ନୂଆ ଥାନା ଖୋଲିଲାନି, ବିରୋଧୀ ଗର୍ଜିଲେ ।

94

କନକ ବ୍ୟୁରୋ : ସୁରୁଖୁରୁରେ ଚାଲିଛି ବିଧାନସଭା । ମୌସୁମୀ ଅଧିବେଶନର ୫ମ ଦିନରେ ସ୍ୱାଭାବିକ ଭାବେ ଚାଲିଛି ଗୃହ । ପ୍ରଶ୍ନକାଳରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସରଗରମ ଆଲୋଚନା ଚାଲିଛି । ନୂଆ ପୋଲିସ ଷ୍ଟେସନ ଓ ଥାନା ଖୋଲିବା ନେଇ ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି । ରାଜ୍ୟରେ ୬୮ଟି ନୂଆ ଥାନା, ୧୦୩ଟି ଫାଣ୍ଡି ପ୍ରତିଷ୍ଠା ସହ ୩ଟି ଥାନାର ନବୀକରଣ କରିବା ପାଇଁ ୬୦ ଜଣ ବିଧାୟକ ପ୍ରସ୍ତାବ ଦେଇଥିଲେ । ବିଧାୟକଙ୍କ ପ୍ରସ୍ତାବ ଆଧାରରେ ବାଚସ୍ପତି ରୁଲିଂ ଦେଇଥିଲେ ସୁଦ୍ଧା ଏହା କାର୍ୟ୍ୟକାରୀ ହେଉନଥିବାରୁ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସେହିପରି ରାଜ୍ୟରେ ବିଭିନ୍ନ ଅଂଚଳରେ ଫାଣ୍ଡି ପ୍ରତିଷ୍ଠା ନେଇ ବିଳମ୍ବରେ ଉଦବେଗ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ତେବେ ଏହି ପ୍ରସଙ୍ଗରେ ବିରୋଧୀଙ୍କ ପ୍ରଶ୍ନର ଉତର ରଖୁଛନ୍ତି ଗୃହ ରଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ।

ରାଜ୍ୟରେ ଥାନା ଓ ଫାଣ୍ଡି ଖୋଲିବା ନେଇ ଗୃହରେ ୪୦ ବିଧାୟକଙ୍କ ଉଦବେଗକୁ ଦେଖି ବାଚସ୍ପତିଙ୍କ ରୁଲିଂ । ପୋଲିସ ଡ଼ିଜି, ଡିଆଜି କ୍ରାଇମବ୍ରାଞ୍ଚ ଓ ଗୃହ ସଚିବଙ୍କୁ ଡାକି ଆଲୋଚନା କରନ୍ତୁ । ଆଜିର ପ୍ରଶ୍ନକାଳ ସରିବା ପରେ ବୈଠକ ଡାକି ଆଲୋଚନା କରନ୍ତୁ । ଆଉ ଏ ନେଇ ଗୃହରେ ଏକ ବିବୃତି ରଖନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।