ସଂସଦ ସୁରକ୍ଷା ପ୍ରସଙ୍ଗରେ ସରକାରଙ୍କୁ ବିରୋଧୀଙ୍କ ପ୍ରଶ୍ନ ? ପଚାରିଲେ କଡ଼ା ସୁରକ୍ଷା ବଳୟକୁ କିଭଳି ଭେଦ କଲେ ୪ ଅଜ୍ଞାତ

ସଂସଦ ସୁରକ୍ଷା ପ୍ରସଙ୍ଗରେ ସରକାରଙ୍କୁ ବିରୋଧୀଙ୍କ ପ୍ରଶ୍ନ ? ପଚାରିଲେ କଡ଼ା ସୁରକ୍ଷା ବଳୟକୁ କିଭଳି ଭେଦ କଲେ ୪ ଅଜ୍ଞାତ

କନକ ବ୍ୟୁରୋ : ସଂସଦର ସୁରକ୍ଷା ତ୍ରୁଟିକୁ ନେଇ ସରକାରଙ୍କ ଉପରେ ଆରମ୍ଭ ହୋଇଛି ବିରୋଧୀଙ୍କ ପ୍ରଶ୍ନବାଣ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁଡ଼ ଖଡ଼ଗେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ତୁରନ୍ତ କରିବାକୁ ଦାବି କରିଛନ୍ତି । ଅନ୍ୟପଟେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜବାବ ମଧ୍ୟ ଦାବି କରିଛନ୍ତି ।

ସଂସଦରେ ସୁରକ୍ଷା ତ୍ରୁଟିକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଏହା ଭିତରେ ଖଲିସ୍ତାନୀ ଆତଙ୍କୀ ଗୁରୁପତୱନ୍ତ ପନ୍ନୁର ସେହି ଧମକୁ ନେଇ ମଧ୍ୟ ଅନେକ ସହେନ୍ଦ ସୃଷ୍ଟି ହୋଇଛି । ଠିକ ୬ଦିନ ପୂର୍ବରୁ ଭାରତକୁ ଧମକ ଦେଇଥିଲା ଖଲିସ୍ତାନୀ ଆତଙ୍କୀ । ଶିଖ ଫର ଜଷ୍ଟିସ ମୁଖ୍ୟ ପନ୍ନୁ ବାରମ୍ବାର ଭାରତ ବିରୋଧୀ ବୟାନ ଦେବା ସହ ନିକଟରେ ଆକ୍ରମଣ ପାଇଁ ଧମକ ମଧ୍ୟ ଦେଇଥିଲା । ଭିଡିଓ ଜାରି କରି ପନ୍ନୁ କହିଥିଲା ତାର ହତ୍ୟା ଷଡଯନ୍ତ୍ର କରି ବିଫଳ ହୋଇଛି ଭାରତ ଓ ଖୁବ ଶିଘ୍ର ସଂସଦ ଉପରେ ଆକ୍ରମଣ କରିବ । ଭିଡିଓରେ ପନ୍ନୁ ସଂସଦ ଆକ୍ରମଣର ମାଷ୍ଟର ମାଇଣ୍ଡ ଅଫଜଲ ଗୁୁରୁର ଏକ ଫଟୋକୁ ମଧ୍ୟ ପୋଷ୍ଟ କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe