କନକ ବ୍ୟୁରୋ : ରାଜ୍ୟ ରାଜନୀତିରେ ଚର୍ଚାର ପ୍ରସଙ୍ଗ ସାଜିଛି ନାବାଳିକା ପରୀ ହତ୍ୟାକାଣ୍ଡ ଘଟଣା । ଆଜି କଂଗ୍ରେସର ଏକ ଟିମ୍ ନୟାଗଡ ଜିଲ୍ଲା ଯଦୁପୁର ଗସ୍ତ କରି ପରୀଙ୍କ ପରିବାରକୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ପ୍ରଭାରୀ ଏ ଚେଲ୍ଲାକୁମାର ଆଜି ଏହି ଗସ୍ତରେ ଯିବେ । ପିସିସି ସଭାପତି ନିରଂଜନ ପଟ୍ଟନାୟକ ସମେତ ବରିଷ୍ଠ
କଂଗ୍ରେସ ନେତାମାନେ ଏହି ଟିମରେ ନୟାଗଡ ଗସ୍ତ କରି ପରିବାର ଲୋକଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ତେବେ ପରୀ ପ୍ରସଙ୍ଗରେ ଦଳ ଭିତରେ ଥିବା ଫାଟ ପ୍ୟାଚ ପଡିଥିବା କୁହାଯାଉଛି । ସେପଟେ କିଛି ଦିନ ପୂର୍ବରୁ ବିଜେପି ବିଧାୟକ ଦଳ ପରୀଙ୍କ ଗାଁ ଯଦୁପୁରକୁ ଗସ୍ତ କରି ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ ଏବଂ ନ୍ୟାୟ ପାଇଁ ଲଢେଇ ଜାରି ରହିବ ବୋଲି କହିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/4-8.jpg)