ଉଦ୍ଧାରକାରୀ ଦଳଠୁ ଆଉ ମାତ୍ର ୬ ଫୁଟ୍ ଦୂରତା ରାହୁଲ । ଶେଷ ପର୍ଯ୍ୟାୟରେ ଅପରେସନ୍ । ସୁଡଙ୍ଗ ଖୋଳୁଛନ୍ତି ଉଦ୍ଧାରକାରୀ ଦଳ ।

Advertisment
ଉଦ୍ଧାରକାରୀ ଦଳଠୁ ଆଉ ମାତ୍ର ୬ ଫୁଟ୍ ଦୂରତା ରାହୁଲ । ଶେଷ ପର୍ଯ୍ୟାୟରେ ଅପରେସନ୍ । ସୁଡଙ୍ଗ ଖୋଳୁଛନ୍ତି ଉଦ୍ଧାରକାରୀ ଦଳ ।

କନକ ବ୍ୟୁରୋ: ଛତିଶଗଡରେ ବୋରୱେଲ୍ ଭିତରେ କୁନି ପୁଅ ରାହୁଲ ଫସିଯିବା ପରେ ଏବେ ଚାଲିଛି ଉଦ୍ଧାରକାର୍ଯ୍ୟ । ତାଜା ସୂଚନା ମୁତାବକ ରାହୁଲଠୁ ଏବେ ମାତ୍ର ୬ ଫୁଟ୍ ଦୂରତାରେ ଅଛନ୍ତି ରେସ୍କ୍ୟୁ ଟିମ୍ । ଖୁବଶୀଘ୍ର ରାହୁଲକୁ ରେସ୍କ୍ୟୁ ଟିମ୍ ଉଦ୍ଧାର କରିବ ବୋଲି ସୂଚନା ମିଳୁଛି । ଉଦ୍ଧାରକାରୀ ଟିମ୍ ନିଜ ପ୍ରାଣପଣେ ରାହୁଲକୁ ଉଦ୍ଧାର କରିବାକୁ ଚେଷ୍ଟା ଚଳାଇଛନ୍ତି ।

ଛତିଶଗଡର ଜାଜ୍ଞଗୀର ଚାମ୍ପା ଜିଲ୍ଲାରେ କୁନି ପୁଅ ରାହୁଲ ଗତ ୧୧ ତାରିଖ ଦିନ ଏକ ବୋରୱେଲ୍ ଭିତରେ ପଡିଯାଇଥିଲା । ଏହାପରେ ତାଙ୍କୁ ଉଦ୍ଧାର କରିବାକୁ ଏନଡିଆରଏଫ୍, ଏସଡିଆରଏଫ୍ ଓ ସେନା ଲାଗିପଡିଥିଲା । ଆଉ ଏବେ ସେନା ଏହି ଦିଗରେ ଅଗ୍ରସର ହେବା ସହିତ ଖୁବଶୀଘ୍ର ରାହୁଲ ଉଦ୍ଧାର ପାଇବା ନେଇ ସୂଚନା ମିଳୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe