ସୁନ୍ଦରୀ ବଢାଉଛି ବନବିଭାଗର ଚିନ୍ତା । ବଣରୁ ଫେରାଇ ଆଣିବା ଲାଗି ୪ ଟିମର କସରତ, ନନ୍ଦନକାନରୁ ଆସିଛନ୍ତି ସ୍ୱତନ୍ତ୍ର ଡାକ୍ତର

Advertisment
ମିଶନ୍ ସୁନ୍ଦରୀକୁ ପୁରିଲା ଗୋଟିଏ ସପ୍ତାହ, ବନବିଭାଗର ହାତ ଖାଲି । ଆଜି ବାଘକୁ ଟ୍ରାଙ୍କୁଲାଇଜ୍ କରିବା ପାଇଁ ମଧ୍ୟପ୍ରଦେଶ ଟିମ୍ କରିବ କସରତ 

କନକ ବ୍ୟୁରୋ : ଓଡ଼ିଶାରେ ଚହଳ ପକାଇଥିବା ବାଘୁଣୀ ‘ସୁନ୍ଦରୀ’କୁ ଆଠମଲ୍ଲିକ ବନଖଣ୍ତରୁ ସାତକୋଶିଆକୁ ଫେରାଇ ଆଣିବାକୁ ଆରମ୍ଭ ହୋଇଛି କସରତ। ଏଥିପାଇଁ ଗତକାଲି ରାତିରୁ ୮ଜଣିଆ ବିଶେଷଜ୍ଞ ଟିମ୍ ସୁନ୍ଦରୀ ପିଛା କରିଛନ୍ତି। ଯେଉଁଥିରେ ମଧ୍ୟପ୍ରଦେଶ ‘କାହ୍ନା’ ଅଭୟାରଣ୍ୟର ଟ୍ରାଙ୍କୁଲାଇଜ୍ ବିଶେଷଜ୍ଞ, ଡେରାଡୁନ୍ ସ୍ଥିତ ଭାରତୀୟ ବନ୍ୟଯନ୍ତୁ ସ˚ସ୍ଥାନର ମହାବଳ ବିଶେଷଜ୍ଞ, ନନ୍ଦନକାନନର ଡାକ୍ତରୀ ଦଳ ସାମିଲ ହୋଇଛନ୍ତି। କଳେବଳେ କୌଶଳେ ‘ସୁନ୍ଦରୀ’କୁ ନିଜ ଜାଗାକୁ ଫେରାଇ ନେବାକୁ ବନ ବିଭାଗ ଜୋରଦାର ଉଦ୍ୟମ କରୁଛି ।

publive-imageଉଲ୍ଲେଖଯୋଗ୍ୟ, ହାତୀବାରିରେ ମହିଳା ମୃତ୍ୟୁ ପରଠାରୁ ସାତକୋଶିଆ ଜଙ୍ଗଲ ଛାଡ଼ିଛି ‘ସୁନ୍ଦରୀ’। ଜଙ୍ଗଲ ସୀମାନ୍ତ ଡେଇଁ ଆଠମଲ୍ଲିକ ଜଙ୍ଗଲ ଇଲାକାରେ ଘୂରି ବୁଲୁଛି। ପ୍ରଥମେ ବାଘୁଣୀକୁ ଯେଉଁଠାରେ ଛଡ଼ାଯାଇଥିଲା, ତାହାଠାରୁ ପ୍ରାୟ ୧୩୨କିଲୋମିଟର ଦୂରକୁ ଚାଲି ଆସିଛି ବାଘୁଣୀ। ଇତିମଧୢରେ ୧୨ଦିନ ବିତିଗଲାଣି, ଅଥଚ ଫେରି ପାରୁନି। ସମ୍ଭବତଃ ସାତକୋଶିଆ ଜଙ୍ଗଲ ବାଟ ଭୁଲିଛି ‘ସୁନ୍ଦରୀ’। ଯାହା ବନ ବିଭାଗର ଚିନ୍ତାର କାରଣ ହୋଇଛି। ତେଣୁ ‘ସୁନ୍ଦରୀ’କୁ ଆଠମଲ୍ଲିକରୁ ବିଦା କରିବା ଜରୁରୀ ହୋଇ ପଡ଼ିଥିବା ବେଳେ ଘଉଡ଼ାଇବେ କେମିତି? ମହାବଳ ଘଉଡ଼ାଇବାରେ ପୋଷା ହାତୀର ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ।

publive-imageକିନ୍ତୁ ସାତକୋଶିଆ କତୃର୍ପକ୍ଷ ହାତୀ ନ ଆଣି ବାଘ ଛାଡ଼ିବାର ଦୁଃସାହସ କଲେ। ଯେଉଁଥିପାଇଁ ଆଜି ହରଡ଼ ଘଣାରେ ପଡ଼ିଛନ୍ତି। ବେକାବୁ ସୁନ୍ଦରୀକୁ ଚାହିଁଲେ ବି ବନ ବିଭାଗ କୁଆଡେ଼ ଘଉଡ଼ାଇ ପାରୁନି। ତେଣୁ ସୁନ୍ଦରୀ ପାଇଁ କ’ଣ କରାଯିବ ସେଥିପାଇଁ  ଆଠମଲ୍ଲିକ ଫରେଷ୍ଟ ରେଷ୍ଟ ହାଉସରେ ସାତକୋଶିଆ କ୍ଷେତ୍ର ନିର୍ଦେଶକ ତଥା ଅତରିକ୍ତ ପିସିସିଏଫ୍ ଡ. ସୁଦର୍ଶନ ପଣ୍ତାଙ୍କ ଅଧୢକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଯେଉଁଥିରେ ‘କାହ୍ନା’ ଅଭୟାରଣ୍ୟର ୩ଜଣ ଟ୍ରାଙ୍କୁଲାଇଜ୍ ବିଶେଷଜ୍ଞ, ଡେରାଡୁନ୍ ସ୍ଥିତ ଭାରତୀୟ ବନ୍ୟଜନ୍ତୁ ସ˚ସ୍ଥାନର ମହାବଳ ବିଶେଷଜ୍ଞ ଡ. ରମେଶ, ନନ୍ଦନକାନନର ତିନି ଜଣିଆ ଡାକ୍ତରୀ ଟିମ୍ ଏବ˚ ସାତକୋଶିଆ କତୃର୍ପକ୍ଷ ଉପସ୍ଥିତ ଥିଲେ। ବୈଠକରେ ସୁନ୍ଦରୀର ହାବଭାବ, ବ୍ୟବହାର ଉପରେ ମାନସ ମନ୍ଥନ ହୋଇଥିଲା। ବିଶେଷଜ୍ଞମାନେ ଜଙ୍ଗଲ ବୁଲି ଦେଖିଥିଲେ।

publive-imageବର୍ତ୍ତମାନ ଆଠମଲ୍ଲିକ ବନଖଣ୍ତ ହାତୀଧରା ଜଙ୍ଗଲ ୩୮ନମ୍ବର କମ୍ପାଟମେଣ୍ଟର ବଡ଼ବନ୍ଧ ଗାଁଠାରୁ ୭/୮କିଲୋମିଟର ଦୂର ପାହାଡ଼ ମଝିରେ ‘ସୁନ୍ଦରୀ’ ରହିଛି। ତେଣୁ ପାହାଡ଼ ଉପରେ ‘ସୁନ୍ଦରୀ’କୁ କେମିତି କାବୁ କରାଯିବ ଓ ଟ୍ରାଙ୍କୁଲାଇଜ୍ କଲେ କ’ଣ ବିପଦ ହେବ ତାହା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଶେଷରେ ତିନୋଟି ଉପାୟରେ ସୁନ୍ଦରୀକୁ ଏଠାରୁ ବିଦା କରିବାକୁ ନିଷ୍ପତ୍ତି ହୋଇଛି। ପ୍ରଥମତଃ ସ୍ବାଭାବିକ ଭାବେ ବାଘୁଣୀ ସାତକୋଶିଆ ଆଡ଼କୁ ମୁହାଁଇଲେ ଭଲ, ନଚେତ୍ ଶବ୍ଦ ଓ ଅନ୍ୟାନ୍ୟ ସାଧନ ବଳରେ ଘଉଡ଼ା ବ୍ୟବସ୍ଥା କରାଯିବ। ଦ୍ବିତୀୟତଃ ଯନ୍ତାରେ କୌଣସି ଯନ୍ତୁକୁ ଭର୍ତ୍ତି କରି ବାଘୁଣୀକୁ କୈଦ୍ କରାଯିବ, ନଚେତ୍ ତୃତୀୟ ପଦ୍ଧତିରେ କୌଣସି ଯନ୍ତୁକୁ ବାଘୁଣୀ ମୁହଁରେ ଛାଡ଼ି ଦିଆଯିବ। ଯନ୍ତୁ ଶିକାର କଲା ବେଳେ ଟ୍ରାଙ୍କୁଲାଇଜ୍ ଦେଇ ଯନ୍ତାରେ ଭର୍ତ୍ତି ଭର୍ତ୍ତି କରାଯିବ। ‘ସୁନ୍ଦରୀ’କୁ ବିଦା କରିବା ଏକ ପ୍ରକାର ନିଶ୍ଚିତ ହୋଇଥିବା ବେଳେ ସାତକୋଶିଆ ଜଙ୍ଗଲର କେଉଁ ଇଲାକାରେ ତାକୁ ଛଡ଼ାଯିବ ତାହା ଏଯାବତ୍ ଚୂଡ଼ାନ୍ତ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe