କନକ ବ୍ୟୁରୋ : ରାଜ୍ୟର ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ନିଜ ନିର୍ବାଚନ ମଣ୍ଡଳିରେ ବିରୋଧ କରାଯାଇଛି । ଉଦଘାଟନ ପୂର୍ବରୁ ଫଳକ ଭାଙ୍ଗି ମନ୍ତ୍ରୀଙ୍କୁ ବିରୋଧ କରିଛନ୍ତି ସ୍ଥାନୀୟ ଅଂଚଳର ଲୋକେ । ମହାକାଳପଡା ବତୀଘର ପଂଚାୟତ ନିପାଣିଆଠାରେ ମନ୍ତ୍ରୀଙ୍କ ନବ ନିର୍ମିତ ବିଜୁ ସେତୁ ଉଦଘାଟନ କାର୍ଯ୍ୟକ୍ରମ ଥିଲା । କିନ୍ତୁ ରାତିରେ କେହି ଫଳକ ଭାଙ୍ଗି ଦେଇଥିଲେ । ହେଲେ କିଏ ଭାଙ୍ଗିଲା କାହା ପାଖରେ ଖବର ନଥିଲା । ତେଣୁ ଉଦଘାଟନ ହେବ ନା ନାହିଁ ଦ୍ୱନ୍ଦ୍ୱ ଲାଗି ରହିଥିଲା । ମନ୍ତ୍ରୀ କିନ୍ତୁ ନିର୍ଦ୍ଧାରିତ ସମୟରେ ପହଂଚି ଫ୍ଲେକ୍ସ ଲଗାଇ ନଡିଆ ବାଡେଇ ବିଜୁ ସେତୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଫଳକ ଭାଙ୍ଗିବା ଘଟଣାକୁ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନକୁ ମନ୍ତ୍ରୀ ଏଡାଇ ଯାଇଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ସେପଟେ ବତୀଘର ପଂଚାୟତର ଦକ୍ଷିଣ ବରକୋଳିଖଳା ଠାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇଥିଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ । ସଭାରେ ହଜାର ହଜାର ଲୋକ ସାମିଲ ହୋଇଥିଲେ । ଏହି ଅବସରରେ ସେ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ, ମିଶନ ଶକ୍ତି ଗୃହର ଉଦଘାଟନ କରିଛନ୍ତି ।
ବିଧାନସଭା ନିର୍ବାଚନକୁ ମାତ୍ର କିଛି ମାସ ବାକି ରହିଥିବା ବେଳେ ନିଜ ନିର୍ବାଚନୀ ମଣ୍ଡଳରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ବିରୋଧ ଭିନ୍ନ ବାର୍ତା ଦେଉଛି ।