ବିଜେପି ନେତ୍ରୀ ଲେଖାଶ୍ରୀଙ୍କ ବୟାନକୁ ନେଇ ବଢୁଛି ବିରୋଧ : ଟୁଇଟ କରି ସମାଲୋଚନା କଲେ ବିଜେଡି ସାଂସଦ ଅମର ପଟ୍ଟନାୟକ; କହିଲେ, ଓଡିଶା ଓ ଜଗନ୍ନାଥଙ୍କ ପ୍ରତି ଅପମାନ

ସୁର ରାଉତରାୟ କହିଲେ, ଲେଖାଶ୍ରୀଙ୍କର ହେଲାଣି ମତିଭ୍ରମ

320

କନକ ବ୍ୟୁରୋ : ବିଜେପି ନେତ୍ରୀଙ୍କ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିବଦୀୟ ବୟାନକୁ ନେଇ ବଢୁଛି ପ୍ରତିକ୍ରିୟା । ଲେଖାଶ୍ରୀ କହିଥିଲେ , ପୁରୀକୁ ଦେଶବାସୀ କଲିକତାର ବୋଲି ଜାଣିଥିଲେ । ଯେତେବେଳେ ପୁରୀ ଲୋକସଭା ଆସନରୁ ସମ୍ବିତ ପାତ୍ର ନିର୍ବାଚନ ଲଢ଼ିଲେ, ସେତେବେଳେ ପୁରୀ ଓଡ଼ିଶାର ବୋଲି ଜାଣିବାକୁ ପାଇଲେ ଦେଶବାସୀ । ଲେଖାଶ୍ରୀଙ୍କ ଏପରି ବିବାଦୀୟ ବୟାନ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିରୋଧ ଦେଖିବାକୁ ମିଳିଛି ।

ଘଟଣାକୁ ନେଇ ଟୁଇଟ୍ କରି ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଅମର ପଟ୍ଟନାୟକ । ଅମର ପଟ୍ଟନାୟକ ଟୁଇଟ୍ କରି କହିଛନ୍ତି . ଆଗରୁ ଜୟ ପଣ୍ଡା କହିଥିଲେ ଓଡିଶା ପାକିସ୍ତାନ ପରି , ଆଉ ଏବେ ଏକଥା । ଓଡିଶା ଓ ଜଗନ୍ନାଥଙ୍କ ପ୍ରତି ଏଟା ଅପମାନ୍ । ଓଡିଶାର ଜନତା , ବିଜେପିକୁ ପ୍ରତ୍ୟାଖାନ କରିବାରୁ ଓଡିଶାବାସୀଙ୍କୁ ଅପମାନ ଦେବାକୁ ଏପରି କାମ କରାଯାଉଥିବା ଟୁଇଟ୍ କରିଛନ୍ତି ସାଂସଦ ଅମର ପଟ୍ଟନାୟକ । ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିବଦୀୟ ବୟାନକୁ ପୁରୀ ସାଂସଦ ପିନାକୀ ମିଶ୍ର ମଧ୍ୟ ସମାଲେଚନା କରିଛନ୍ତି ।

ସେପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ ମଧ୍ୟ ବର୍ଷିଛନ୍ତି । ସୁର କହିଛନ୍ତି ପ୍ରଭୁ ଜଗନ୍ନାଥ ହିମାଳୟ । ତାଙ୍କ ଆଗରେ ସମ୍ୱିତ୍ ପାତ୍ର ଧୂଳି ବି ହେବେ ନାହିଁ । ମାଡାମ୍ ଲେଖାଶ୍ରୀ କାହାକୁ କାହା ସହିତ ତୁଳନା କରୁଛନ୍ତି । ତାଙ୍କର ମତିଭ୍ରମ ଘଟିଲାଣି ବୋଲି କହିଛନ୍ତି ସୁର ରାଉତରାୟ । ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି ଲେଖାଶ୍ରୀ ସାମନ୍ତ ସିଂହାର ଯଦି ଏଭଳି କଥା କହିଛନ୍ତି ତାହେଲେ ଏହା ହାସ୍ୟାସ୍ପଦ । ସେ ଏନେଇ ଦୁଃଖ ପ୍ରକାଶ କରିବା କଥା । ଜଗନ୍ନାଥ ଧାନ ଜଗନ୍ନାଥଙ୍କ ପାଇଁ ସାରା ବିଶ୍ୱରେ ପରିଚିତ, ସମ୍ବିତ ପାତ୍ର ପାଇଁ ନୁହେଁ ବୋଲି କହିଛନ୍ତି ପ୍ରଦୀପ ପୁରୋହିତ ।