ଲାଭ ଦେଉଛି ଓପିଜିସି। କାହିଁକି ଅଂଶଧନ ବିକିବାକୁ ଚାହୁଁଛନ୍ତି ସରକାର?

ଲାଭ ଦେଉଛି ଓପିଜିସି। କାହିଁକି ଅଂଶଧନ ବିକିବାକୁ ଚାହୁଁଛନ୍ତି ସରକାର?

କନକ ବ୍ୟୁରୋ: ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ୍ ଲିମିଟେଡ ବା ଓପିଜିସିରୁ ୪୯ ପ୍ରତିଶତ ଅଂଶଧନ ବିକିବେ ରାଜ୍ୟ ସରକାର । ଏ ନେଇ ଶକ୍ତି ବିଭାଗ ପକ୍ଷରୁ ଗ୍ଲୋବାଲ୍ ଟେଣ୍ଡର ଆହ୍ୱାନ କରାଯାଇଛି । ଟେଣ୍ଡର ପକାଇବା ପାଇଁ ଫେବ୍ରୁଆରୀ ୨୮ ତାରିଖ ସଂଧ୍ୟା ୫ ଯାଏଁ ସମୟସୀମା ରହିଛି । ଆଗ୍ରହୀ ସଂସ୍ଥା ଏ ନେଇ ଆବେଦନ କରିପାରିବେ ।

ଓପିଜିସି ଏବେ ଏକ ଲାଭଜନକ ସଂସ୍ଥାରେ ପରିଣତ ହୋଇଛି । ଆଶ୍ଚର୍ଯ୍ୟର କଥା ହେଉଛି, କ୍ଷତିରୁ ଲାଭକୁ ଆସିବା ପରେ ସରକାର ଅଂଶଧନ ବିକ୍ରି କରିବାକୁ ଚାହୁଁଛନ୍ତି । କାହିଁକି ଓ କାହା ସ୍ୱାର୍ଥରେ ବିକ୍ରି ପାଇଁ ନିଷ୍ପତି ନିଆଯାଇଛି, ତାହା ବଡ଼ ପ୍ରଶ୍ନ ପାଲଟିଛି ।

ନଜର ପକାଇବା ଓପିଜିସିର ୩୮ ବର୍ଷର ଯାତ୍ରା ଉପରେ -
ଓଡ଼ିଶାର ଶକ୍ତି ଆବଶ୍ୟକତା ପୂରଣ ପାଇଁ ୧୯୮୪ରେ ଗଠନ ହୋଇଥିଲା ଓପିଜିସି
୧୯୯୬-୯୭ରେ ବିଦ୍ୟୁତ ଉତ୍ପାଦନ ଆରମ୍ଭ ହୋଇଥିଲା
୧୯୯୯ରେ ଏହାର ୪୯% ଅଂଶଧନ ଆମେରିକୀୟ କମ୍ପ।।ନୀ (ଏଇଏସ୍)କୁ ବିକ୍ରି କରାଯାଇଥିଲା
‘ଏଇଏସ୍’ର ମନମୁଖୀ କାର୍ଯ୍ୟ ଯୋଗୁ ସଂସ୍ଥାର ବହୁତ କ୍ଷତି ହୋଇଥିବା ଅଭିଯୋଗ ହୋଇଥିଲା
ବିଭିନ୍ନ ମହଲରୁ ଚାପ ପଡ଼ିବା ପରେ ୨୦୨୦ରେ ଓପିଜିସିରୁ ଓହରି ଯାଇଥିଲା ‘ଏଇଏସ୍’
୨ବର୍ଷ ଧରି କମ୍ପାନୀର ଶହେ ପ୍ରତିଶତ ଅଂଶଧନ ରାଜ୍ୟ ପାଖରେ ରହିଛି, କ୍ଷତିରେ ଚାଲୁଥିବା ସଂସ୍ଥା ଚଳିତବର୍ଷ ଲାଭ କରିଛି

ଲାଭ କରିବା ପରେ ୪୯ ପ୍ରତିଶତ ପୁଞ୍ଜି ପ୍ରତ୍ୟାହାର ପାଇଁ ନିଷ୍ପତି ନେଇଛି ଶକ୍ତି ବିଭାଗ

ଗୋଟିଏ ପଟେ ବିଜୁଳି ଦର ଦିନକୁ ଦିନ ମହଙ୍ଗା ହୋଇ ଚାଲିଛି । ଆହୁରି ଦର ବୃଦ୍ଧି ପାଇଁ ମସୁଧା ଚାଲିଛି । ଅନ୍ୟପଟେ ଲାଭକାରୀ ବିଦ୍ୟୁତ ଉତ୍ପାଦନ ସଂସ୍ଥା ଓପିଜିସିକୁ ବିକ୍ରି କରିବାକୁ ଚାହୁଁଛନ୍ତି ସରକାର । ଓପିଜିସି କର୍ମଚାରୀ ସଂଘ ଓ ଅଫିସର ସଂଘ ଏହି ବିନିବେଶକୁ ବିରୋଧ କରିଛନ୍ତି । ଏହାକୁ ନେଇ ବଡ଼ ଧରଣର ଆନ୍ଦୋଳନ ଦାନା ବାନ୍ଧୁଛି । ଲାଭଜନକ ସଂସ୍ଥାର ପ୍ରାୟ ଅଧା ଅଂଶଧନ ବିକ୍ରି ପାଇଁ ସରକାର କେମିତି ପ୍ରସ୍ତୁତ ହୋଇଗଲେ ଏବଂ ଏହି ନିଷ୍ପତି କାହାକୁ ଫାଇଦା ଦେବ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe