ପ୍ରଚାର ବେଳେ ଚୌଦ୍ୱାର-କଟକ ବିଧାୟକ ପ୍ରାର୍ଥୀ ନୟନ ମହାନ୍ତିଙ୍କୁ ପ୍ରବଳ ବିରୋଧ । ଘଟଣାସ୍ଥଳରେ ତୁମୁଳକାଣ୍ଡ ।

2,910

କନକ ବ୍ୟୁରୋ: କଟକରେ ବିଜେପି ମିଶ୍ରଣ ପର୍ବ ବେଳେ ଚୌଦ୍ୱାର-କଟକ ବିଧାୟକ ପ୍ରାର୍ଥୀ ନୟନ ମହାନ୍ତିଙ୍କୁ ପ୍ରବଳ ବିରୋଧ । ମିଶ୍ରଣ ପର୍ବ ଚାଲିଥିବା ବେଳେ ବିଜେପିର ଗୋଟିଏ ଗୋଷ୍ଠୀ ସଭାସ୍ଥଳ ନିକଟକୁ ଆସି ନୟନ ମହାନ୍ତିଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରିଥିଲେ । ନୟନଙ୍କ ସମର୍ଥକ ଏହାକୁ ବିରୋଧ କରିବାରୁ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବା ସହ ପିଟାପିଟି ହୋଇଥିଲେ । ଏହାକୁ ନେଇ ନୟନ ମହାନ୍ତି କହିଛନ୍ତି, ଗଣ୍ଡଗୋଳ ସଂପର୍କରେ ସେ କିଛି ଜାଣିନାହାନ୍ତି । ବିରୋଧୀ ଗୋଷ୍ଠୀ କିଛି ଲୋକଙ୍କୁ ପ୍ରବର୍ତାଇ ଏପରି କିରିଛନ୍ତି ବୋଲି କହିଛନ୍ତି ନୟନ ମହାନ୍ତି ।