କନକ ବ୍ୟୁରୋ: ଆଜି ବିଜେଡି ବିଧାୟକ ଦଳ ବୈଠକ ବସିବ । ବୈଠକରେ ବିରୋଧୀ ଦଳ ନେତା ନିର୍ବାଚିତ ହେବେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ନେତା ପାଇଁ ଦିଆଯିବ ପ୍ରସ୍ତାବ । ଏନେଇ ଅଶ୍ୱିନୀ ପାତ୍ର ସୂଚନା ଦେଇଛନ୍ତି । ବୈଠକରେ ବିଜେଡି ପରାଜୟର କାରଣ ମଧ୍ୟ ଖୋଜାଯିବ । ପରାଜୟ ପଇଁ କେଉଁ କେଉଁ ପ୍ରସଙ୍ଗ ଫ୍ୟାକ୍ଟର ହେବ ସେ ନେଇ ଆଲୋଚନା କରାଯିବ । ବିଜେପିର ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଓ ଭିକେ ପାଣ୍ଡିଆନ ହାରିବା ପଛରେ ଉତରଦାୟି କି ନୁହେଁ ସେ ନେଇ ଆଲୋଚନା ହେବ ।

Advertisment

ସେହିପରି ପ୍ରଥମ ଥର ପାଇଁ ବିଜେଡି ବିରୋଧୀ ଆସନରେ ବସିଛି । ଦୀର୍ଘ ୨୪ ବର୍ଷ କ୍ଷମତାରେ ବସିବା ପରେ ଏବେ ବିରୋଧୀ ଆସନକୁ ଆସିଛି । ତେଣୁ କେଉଁ ପ୍ରସଙ୍ଗରେ କିଭଳି ଆଭିମୁଖ୍ୟ ରହିବ ସେ ନେଇ ମଧ୍ୟ ଆଲୋଚନା ହେବ ।