୟୁସ ଗୋଏଲ ଓ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ଆସି କହିଲେ ଓଡିଶା ଖଣି ରାଜସ୍ବରୁ ଲକ୍ଷାଧିକ ଟଙ୍କା ପାଇବ । ହେଲେ କେତେ ଟଙ୍କା ଓଡିଶାକୁ ମିଳିଲା ବୋଲି ମତ ଦେଇଛନ୍ତି । ଖଣି ନିଲାମ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଗାଇଡ଼ ଲାଇନ ଅନୁସାରେ ହୋଇଛି । କିଛି ଲୁଚାଯାଉନାହିଁ । ସି ଇ ସି ତଦନ୍ତ ବେଳେ କାହିଁକି କଂଗ୍ରେସ ତଥ୍ୟ ରଖି ନ ଥିଲା । ନିର୍ଦ୍ଧିଷ୍ଟ ତଥ୍ୟ ଥିଲେ ବିରୋଧୀ ସର୍ବସମ୍ମୁଖରେ ରଖନ୍ତୁ କିନ୍ତୁ ଏହାକୁ ରାଜନୀତି କରାନଯାଉ । ବରଂ ଆଲୋଚନା କରି ସମାଧାନ କରାଯାଉ ।

ସେପଟେ ମୁଲତବୀ ପ୍ରସ୍ତାବ ଆଲୋଚନା ଭାଗକୁ ନେଇ ଗୃହରେ ଅଚଳାବସ୍ଥା । ଗୃହରେ ହଟ୍ଟଗୋଳ କରିବା ସହ ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କଲେ କଂଗ୍ରେସ ଓ ବିଜେପି । ବିଜେପିର ମୁଲତବୀ ପ୍ରସ୍ତାବ ଗ୍ରହଣ ନ କରିବାକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ ଦଳ ନେତା । କାହିଁକି ବିଜେପି ଦେଇଥିବା ପ୍ରସ୍ତାବକୁ କାହିଁକି ଗ୍ରହଣ କରାଗଲା ନାହିଁ । କଂଗ୍ରେସର ଯଦି ମୁଲତବୀ ପ୍ରସ୍ତାବ ଦିଆଗଲା କାହିଁକି ଆମ ସହ ଆଲୋଚନା କରାଗଲା ନାହିଁ । ଆମେ ପ୍ରଧାନମନ୍ତ୍ରୀ କୃଷକ ସମ୍ନାନ ନିଧିରେ ୨୦ ଲକ୍ଷ ଲୋକ ପାଉଛନ୍ତି । ୩୭ ଲକ୍ଷ ଲୋକ ପ୍ରଥମ କିସ୍ତିରେ ପାଇଥିଲେ। ଦ୍ଵିତୀୟ କିସ୍ତିରେ ୧୭ ଲକ୍ଷ କୁଆଡେ ଗଲେ ବୋଲି ପ୍ରଶ୍ନ କଲେ ବିରୋଧୀ ଦଳ ନେତା ।