ଆମେରିକାରେ ପାଠ ପଢିବାକୁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କୁ ସୁଯୋଗ : କାଲିଠୁ ଆରମ୍ଭ ହେଉଛି ଏଜୁକେସନ ୟୁଏସଏ ମେଳା ; ୯ଦିନ ଧରି ଭର୍ଚୁଆଲ ସିଷ୍ଟମରେ ଚାଲିବ ମେଳା

198

କନକ ବ୍ୟୁରୋ : ଆପଣ ଆମେରିକାରେ ପାଠ ପଢିବାକୁ ଚାହୁଁଛନ୍ତି କି । ତେବେ ଏ ଖବର ଆପଣଙ୍କ ପାଇଁ ଜାଣିବା ଜରୁରୀ । ଆସନ୍ତାକାଲି ଠାରୁ ଆୟୋଜନ ହେବାକୁ ଯାଉଛି ଏଜୁକେସନ୍ ୟୁଏସଏ ମେଳା । ଏହି ଶିକ୍ଷାମେଳା ଅକ୍ଟୋବର ୨ ତାରିଖରୁ ଅକ୍ଟୋବର ୧୦ ତାରିଖ, ୯ ଦିନ ଧରି ଭର୍ଚୁଆଲ୍ ସିଷ୍ଟମରେ ଚାଲିବ । ଭାରତରେ ଆୟୋଜନ ହେଉଥିବା ସମସ୍ତ ଶିକ୍ଷା ମେଳା ମଧ୍ୟରେ ଏହା ସବୁଠାରୁ ବଡ ହେବ ବୋଲି କୁହାଯାଉଛି । ଆମେରିକାର ବିଶ୍ୱବିଦ୍ୟାଳୟ ଗୁଡିକରେ ଶିକ୍ଷାଲାଭ କରୁଥିବା କିଂବା ଶିକ୍ଷା ଲାଭ କରିବାକୁ ଇଛୁକ ଥିବା ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇପାରିବେ । ଭାରତରେ ଥିବା ଆମେରିକା ଦୂତାବାସ ଏବଂ ହାଇଦ୍ରାବାଦରେ ଥିବା କନସୁଲେଟ୍ ଜେନେରାଲ ଏହାର ଆୟୋଜନ କରୁଛନ୍ତି ।

କରୋନା କଟକଣା କାରଣରୁ ଏହା ଅନଲାଇନରେ ଆୟୋଜନ ହେଉଛିା ଭାରତର କୋଣଅନୁକୋଣରେ ଥିବା ଛାତ୍ରଛାତ୍ରୀ ଏହି ଅନଲାଇନ୍ ଶିକ୍ଷା ମେଳାରେ ଅଂଶଗ୍ରହଣ କରିପାରିବେ । ଏନେଇ ହାଇଦ୍ରାବାଦରେ ଥିବା ୟୁଏସ କନସୁଲେଟ୍ ସମସ୍ତ ଆୟୋଜନ କରୁଛନ୍ତି । ଆମେରିକାରେ ୧୫୦ରୁ ଅଧିକ ବିଶ୍ୱବିଦ୍ୟାଳୟରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଲାଭ କରିବାର ସୁଯୋଗ ନେଇ ଜଣାଇବାକୁ ଏହି ଶିକ୍ଷା ମେଳା ଆୟୋଜନ କରାଯାଉଥିବା କୁହାଯାଇଛି ।