ପ୍ରବାସୀ ଓଡିଆଙ୍କୁ ଫେରାଇ ଆଣିବାକୁ ସରକାରଙ୍କ ଉଦ୍ୟମ । ‘ଅପରେସନ୍ ଶୁଭଯାତ୍ରା’ରେ ଓଡ଼ିଶା ଆସୁଛନ୍ତି ପ୍ରବାସୀ ଓଡ଼ିଆ ଶ୍ରମିକ । ରାତିପାହିଲେ ସ୍ୱତନ୍ତ୍ର ଟ୍ରେନରେ ଆସି ଓଡ଼ିଶା ମାଟିରେ ପାଦ ଦେବେ ।

857

କନକ ବ୍ୟୁରୋ: ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବା ପାଇଁ ସରକାର ନେଉଛନ୍ତି ବଳିଷ୍ଠ ପଦକ୍ଷେପ । ତେଣୁ ‘ଅପରେସନ ଶୁଭଯାତ୍ରା’ ଆରମ୍ଭ କରାଯାଇଛି, ଓଡ଼ିଆଙ୍କୁ ସସମ୍ମାନେ ଓ ସୁରକ୍ଷିତ ଫେରାଇ ଆଣିବା ଏହାର ଲକ୍ଷ୍ୟ ରଖାଯାଇଛି । ଗତକାଲି ରାତିରେ କେରଳରୁ ଓଡିଶା ଭୁବନେଶ୍ୱର ଅଭିମୁଖେ ବାହାରିଛି ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ । ଯେଉଁଥିରେ ୧୧୫୦ ଶ୍ରମିକଙ୍କ ଓଡ଼ିଶା ଫେରୁଛନ୍ତି ।

ସବୁଠାରୁ ବଡ଼ କଥା ହେଲା କି, ଏହି ଟ୍ରେନରେ ଆସୁଥିବା ପ୍ରାୟ ୧୨ଶହ ଶ୍ରମିକଙ୍କୁ ଭୁବନେଶ୍ୱରରେ ପହଁଚିବା ପରେ ସଂଗରୋଧ କେନ୍ଦ୍ରକୁ ନେବା କଷ୍ଟକର ହେବ । ତେଣୁ ଜଗନ୍ନାଥପୁରରେ ଟ୍ରେନ ଅଟକାଇ, ବ୍ରହ୍ମପୁର ଓ ଏହା ଆଖପାଖ ଅଂଚଳର ଶ୍ରମିକମାନଙ୍କୁ ସେହିଠାରେ ଥିବା କ୍ୱାରେନ୍ଟିନ୍ ସେଂଟରକୁ ନେବା ପାଇଁ ସରକାର ଯୋଜନା କରୁଛନ୍ତି ।

ରାଜ୍ୟ ବାହାରୁ ଫେରୁଥିବା ଓଡିଆଙ୍କ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର । କେରଳରୁ ଟ୍ରେନ ଯୋଗେ ଫେରୁଥିବା ଓଡିଆଙ୍କ ନେଇ ତଥ୍ୟ ଦେଇ ସରକାରଙ୍କ ପକ୍ଷରୁ କୁହାଯାଇଛି ଏମାନଙ୍କର ସେଠାରେ ଡାକ୍ତରୀ ଯାଂଚ କରାଯାଇଛି । ସମସ୍ତେ ପଞ୍ଜିକରଣ କରିଥିଲେ । ଏବଂ ମେଡିକାଲ ସାର୍ଟିଫିକେଟ ପାଇବା ପରେ ସେମାନେ ଓଡିଶା ଫେରୁଛନ୍ତି । ଗତକାଲି ରାତିରେ କେରଳରୁ ଓଡିଶା ଭୁବନେଶ୍ୱର ଅଭିମୁଖେ ବାହାରିଛି ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ।