ଜାନୁଆରୀ ୩୧ ରୁ ଫେବୃୟାରୀ ୨ ଭିତରେ ଦିଲ୍ଲୀରୁ ୨ ଟି ଏୟାର ଇଣ୍ଡିଆ ବିମାନ ବୁହାନ ଅଭିମୁଖେ ବାହାରି ଥିଲା । ଯେଉଁଥିରେ ୬୪୭ ଜଣ ଭାରତୀୟଙ୍କୁ ଦିଲ୍ଲୀ ଅଣାଗଲା । ତିନି ଦିନର ଏହି ଅପରେସନ୍ ପାଇଁ ୭୮ ଜଣ ଷ୍ଟାଫ୍ ଥିବା ଏକ ଟିମ୍ କୁ କାର୍ଯ୍ୟରେ ଲଗାଯାଇଥିଲା । ଯେଉଁଥିରେ ୬୮ ଜଣ ଏୟାର ଇଣ୍ଡିଆରେ ଏବଂ ୧୦ ଜଣ ଆରଏମଏଲ୍ , ସଫଦରଜଙ୍ଗ ହସ୍ପିଟାଲର ଡାକ୍ତର ଏବଂ ପାରାମେଡିକାଲ୍ ଷ୍ଟାଫ୍ ସାମିଲ୍ ଥିଲେ । ୨ ଦିନରେ ଅଲଗା ଅଲଗା ବୋଇଂ ୭୪୭ ବିମାନକୁ କାମରେ ଲଗାଯାଇଥିଲା । ଉଦ୍ଦେଶ୍ୟ ଥିଲା ଯେଭଳି ଅଧିକରୁ ଅଧିକ ଭାରତୀୟଙ୍କୁ ଚୀନ୍ ରୁ ଭାରତ ଆଣିବା । ଟି-୩ ରୁ ଦୁଇଟି ବିମାନ ବୁହାନ ପହଁଚି ସେଠାରେ ଫସିଥିବା ଭାରତୀୟଙ୍କୁ ଆଣିଥିଲା । କୁହାଯାଉଛି ଯେ , ଚୀନ୍ ରୁ ଯେତେଜଣ ଭାରତୀୟ ଦିଲ୍ଲୀ ଆସିଲେ ସେମାନଙ୍କ ଭିତରୁ କେହି ଜଣଙ୍କୁ ବି ଏୟାର ଇଣ୍ଡିଆର କ୍ରୁ ମେମ୍ବର କିମ୍ବା ଡାକ୍ତର ଫ୍ଲାଇଟ୍ ରେ ବସାଇବାକୁ ମନା କରିନଥିଲେ ।

Advertisment

publive-image

ବୁହାନ୍ ରେ ବିମାନ ଲ୍ୟାଣ୍ଡ୍ କରିବା ବେଳେ ସେଠାରେ କର୍ଫ୍ୟୁ ଲାଗିଲା ପରି ବାତାବରଣ ଥିଲା । କେତେଜଣ ଭାରତୀୟଙ୍କୁ ବିମାନରୁ ଭାରତ ଅଣାଯିବ ତାହା ପୂର୍ବରୁ ହିଁ ସ୍ଥିର କରାଯାଇଥିଲା । ଚୀନ୍ ସରକାରଙ୍କ ପକ୍ଷରୁ ଖୁବ୍ କମ୍ ଅଫିସରଙ୍କୁ ସେଠାରେ ରଖାଯାଇଥିଲା । କେହି କାହା ସହ କଥାବାର୍ତ୍ତା ମଧ୍ୟ କରୁନଥିଲେ । ସମସ୍ତେ ମୁଖାପିନ୍ଧି ଦୁଇ ଦୁଇଥର ମେଡିକାଲ୍ ଚେକଅପ୍ କରାଇ ବିମାନରେ ବସିଥିଲେ । ପ୍ରଥମେ ଚୀନ୍ ସରକାର ଏବଂ ପରେ ଦିଲ୍ଲୀରୁ ଯାଇଥିବା ଡାକ୍ତରମାନେ ଯାତ୍ରୀମାନଙ୍କ ଚେକଅପ୍ କରିଥିଲେ । ସୂତ୍ର ଅନୁସାରେ , କିଛି ଭାରତୀୟ ବିମାନରେ ଚଢିନଥିଲେ । ଯେହେତୁ କେତେ ଜଣ ଯାତ୍ରୀ ଆସିବେ ତାହା ପୂର୍ବରୁ ହିଁ ଆଲୋଚନା କରାଯାଇଥିଲା ତେଣୁ ଅଧିକ ଯାତ୍ରୀଙ୍କୁ ଆଣିବା ବି ଅସମ୍ଭବ ହୋଇପଡିଲା । ଏଥିରେ ଏୟାର୍ ଇଣ୍ଡିଆ କ୍ରୁ ର କୌଣସି ହସ୍ତକ୍ଷେପ ନଥିବା କଥା କୁହାଯାଇଛି । ତେବେ ଯାତ୍ରୀମାନେ ଭାରତ ଆସିବା ପରେ ଭିନ୍ନ ହିଁ ଦୃଶ୍ୟ ଦେଖିବାକୁ ମିଳିଥିଲା । ଚୁପଚାପ୍ ବସିଥିବା ଯାତ୍ରୀ ଭାରତ ପହଁଚିବା ପରେ କ୍ରୁ ମେମ୍ବର ଏବଂ ଡାକ୍ତରଙ୍କୁ ନମସ୍କାର କରିବା ସହ ଧନ୍ୟବାଦ ଜଣାଇଥିଲେ । କେହି କେହି ସଲାମ୍ ମଧ୍ୟ କରୁଥିଲେ ।

publive-image