ଦିବ୍ୟଶଙ୍କର ମିଶ୍ର ମନ୍ତ୍ରୀମଣ୍ଡଳରୁ ବିଦାନହେବା ଯାଏଁ ଚୁପ୍ ବସିବେନି ବିରୋଧୀ: କାହିଁକି କାର୍ଯ୍ୟାନୁଷ୍ଠାନ ହେଉନାହିଁ ବୋଲି ପ୍ରଶ୍ନ କଲା କଂଗ୍ରେସ

153

କନକ ବ୍ୟୁରୋ: ଗୋବିନ୍ଦ ସାହୁ ସମ୍ପୃକ୍ତି ଅଭିଯୋଗରେ ଜୋର ଧରିଲା ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି । ଆନ୍ଦୋଳନକୁ ଆହୁରି ତିବ୍ରତର କରିବାକୁ କଂଗ୍ରେସ ଚେତାବନୀ ଦେଇଛି । ମନ୍ତ୍ରୀଙ୍କ ବିରୁଦ୍ଧରେ ବହୁତ ପ୍ରମାଣ ଅଛି ମାତ୍ର ସରକାର ଷ୍ଟେପ୍ ନେଉନଥିବା କହିଛି କଂଗ୍ରେସ । କମିଶନରେଟ ପୋଲିସକୁ ଘେରାଉ କରିବୁ । ତାପରେ ସଚିବାଳୟ ଘେରାଉ କରିବୁ । ଗୋଟିଏ ପରେ ଗୋଟିଏ ଷ୍ଟେପ୍ ନବୁ ବୋଲି କହିଛି କଂଗ୍ରେସ ।

ମମିତା ମେହେର ମାମଲାକୁ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ କରିଛି । ନବୀନ ସରକାର ସ୍ୱେଚ୍ଛାଚାରୀ ହୋଇଥିବା ଅଭିଯୋଗ ଆଣିଛି କଂଗ୍ରେସ । ସେହିପରି ପ୍ରତାପ ଜେନାଙ୍କ ଇସ୍ୟୁରେ ଟାର୍ଗେଟ କରିଛି କଂଗ୍ରେସ । ଏଫଆଇଆର ପରେ ନୈତିକତା ଦୃଷ୍ଟିରୁ ସେ ଇସ୍ତଫା ଦେଲେନି । ତାଙ୍କୁ ପିପିଲି ପ୍ରଚାରରେ ନେଉନ ହେଲେ ସେ କ୍ୟାବିନେଟ ବ୍ରିଫିଙ୍ଗ କରୁଛନ୍ତି । ସେହିପରି ଦିବ୍ୟଶଙ୍କର ପ୍ରସଙ୍ଗରେ କଂଗ୍ରେସ କହିଛି ମନ୍ତ୍ରୀମାନେ ବାରମ୍ବାର କଲେଜ ଗେଷ୍ଟ ହାଉସରେ ରାତିରେ ରହୁଥିଲେ କାହିଁକି । ମନ୍ତ୍ରୀ ମାନଙ୍କ ଗୋପନ କାରବାରକୁ ଲୁଚାଇବା ପାଇଁ ଗୋବିନ୍ଦ ସାହାଯ୍ୟରେ ମମିତାକୁ ହତ୍ୟା କରାଯାଇଛି ।

ସେପଟେ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ପ୍ରତିବାଦକୁ ଆହୁରି ଶାଣିତ କରିବ ବିଜେପି । ରାଜ୍ୟରେ କୋଣଅନୁକୋଣରେ ପ୍ରତିବାଦ ଜୋରଦାର କରିବ ବୋଲି କହିଛି ବିଜେନି । ମନ୍ତ୍ରୀଙ୍କ ନାଁରେ ଅସଂଖ୍ୟ ଅଭିଯୋଗ ଆସିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନିରବତା ଅବଲମ୍ବନ କରିଛନ୍ତି । ସେପଟେ ସିଏଜିଙ୍କ ଅଭିଯୋଗ ସତ୍ୱେ କାହିଁକି ମହାଲିଙ୍ଗ କଲେଜକୁ ମିଳୁଥିଲା ସରକାରୀ ଅନୁଦାନ କହି ଘେରିଲା ବିଜେପି ।

କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମ ସମ୍ମୁଖକୁ ଆସିଛନ୍ତି ପ୍ରଦୀପ ମାଝୀ । କଂଗ୍ରେସ ଛାଡ଼ିବାର କାରଣ ସମ୍ପର୍କରେ ନିଜର ମନ୍ତବ୍ୟ ରଖିଛନ୍ତି । ନିଜ ଅନୁଗତ ସମର୍ଥକଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ନବରଙ୍ଗପୁର ସହରସ୍ଥିତ ଏକ କଲ୍ୟାଣ ମଣ୍ଡପରେ ଜୋରଦାର ପ୍ରସ୍ତୁତି ହୋଇଥିଲା । ସେ କେଉଁ ଦଳରେ ମିଶିବେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ, ବିଜେଡି ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି । ଗତ କିଛି ଦିନ ଧରି ଜିଲ୍ଲା କଂଗ୍ରେସର ବିଭିନ୍ନ ପଦପଦବୀରେ ଥିବା ନେତା କଂଗ୍ରେସରୁ ଇସ୍ତଫା ଦେଇଥିଲେ । ସେହି ଅନୁଗତ ସମର୍ଥକଙ୍କୁ ନେଇ ନିଜ ଭବିଷ୍ୟତ ରାଜନୈତିକ କାର୍ଯ୍ୟପନ୍ଥା ସମ୍ପର୍କରେ ମଧ୍ୟ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଅନେକ ସମର୍ଥକ ଏଥିରେ ଉପସ୍ଥିତ ରହିବେ ।