ପୁଲୱାମା ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନ । ଏହାକୂୁ ପାକିସ୍ତାନ ସ୍ୱିକାର କରିବା ପରେ ବିରୋଧୀଙ୍କୁ ଜୋତା ମାରିବା ଦରକାର ବୋଲି କହିଛନ୍ତି ବିଜେପି ନେତା ବି.କେ ସିଂ

267

କନକ ବ୍ୟୁରୋ : ପୁଲୱାମା ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା ପାକିସ୍ତାନ ସ୍ୱିକାର କରିବା ପରେ କେନ୍ଦ୍ର ବୈଦେଶିକ ରାଜ୍ୟ ମନ୍ତ୍ରୀ ତଥା ପୂର୍ବତନ ଆର୍ମି ମୁଖ୍ୟ ବି.କେ ସିଂ ପୁଣି ବିବାଦିୟ ବୟାନ ଦେଇଛନ୍ତି । ସେ କହିଛନ୍ତି କି ଏହି ଘଟଣାକୁ ନେଇ କେନ୍ଦ୍ରସରକାରଙ୍କ ଉପରେ ଆଙ୍ଗୁଳୀ ନିର୍ଦ୍ଦେଶ କରୁଥିବା ବିରୋଧୀ ଦଳକୁ ଖୋଲା ବଜାରରେ ଜୋତା ମ।।ରିବା ଦରକାର । ପାକିସ୍ତାନର ସ୍ୱିକାର ପରେ ବି.କେ ସିଂ ଆହୁରି କହିଛନ୍ତି କି ଏହି ଆକ୍ରମଣ ପରେ ସରକାର ନିଜେ ନିର୍ବାଚନ ପାଇଁ ଏଭଳି କରିଥିବା କଥା କହୁଥିବା ବିରୋଧୀ ଦଳ ମାନଙ୍କୁ ଜନତା ଏବେ ଖୋଲା ବଜାରରେ ଜୋତା ମାରିବା ଦରକାର ।
୧୪ ଫେବୃଆରୀ ୨୦୧୯ ରେ ପୁଲୱାମାରେ ସୁରକ୍ଷାବଳଙ୍କ ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ସେତେବେଳେ ବିରୋଧୀ ଦଳ ମାନେ ନରେନ୍ଦ୍ର ମୋଦି ସରକାର ଉପରେ ଆରୋପ ଲଗାଇଥିଲେ । ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦ୍ଦୁଲା କହିଥିଲେ କି ପୁଲୱାମା ଆକ୍ରମଣ ପଛରେ ମୋଦିଙ୍କର ହାତ ରହିଛି । କାରଣ ବିଜେପିକୁ ନିର୍ବାଚନ ଜିତିବାର ଅଛି । ସେ ଆହୁରି କହିଥିଲେ କି ବାଲାକୋଟ ଆକ୍ରମଣରେ ହୋଇଥିବା କ୍ଷତିର ପ୍ରମାଣ ଉପରେ ଯାଂଚ ହେବା ଦରକାର ଏନେଇ ସଂଯୁକ୍ତ ରାଷ୍ଟ୍ର ସମିତି ପକ୍ଷରୁ ଏକ କମିଟି ଗଠନ ହେବା ଦରକାର ।

ପାକିସ୍ତାନ ଇମ୍ରାନ ଖାନ ସରକାରରେ ମନ୍ତ୍ରୀ ଥିବା ଫବାଦ ଚୌଧୁରୀ କହିଛନ୍ତି କି ପୁଲୱାମାରେ ସିଆରପିଏଫ୍ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣ ପଛରେ ପାକିସ୍ତାନର ହାତ ରହିଛି । ଏହା ପାକିସ୍ତାନ ସରକାରଙ୍କ ଭାରତ ଉପରେ ଏକ ବିଜୟ ଥିଲା । ଶ୍ରୀ ଚୌଧୁରୀ ଏହାର ଶ୍ରେୟ ଇମ୍ରାନ ଖାନ ଓ ତାଙ୍କ ପାର୍ଟି ପିଟିଆଇକୁ ଦେଇଥିଲେ । ଏନେଇ ବିବାଦ ଦେଖା ଦେବା ପରେ ସେ ଅବଶ୍ୟ ତାଙ୍କ ବୟାନ ଫେରାଇ ନେଇଥିଲେ ।

ସେ କହିଥିଲେ କି ଦୁଇଟି ଆକ୍ରମଣ ହୋଇଥିଲା ଗୋଟିଏ ୧୪ ଫେବୃଆରୀ ଦିନ ଓ ଅନ୍ୟଟି ୨୬ ଫେବୃଆରୀରେ । ମୁଁ ମୋ ବୟାନରେ ଯେଉଁ ଘଟଣା ଉପରେ କହିଛି ତାହା ୨୬ ଫେବୃଆରୀର ଘଟଣାକୁ ନେଇ । ଯେତେବେଳେ ଭାରତ ପାକିସ୍ତାନ ସୀମା ଭିତରେ ପଶିବାକୁ ଅଗ୍ରସର ହେଉଥିଲା । ସେତେବେଳେ ପାକିସ୍ତାନ ସେନା ଭାରତୀୟ ସେନାକୁ ଜବରଦସ୍ତ ମୁକାବିଲା କରିଥିଲା । ଏହା ସହ ଭାରତୀୟ ଯୁଦ୍ଦ ଯାହଜକୁ ଖସାଇ ଅଭିନନ୍ଦନଙ୍କୁ ଗିରଫ୍ କରିଥିଲା ।। ଫବାଦ ଚୌଧୁରୀ କହିଛନ୍ତି କି ମୁଁ ଦେଇଥିବା ସମ୍ପୁର୍ଣ୍ଣ ବୟାନ ଶୁଣିବା ପରେ ଆପଣ ମାନେ ଏହାକୁ ଠିକ୍ ବୁଝିପାରିବେ ଯେ ମୁଁ ବାସ୍ତବରେ କ’ଣ କହିଛି ।