ନିମାପଡା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିରୋଧ: ନିଜ ନିର୍ବାଚନମଣ୍ଡଳୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବାବେଳେ କଳା ପତାକା ଦେଖାଇ ପ୍ରତିବାଦ 

Advertisment
ନିମାପଡା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିରୋଧ: ନିଜ ନିର୍ବାଚନମଣ୍ଡଳୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବାବେଳେ କଳା ପତାକା ଦେଖାଇ ପ୍ରତିବାଦ 

କନକ ବ୍ୟୁରୋ: ନିମାପଡା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ନିଜ ନିର୍ବାଚନ ମଣ୍ଡଳୀରେ ବିରୋଧ । ବେଦପୁର ପଂଚାୟତ କୋଠାଘର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବାବେଳେ ସମୀରଙ୍କୁ ବିରୋଧ କରିଛନ୍ତି କିଛି ଅସନ୍ତୁଷ୍ଟ ଯୁବକ । କଳାପତାକା ଦେଖାଇ ବିଧାୟକଙ୍କ ଗାଡି ଆଗରେ ପ୍ରତିବାଦ କରିଛନ୍ତି । ଏଥିସହ ସମୀରଙ୍କ କୁଶପୁତଳିକା ଦାହ କରିଛନ୍ତି । ବିରୋଧ କରିଥିବା ଯୁବକମାନେ ଅସନ୍ତୁଷ୍ଟ ବିଜେଡି କର୍ମୀ ବୋଲି କୁହାଯାଉଛି । ଏହାକୁ ନେଇ ଘଟଣାସ୍ଥଳରେ ଉତେଜନା ଲାଗି ରହିଛି । ତେବେ ରାସ୍ତା ବଦଳାଇ କାର୍ଯ୍ୟକ୍ରମ ସ୍ଥଳକୁ ବିଧାୟକ ଯାଇଥିବା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe