କନକ ବ୍ୟୁରୋ : ବିକାଶକୁ ବିରୋଧ କଲେ ଗୃହକୁ ଫେରିବେନି, ମୁଖ୍ୟମନ୍ତ୍ରୀ ବିଧାନସଭାରେ ବିବୃତି ଦେବା ପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ବିଧାୟକ ଦଳ ନେତା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ଧମକେଇବା ଲାଗି ଚେଷ୍ଟା କରୁଛନ୍ତି । ଯିଏ ବିରୋଧ କରିବ ସେ ବିଧାନସଭାକୁ ଆସି ପାରିବ ନାହିଁ । ନବୀନଙ୍କ ଦୟାରେ ନୁହେଁ ଲୋକଙ୍କ ଦୟାରେ ବିଧାନସଭା ଆସିଛୁ । ଲୋକ ଦୟା କଲେ ପୁଣି ଥରେ ଆସିବୁ । ସେ କେମିତି ବିଧାନସଭା ଫେରିବେ ତାଙ୍କ କଥା ଚିନ୍ତା କରନ୍ତୁ ।

Kanak News is now on WhatsApp
Join and get latest news updates delivered to you via WhatsApp
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି କ୍ଷେତ୍ରରେ ବିକାଶ ହୋଇନି । ସେଥିପାଇଁ ମୁଖ୍ୟମନ୍ତ୍ରୀ ନିଜେ ବିଧାନସଭାକୁ ଆସିବା କଥା ନୁହେଁ । ବଲାଙ୍ଗୀରରୁ ନେଇ ରାଜ୍ୟର ଅନେକ ସ୍ଥାନରେ ବିକାଶରେ ବାଧକ ସାଜିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ । ଜବାବରେ ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ବିଜୁ ଜନତା ଦଳ କେବେ ଅହଙ୍କାର ଦେଖାଏ ନାହିଁ । ମୁଖ୍ୟମନ୍ତ୍ରୀ ଧମକାଇବା ଅଭିଯୋଗ ସମ୍ପୂର୍ଣ୍ଣ ଭୁଲ୍ କଥା ।
ଗୁରୁବାର ବିଧାନସଭାରେ ଗୃହ ବିଭାଗ, ସାଧାରଣ ପ୍ରଶାସନ ବିଭାଗ ଏବଂ ସାଧାରଣ ଅଭିଯୋଗ ବିଭାଗର ଖର୍ଚ୍ଚ, ଦାବି ଆଲୋଚନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତି ରଖିଥିଲେ । ମୁଖ୍ୟମନ୍ତ୍ରୀ ବିବୃତିରେ ରାଜ୍ୟର ଆଇନଶୃଂଖଳା ପରିସ୍ଥିିତିକୁ ନେଇ କହିବା ସହ ବିରୋଧୀଙ୍କୁ ଟାର୍ଗେଟ କରିଥିିଲେ । କହିଥିଲେ, ଏହି ଗୃହରେ ଅଭିଜ୍ଞତାରୁ ଏତିକି କହିପାରିବି, ଯେଉଁମାନେ ଲୋକଙ୍କ ପାଇଁ କାମ କରନ୍ତି, ସେମାନେ ଏହି ଗୃହକୁ ଫେରନ୍ତି । ଯେଉଁମାନେ ଅପରାଧକୁ ନେଇ ରାଜନୀତି କରନ୍ତି, ରାଜନୈତିକ ବିଚାର ପାଇଁ ବିକାଶରେ ବାଧକ ସାଜନ୍ତି, ସେମାନେ ଏହି ପବିତ୍ର ଗୃହକୁ ଫେରନ୍ତି ନାହିଁ । ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ପାଲଟା ଟାର୍ଗେଟ କରିଛନ୍ତିି ବିରୋଧୀ ।