ଭାଗ-୪
Operation TIGER CUB……
ପୂର୍ବ ପ୍ରକାଶିତ ଉତ୍ତାରୁ……
- ଦେଖ ମେଡେଲିନ, ମୁଁ ଜାଣିଛି ତମେ ଅତ୍ୟନ୍ତ ଧର୍ମୀୟ ସ୍ଵଭାବର, ତମେ ନିଜେ ଜଣେ ଅତି ଭଲ ଯୁହିଦି, ଯୁହିଦି ମାନଙ୍କର ଏକମାତ୍ର ଦେଶ ଇସ୍ରାଇଲ । ତମେ ଜାଣିଛ କେତେ କଷ୍ଟ ସ୍ଵୀକାର କରି ଏ ଦେଶ ତିଆରି ହେଇଛି । କେତେ ଲୋକଙ୍କର ବଳିଦାନରେ ଆଜିର ଏ ଇସ୍ରାଏଲ । କେମିତି ଲକ୍ଷ ଲକ୍ଷ ଯୁହିଦୀଙ୍କୁ ପୃଥିବୀର ବିଭିନ୍ନ ଜାଗାରେ ହତ୍ୟା କରା ଯାଇଛି । ଆମେ ଯେତିକି ଅଛେ କେବଳ ଏଇ ଗୋଟିଏ ମାତ୍ର ଦେଶରେ । ତୁମେ କଣ ଚାହୁଁଛ ଯେ ଯୁହିଦି ମାନଙ୍କ ଦେଶ ଇସ୍ରାଏଲରେ ଗୃହଯୁଦ୍ଧ ହେଉ ଆଉ ହଜାର ହଜାର ଲୋକ ମରିଯାନ୍ତୁ ?? ଯଦି ସତରେ ଏମିତି ହେଇଯାଏ ନା ଇସ୍ରାଏଲ ରହିବ ନା ତୁମ ଧର୍ମ । ମୁଁ ଜାଣିନି ତମକୁ କିଏ ଏମିତି କରିବାକୁ ନିର୍ଦ୍ଦେଶ ଦେଇଥିଲା ଆଉ ମୁଁ ଜାଣିବାକୁ ବି ଚାହୁଁନି। ମୋର ସେ କଥାରେ କିଛି ଆବଶ୍ୟକତା ନାହିଁ, ଖାଲି ଏତିକି ଜାଣେ ଯେ ତମେ ଜଣେ ମା’ , ନିଜେ ମା’ ହେଇ ଆଉ ଗୋଟେ ମା’ର କଷ୍ଟ ଅନୁଭବ କରି ପାରୁନ ? ସନ୍ତାନକୁ ତା ମା’ ଠୁ ଦୂରେଇବା କେତେ ବଡ ଅମାନବିକ କାମ ତମେ କଣ ଜାଣି ପାରୁନ ? ଯଦି ତୁମ ପୁଅକୁ କେହି ଅପହରଣ କରି ନେଇ ଯାଏ ଖାସ ଏହି ମାତ୍ର କାରଣ ପାଇଁ ଯେ ତୁମେ ତୁମ ପୁଅକୁ ଠିକରେ ପାଳନ କରି ଜାଣିନ । ତେବେ ତୁମକୁ କେମିତି ଲାଗିବ ?? ଯଦି ତୁମେ ୟୋସେଲର ଠିକଣା କହିଦେବ ମୁଁ ତୁମକୁ କଥା ଦେଉଛି ତୁମ ପୁଅକୁ ଆଉ ତୁମ ଉପରେ ଇସ୍ରାଇଲ କୌଣସି ଆଇନଗତ ପଦକ୍ଷେପ ନେବନି । ଆଉ ତୁମେ ତୁମ ପୁଅ ସହ ଖୁସିରେ ଇସ୍ରାଇଏରେ ରହି ପାରିବ ।
ଏମିତି ଗୁଡେ ଅସମାହିତ ପ୍ରଶ୍ନ ମେଡେଲିନ ମୁଣ୍ଡରେ ଭର୍ତି କରି ତାକୁ ଏ ବିଷୟରେ ଭାବିବାକୁ ଏକରକମର ବାଧ୍ୟ କରେଇ ଦେଇ ହାରେଲ ଘରୁ ବାହାରି ଆସନ୍ତି ।
ମେଡେଲିନ ଚିନ୍ତାରେ ପଡିଯାଏ । କଣ କରିବ ??
ପ୍ରକୃତରେ ସେ ବହୁ ଧାର୍ମିକ ପ୍ରବୃତ୍ତିର ଥିଲା । ହାରେଲଙ୍କ କଥା ଗୁଡିକ ତା ମସ୍ତିଷ୍କରେ ଆନ୍ଦୋଳିତ ହେବାକୁ ଲାଗିଲା । ଧୀରେ ଧୀରେ ସେ ଦୁର୍ବଳ ହେବାକୁ ଲାଗିଲା ।
ଠିକ ଏଇ ସମୟରେ ହାରେଲ ଘରେ ପ୍ରବେଶ କରି ମେଡେଲିନ ମୁହଁକୁ ସିଧା ଚାହିଁ ପଚାରନ୍ତି ...
କଣ ଭାବିଲ ?
କଣ ଠିକ କଲ ?
ଇସ୍ରାଏଲ ରହୁ ନା ନାହିଁ ??
ମୁଣ୍ଡ ତଳକୁ କରି ମେଡେଲିନ ପଚାରିଲା ।
- ମୁଁ କେମିତି ଜାଣିବି ଯେ ଆପଣ ଇସ୍ରାଇଲ ଦ୍ଵାରା ନିଯୁକ୍ତ ପ୍ରତିନିଧି ଅଟନ୍ତି , ଯାହା କହୁଛନ୍ତି ସତ କହୁଛନ୍ତି ବୋଲି ।
ସମସ୍ତ ପ୍ରୋଟୋକଲ ଭାଙ୍ଗି ହାରେଲ ତୁରନ୍ତ ନିଜ ପକେଟରୁ ନିଜର ଡିପ୍ଲୋମାଟିକ ପସପୋର୍ଟ କାଢି ମେଡେଲିନ ସମ୍ମୁଖରେ ରଖି ଦିଅନ୍ତି ।
ପାସପୋର୍ଟର ସବୁ ଫର୍ଦ ପରେ ଫର୍ଦ ଗୋଟେ ଗୋଟେ କରି ଆଡେଇ ମେଡେଲିନ କୁହେ ଠିକ ଅଛି , ମୋତେ ଆପଣ ଦେଇଥିବା କଥା ଲେଖିକି ଦିଅନ୍ତୁ ।
ହାରେଲ ତୁରନ୍ତ ଘରୁ ବାହାରି ଯାଇ ଗୋଟେ ଫାଇଲ ନେଇ ଆସନ୍ତି ଏବଂ ମୋସାଦର ଲେଟର ପ୍ୟାଡରେ କିଛି ଲେଖି ଷ୍ଟାମ୍ପ ମାରି ଦସ୍ତଖତ କରି ମେଡେଲିନ ହାତକୁ ବଢାଇ ଦିଅନ୍ତି ।
କାଗଜକୁ ପଢି ଦୁଇ ମିନିଟ କଣ ଚିନ୍ତା କରି ମେଡେଲିନ କୁହେ
ଯୋଶେଲ ଏବେ 26,ବୃକଲିନ ଷ୍ଟ୍ରିଟ, ନ୍ୟୁୟର୍କରେ ଗୋରଟେନ ପରିବାରରେ ରହୁଛି ।
ହାରେଲ ତୁରନ୍ତ ନିଜ ପଛ ପଟେ ଠିଆ ହେଇଥିବା ଏଜେଣ୍ଟ ମାନଙ୍କୁ ଦେଖନ୍ତି । ଆଖି ପିଛୁଳାକେ ସେ ଦୁଇ ଜଣ ଘରୁ ବାହାରି ଯାନ୍ତି ।
4 ଜୁଲାଇ 1962
ଇସ୍ରାଇଲର ଲୋଦ ଏୟାରପୋର୍ଟ
ମେଡିଆ ସହ ହଜାର ହଜାର ଲୋକଙ୍କ ଭିଡ । B2 855 ଚାର୍ଟର୍ଡ ପ୍ଳେନ ଯେମିତି ଅବତରଣ କରିଛି ସମସ୍ତଙ୍କ ନଜର ପ୍ଳେନର ମୁଖ୍ୟ ଦ୍ଵାର ଆଡକୁ ଯାଏ । କିଛି ମିନିଟ ପରେ ଦ୍ଵାର ଖୋଲି ବାହାରକୁ ନିଜ କାଖରେ ୟୋସେଲ ସୁମକରକୁ ଧରି ମୋସାଦର ଜଣେ ଏଜେଣ୍ଟ ବାହାରକୁ ଆସନ୍ତି । ଯୋଶେଲ ସୁମକରକୁ ଦେଖିଲ ମାତ୍ରେ ସମସ୍ତ ଜନତା ଏକ ସ୍ଵରରେ ଚିତ୍କାର କରିବାକୁ ଲାଗନ୍ତି ୟୋ....ସେଲ ୟୋ....ସେଲ ୟୋ....ସେଲ । ଏଜେଣ୍ଟ ଜଣକ ତଳକୁ ଆସି ଆଇଡାକୁ ତାଙ୍କ ପୁଅକୁ ଦେଇ ଦିଅନ୍ତି । ପୁଅକୁ ପାଇ ଆଇଡା ଖୁସିରେ କୁଣ୍ଢେଇ ତାକୁ ଗେଲ କରିବାକୁ ଲାଗେ । ଖୁସିରେ କାନ୍ଦି ପକାଏ ଆଇଡା ।
9 ବର୍ଷ ପରେ
ସେତେବେଳକୁ ୟୋସେଲ ସୁମାକାର ଇସ୍ରାଏଲ ସେନାର ଟ୍ୟାଙ୍କ ଡିଭିଜନରେ ସୈନିକ ଭାବେ କାର୍ଯ୍ୟରତ । ଦିନେ ମୋସାଦର ମୁଖ୍ୟ ହାରେଲଙ୍କୁ ଭେଟିବାର ସୁଯୋଗ ପାଏ । ପ୍ରଥମେ ସାଲ୍ଯୁଟ୍ ମାରି କୁହେ ‘ ଆପଣ ନଥିଲେ ମୁଁ ବି ଆଜି ଏଠି ନଥାନ୍ତି । ଆପଣ ମୋ ପାଇଁ ସବୁବେଳେ ନମସ୍ୟ ହେଇ ରହିବେ ।
ହାରେଲ କିଛି ନ କହି କେବଳ ହସି ଦେଇ ୟୋସେଲ ପିଠିକୁ ଥାପୁଡେଇ ଦିଅନ୍ତି । ହାରେଲ ବଞ୍ଚିଥିଲା ପର୍ଯ୍ୟନ୍ତ ଏ ମିସନ ବାବଦରେ କେବେ ବି କାହାକୁ କିଛି କହି ନଥିଲେ ।
ଇସ୍ରାଏଲ ସୈନ୍ୟ ବାହିନୀରେ କାମ କରି ସାରିବା ପରେ ୟୋସେଲ ଆମେରିକାର ପ୍ରସିଦ୍ଧ କମ୍ପୁଟର କମ୍ପାନୀ IBMରେ କିଛି ବର୍ଷ କାମ କରିଥିଲା ।