କନକ ବ୍ୟୁରୋ: ଉତ୍ତରକାଶୀ ଟନେଲରେ ଫଶିରହଥିବା ଶ୍ରମିକଙ୍କୁ କିପରି କରାଯିବ ଉଦ୍ଧାର । ସପ୍ତାହେ ହେବ ଫଶିରହିଥିବା ଉଦ୍ଧାର କରିବାକୁ ଆରମ୍ଭ ହୋଇଛି ଅପରେସନ୍ ଜିନ୍ଦଗୀ ‘ପ୍ଲାନ୍ ବି’ ।

Kanak News is now on WhatsApp
Join and get latest news updates delivered to you via WhatsApp
ଆମେରିକାରୁ ଆସିଥିବା ଅଗର ମେସିନରେ ଡ୍ରିଲିଙ୍ଗ କରି ଉଦ୍ଧାର କରାଯାଉଥିଲେ ବି ଏହା ଖରାପ ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଛି । ଉଦ୍ଧାର କାର୍ଯ୍ୟ ବନ୍ଦ ଥିବାରୁ ପ୍ଲାନ୍ ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ଏକ ଜରୁରୀ ବୈଠକ ମଧ୍ୟ ହୋଇଛି । ଟନେଲକୁ କଟାଯାଇ ଫଶିରହିଥିବା ଶ୍ରମିକଙ୍କୁ ଏୟାରଲିଫ୍ଟ କରାଯିବ ବୋଲି ଯୋଜନା ହୋଇଛି । ଏଥିପାଇଁ ଏକ୍ସପର୍ଟ ମାନେ ଟନେଲ ଉପରକୁ ଯାଇ ସ୍ଥିତି ପରଖିଥିବା ଜଣାପଡିଛି ।