କନକ ବ୍ୟୁରୋ: ୨୦୧୬ ମସିହା ଏପ୍ରିଲ ମାସର ଘଟଣା । କୋଲକାତା ବିବେକାନନ୍ଦ ରୋଡରେ ଥିବା ବିଶାଳ ଫ୍ଲାଇଓଭର ବ୍ରିଜ ଭୁଶୁଡିପଡିଥିଲା । ଘଟଣାକୁ ନେଇ ଭିନ୍ନ ଅନ୍ଦାଜରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କୁ ସମାଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମମତା ବାର୍ନାଜୀଙ୍କୁ ଟାର୍ଗେଟ କରି ମୋଦୀ କହିଥିଲେ କି ଦୁର୍ଘଟଣା ଏକ ଈଶ୍ୱରକୃତ୍ୟ ଥିଲା । ସ୍ୱୟଂ ଭଗବାନ ପଶ୍ଚିମବଙ୍ଗବାସୀଙ୍କୁ ସେଠାକାର ସରକାରଙ୍କ ଦୁର୍ନୀତିକୁ ପ୍ରମାଣ ସହ ଦେଖାଇଛନ୍ତି । ଏବେ ପୋଲ ଭାଙ୍ଗିଛି ଆଗକୁ ସରକାର ଭାଙ୍ଗିବ । ରାଜ୍ୟକୁ ବଞ୍ଚାଇବା ପାଇଁ ଏହା ଏକ ବାର୍ତ୍ତା ଅଟେ ।
ପ୍ରଧାନମନ୍ତ୍ରୀଙ୍କ ସେଦିନି ଏହି ଭାଷଣ ଏବେ ବିରୋଧୀଙ୍କ ପାଇଁ ଅସ୍ତ୍ର ସାଜିଛି । ଟୁଇଟ କରି କଂଗ୍ରେସ ସହ ଅନ୍ୟାନ୍ୟ ଦଳ ମୋଦୀଙ୍କୁ ସମାଲୋଚନା ପରେ ସମାଲୋଚନା କରୁଛନ୍ତି । କଂଗ୍ରେସ ନେତା ଦିଗବିଜୟ ସିଂ ଟୁଇଟ କରି କହିଛନ୍ତି
• ପୋଲ ମରାମତି ସଠିକ ଭାବେ ହୋଇଛି ନା ନାହିଁ ସେକଥାର ତଥ୍ୟ କାହା ପାଖରେ ଥିଲା ?
• ମରାମତି ଯଦି ଶେଷ ହୋଇନଥିଲା ତେବେ ଏହାକୁ କଣ ପାଇଁ ଖୋଲାଗଲା?
• ଏକାଠି ଏତେ ସଂଖ୍ୟକ ଲୋକଙ୍କୁ ଯିବା ପାଇଁ କେମିତି ଅନୁମତି ଦିଆଗଲା?
• ଗୁଜରାଟରେ ୨୭ବର୍ଷ ଧରି ଶାସନ କରୁଥିବା ବିଜେପି ସରକାରଙ୍କ ଏହା କଣ ବିକାଶର ମଡେଲ କି?
• ଦୁର୍ଘଟଣା ପାଇଁ ରାଜ୍ୟସରକାର ନିଜକୁ ସମ୍ପୂର୍ଣ୍ଣ ଦାୟୀ କରିବେ କି ?
• ବିରୋଧୀ କହୁଛନ୍ତି ଗୁଜରାଟରେ ୨୭ବର୍ଷ ଧରି ଶାସନ କରୁଥିବା ବିଜେପିର ଏହା ‘ଆକ୍ଟ ଅଫ ଗଡ୍’ ନୁହେଁ ‘ଆକ୍ଟ ଅଫ ଫ୍ରଡ୍’
ଏବେ ପ୍ରଶ୍ନ ଉଠୁଛି କୌଣସି ପୋଲ ଦୁର୍ଘଟଣାକୁ ନେଇ ଅନ୍ୟ ଦଳକୁ ସମାଲୋଚନା କରୁଥିବା ପ୍ରଧାନମନ୍ତ୍ରୀ ମୋଦୀ ଗୁଜରାଟ ମୋରବୀ ଝୁଲା ପୋଲ ଦୁର୍ଘଟଣାକୁ ନେଇ କଣ କହିବେ ? ବିଜେପିର ଗଡ କୁହାଯାଉଥିବା ଗୁଜରାଟରେ ଏତେ ବଡ ଅଘଟଣକୁ ନେଇ ଶାସନରେ ଥିବା ବିଜେପି ସରକାର କଣ ଜବାବ ଦେବେ ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/30-15.jpg)