ହଟ୍ଟଗୋଳ ପାଇଁ ପ୍ରସାରଣ ବନ୍ଦ: ନାଗରିକତା ସଂଶୋଧନ ବିଲ ନେଇ ରାଜ୍ୟସଭାରେ ହଙ୍ଗାମା । ରାଜ୍ୟସଭା ଟିଭିର ପ୍ରସାରଣକୁ କିଛି ସମୟ ବନ୍ଦ କଲେ ଉପରାଷ୍ଟ୍ରପତି

523

କନକ ନ୍ୟୁଜ: ରାଜ୍ୟସଭାରେ ଆଜି ନାଗରିକତା ସଂଶୋଧନ ବିଲ୍ ଆଗତ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଏହି ଅବସରରେ ବିଲ୍ ଉପରେ ବେଶ ଗରମାଗରମ ଆଲୋଚନା ଚାଲିଛି । ବିରୋଧୀ ଦଳମାନେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଘେରିଛନ୍ତି । ତେବେ ଆଜି ପରିସ୍ଥିତି ଏତେ ସରଗରମ ହୋଇଥିଲା ଯେ ବାଧ୍ୟ ହୋଇ ରାଜ୍ୟସଭା ଟିଭିର ପ୍ରସାରଣକୁ କିଛି ସମୟ ପାଇଁ ବନ୍ଦ କରାଯାଇଥିଲା ।

ଏହି ବିଲ ଉପରେ ଅମିତ ଶାହା ନିଜର ବକ୍ତବ୍ୟ ରଖୁଥିବାବେଳେ କଂଗ୍ରେସ, ଡିଏମକେ, ଟିଏମସି, ଆରଜେଡି, ବିଏସପି, ଏସପି ପରି ବିରୋଧୀ ଦଳର ନେତାମାନେ ପ୍ରବଳ ହଟ୍ଟଗୋଳ କରୁଥିଲେ ଓ ଗୃହକାର୍ୟ୍ୟରେ ବ୍ୟାଘାତ ସୃଷ୍ଟି କରୁଥିଲେ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ ହଟ୍ଟଗୋଳ କରୁଥିବା ସଦସ୍ୟମାନଙ୍କୁ ଚେତାବନୀ ଦେବା ସହ ସେମାନଙ୍କ ବକ୍ତବ୍ୟ ରେକର୍ଡକୁ ଯିବନାହିଁ ବୋଲି କହିଥିଲେ । ଏହି ସମୟରେ ସେ ଲାଲ ଆଲୋକ ଦବାଇଥିଲେ । ଏହାର ଅର୍ଥ ହେଉଛି ପ୍ରସାରଣ ବନ୍ଦ ପାଇଁ ସେ ନିର୍ଦ୍ଦେଶ ଦେଲେ ।