କାହିଁକି ଜନବିରୋଧୀ କହିଲେ ମୁଖ୍ୟମନ୍ତ୍ରୀ ? ବିଜେପି ଆଣିଲା ସ୍ୱାଧିକାର ଭଙ୍ଗ ନୋଟିସ୍; କଂଗ୍ରେସର ସମର୍ଥନ, ବିଜେଡି ବିଧାୟକ କହିଲେ ଏମାନେ ବିକାଶ ବିରୋଧୀ

118

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ । ନୋଟିସ୍ ଆଣିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ଗତ ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ଦେଇଥିବା ବିବୃତିକୁ ନେଇ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଛନ୍ତି । ବିରୋଧୀ ଦଳ ଭାବେ ବିବୃତି ରଖିବାକୁ ଦାବି କରିନଥିଲେ ମଧ୍ୟ ନିଜ ଆଡୁ ବିବୃତି ରଖିଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଫାଇଭ୍-ଟି ସଚିବଙ୍କୁ ଘଣ୍ଟ ଘୋଡ଼ାଇବା ପାଇଁ ବିବୃତି ରଖିଥିଲେ ବୋଲି ଅଭିଯୋଗ କରିଛନ୍ତି ମୋହନ ମାଝୀ ।

ଏମିତି କି ବିରୋଧୀମାନଙ୍କୁ ଜନବିରୋଧୀ ବୋଲି କହିଥିଲେ । କିଏ ଜନବିରୋଧୀ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ । ଏଥିପାଇଁ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ଏବଂ ଏହି ଶବ୍ଦକୁ ବାଦ ଦିଅନ୍ତୁ ବୋଲି କହିଛନ୍ତି ମୋହନ ମାଝୀ । ଏପଟେ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଯେଉଁ ମୁଖ୍ୟମନ୍ତ୍ରୀ ଜନବିରୋଧୀ କାର୍ଯ୍ୟ କରୁଛନ୍ତି, ସେହି ମୁଖ୍ୟମନ୍ତ୍ରୀ ବିରୋଧୀ ଦଳକୁ ଜନ ବିିରୋଧୀ କହିବା ଅପମାନିତ କରିଛି ।

ସେହିପରି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆସୁଥିବା ସ୍ୱାଧିକାର ଭଙ୍ଗ ନୋଟିସ୍ ସଂପୂର୍ଣ୍ଣ ଠିକ୍ ବୋଲି କହିଛନ୍ତି ନରସିଂହ ମିଶ୍ର । ଏହି ପ୍ରସଙ୍ଗରେ କଂଗ୍ରେସ ଗୃହରେ ଆଲୋଚନା କରିବାକୁ ଚାହୁଁଛି କିନ୍ତୁ ସୁଯୋଗ ଦିଆଯାଉନାହିଁ ବୋଲି ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି । ଏପଟେ ବିରୋଧୀଙ୍କ ଆକ୍ରମଣର ଜବାବ୍ ରଖିଛି ବିଜେଡି । ଯେଉଁମାନେ ବିକାଶର ବାଟ ଓଗାଳୁଛନ୍ତି ସେମାନେ ଜନବିରୋଧୀ ବୋଲି କହିଛନ୍ତି- ବିଜେଡି ବିଧାୟକ ଧ୍ରୁବ ସାହୁ ।