ମେକ୍ ଇନ୍ ଇଣ୍ଡିଆ ନୁହେଁ ମେକ୍ ଇନ୍ ଫ୍ରାନ୍ସ । ସିଏଜି ବା କଣ୍ଟ୍ରୋଲର ଅଡିଟର ଜେନେରାଲ ରିପୋର୍ଟ ଆସିବା ପରେ ମୋଦିଙ୍କ ଉପରେ ଆକ୍ରେମଣ କରିଛି ବିରୋଧୀ କଂଗ୍ରେସ । କଂଗ୍ରେସ କହିଛି କି ମେକ୍ ଇନ ଇଣ୍ଡିଆ ନୁହେଁ ମେକ୍ ଇନ୍ ଫ୍ରାନ୍ସ ।

878

କନକ ବ୍ୟୁରୋ : ଡାସଲ୍ଡ ଏଭିଏସନର ଅଫସେଟ୍ ବାଧ୍ୟତାମୂଳକ ବୋଲି ସିଏଜି ରିପୋର୍ଟ ଦେବା ପରେ ଏହାକୁ ନେଇ ପ୍ରଶ୍ନ ଉଠିଛି । କଂଗ୍ରେସ ଜାତୀୟ ମୁଖପାତ୍ର ରଣଦୀପ ସୁରେଜୱାଲା ଏନେଇ ଏକ ଟ୍ୱିଟ କରିଛନ୍ତି । ସେ ଟ୍ୱିଟରରେ ଲେଖିଛନ୍ତି କି ମେକ୍ ଇନ୍ ଇଣ୍ଡିଆ ଏବେ ମେକ୍ ଇନ ଫ୍ରାନ୍ସରେ ପରିଣତ ହୋଇଛି । ସେ ଆହୁରି ଲେଖିଛନ୍ତି କି ରାଫେଲ ଜେଟ୍ ନିର୍ମାଣ କରିଥିବା ଫ୍ରାନ୍ସର ଫାର୍ମା ଦାସଲ୍ଡ ଏଭିଏସନର ଅଫସେଟ୍ ବାଧ୍ୟତାମୂଳକ ବୋଲି ସିଏଜି ରିପୋର୍ଟ ଦେଇଛି ।

ଫଳରେ ଦେଶର ସବୁଠାରୁ ବଡ ପ୍ରତିରକ୍ଷା ଡିଲର ଘୋଟାଲା କ୍ରମାନୁସାରେ ଆସୁଛି । ନୂତନ ସିଏଜି ରିପୋର୍ଟରେ ରାଫାଲ ଅଫସେଟ୍ ର ‘ଟେକ୍ନୋଲୋଜି ସ୍ଥାନାନ୍ତର’ ମାମଲାକୁ ସ୍ଥଗିତ ରଖାଯାଇଛି ବୋଲି ଗ୍ରହଣ କରାଯାଇଛି । ଏହାସହ ବର୍ତମାନ ଡିଆଡିଓର ଟେକ୍ ଟ୍ରାନ୍ସଫର ସାଇଡ ହୋଇଛି । ହେଲେ ପ୍ରଧାନମନ୍ତ୍ରୀ କହୁଛନ୍ତି ସବ୍ ଚାଙ୍ଗାସୀ ।

ଏବେ ଆସନ୍ତୁ ଜାଣିବ ଅଫସେଟ୍ କଣ । ସିଏଜି ଦ୍ୱାରା ସଂସଦରେ ଉପସ୍ଥାପିତ ହୋଇଥିବା ଏକ ରିପୋର୍ଟରେ ଡାସଲ୍ଡ ଏଭିଏସନ୍ ପ୍ରତିରକ୍ଷା ମନ୍ତ୍ରଣାଳୟର ଅଫସେଟ୍ ସମ୍ବନ୍ଧୀୟ ନୀତି ସହିତ ୩୬ ଟି ରାଫେଲ ବିମାନ ଯୋଗାଇବା ପାଇଁ ଭାରତ ସହିତ ଚୁକ୍ତି କରିଛି । ହେଲେ ଫ୍ରାନ୍ସର ଏହି ସଂସ୍ଥା ଏ ପର୍ଯ୍ୟନ୍ତ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ କରିନାହିଁ କି ରାଫାଲ ଡିଲରେ ଥିବା ଅଫ୍ସେଟ ସର୍ତ୍ତ ପୁରଣ କରିନାହିଁ ।

ବାସ୍ତବରେ ଅଫ୍ସେଟ୍ ନୀତି ମୁତାବକ କୌଣସି ବିଦେଶୀ କମ୍ପାନୀ ସହିତ ହୋଇଥିବା ଡିଲର କିଛି ଅଂଶ ଭାରତକୁ ଏଫଡିଆଇ ଆକାରରେ ଆସିବା କଥା । ଟେକ୍ନୋଲୋଜିର ସ୍ଥାନାନ୍ତର, ସ୍ଥାନୀୟ ଉପାଦାନ ଓ ଉତ୍ପାଦନ କିମ୍ବା ଚାକିରୀ ସୃଷ୍ଟି କରିବା କଥା ଯାହାକୁ ଡାସଲ୍ଡ ଏଭିଏସନ ପୂରଣ କରିନାହିଁ ।

ରାଫାଲ ଚୁକ୍ତି ସମୟରେ ଫ୍ରାନ୍ସ ନବୀକରଣ ହୋଇଥିବା କାଭେରୀ ଇଞ୍ଜିନ୍ରେ ଭାରତର ହାଲୁକା ଯୁଦ୍ଧ ବିମାନରେ ଲାଗିଥିବା ଆମେରିକୀୟ କମ୍ପାନୀର ଇଞ୍ଜିନକୁ ବଦଳାଇବା କାର୍ଯ୍ୟ କରିବାକୁ ରାଜି ହୋଇଥିଲା । କିନ୍ତୁ ଡାସଲ୍ଡ ଏଭିଏସନ୍ ଏଯାଏ ତାହା କରିନାହିଁ । ଏଭଳି ସମ୍ବେଦନଶୀଳ ମାମଲାରେ ପୂର୍ବରୁ ବିରୋଧୀ ମାନେ ମୋଦି ସରକାରଙ୍କୁ ଘେରିଥିବା ବେଳେ ସିଏଜିଙ୍କ ରିପୋର୍ଟ ସାଂସଦରେ ଉପସ୍ଥାପିତ ହେବା ପରେ ସରକାରଙ୍କୁ ଆକ୍ରମଣ କରିବାକୁ ବିରୋଧୀଙ୍କୁ ଏକ ସୁଯୋଗ ମିଳିଛି ।