ଜାରି ରହିଛି ଅପରେସନ୍ ରାହୁଲ: ଶହେ ଘଣ୍ଟା ପରେ ବି ଚେଷ୍ଟା ଜାରି ରଖିଛନ୍ତି ଉଦ୍ଧାରକାରୀ ଦଳ

244

କନକ ବ୍ୟୁରୋ: ଶହେ ଘଂଟାର ଅପରେସନ୍ ପରେ ବି ଜାରି ରହିଛି ୧୦ ବର୍ଷର ଭିନ୍ନକ୍ଷମ ବାଳକ ରାହୁଲଙ୍କ ଉଦ୍ଧାର କାର୍ଯ୍ୟ । ଦିନ ରାତି ଏକ କରି ଉଦ୍ଧାରକାରୀ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଉଦ୍ଧାର ହେବା କ୍ଷଣି ରାହୁଲ ଗ୍ରୀନ୍ କରିଡର କରି ଆମ୍ବୁଲାନ୍ସରେ ହସ୍ପିଟାଲ ନେବା ପାଇଁ ସବୁ ବ୍ୟବସ୍ଥା କରାଯାଇଛି । ଛତିଶଗଡ଼ ପୋଲିସ ସହ ଭାରତୀୟ ସେନା, ଏନଡିଆରଏଫ ଓ ଛତିଶଗଡ ପୁଲିସର ସ୍ୱତନ୍ତ୍ର ଟିମ୍ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି । ସୁଡଙ୍ଗ ବାଟେ ରାହୁଲଙ୍କୁ ବାହାର କରିବାକୁ ବ୍ୟବସ୍ଥା କରାଯାଇଛି । ରାହୁଲକୁ ସୁରକ୍ଷିତ ଉଦ୍ଧାର ପାଇଁ ସେ ଫସିଥିବା ସ୍ଥାନଠାରୁ ଅଳ୍ପ କିଛି ଦୂରରେ ସୁଡଂଗ କରି ତା ନିକଟରେ ପହଁଚିବା ପାଇଁ ଉଦ୍ୟମ ଜାରତ ରହିଛି ।

ମାଟିକୁ କାଟି କାଟି ଉଦ୍ଧାର କାରୀ ଟିମ୍ ଆଗକୁ ବଢ଼ୁଥିବାବେଳେ. ଉଦ୍ଧାର କାର୍ଯ୍ୟରେ ବାଧକ ସାଜିଛି ବିରାଟ ପଥର ଚଟାଣ । ସ୍ୱତନ୍ତ୍ର ମେସିନ ସହାୟତାରେ ପଥର କଟା ଯାଉଥିଲେ ବି ପଥର ଅତି ଶକ୍ତ ଥିବାରୁ କାଟିବା କଷ୍ଟକର ହେଉଛି । ପଥର କାଟିବାବେଳେ ଯେମିତି ରାହୁଲର କୌଣସି କ୍ଷତି ନହୁଏ ଉଦ୍ଧାରକାରୀ ଟିମ୍ ପାଇଁ ବଡ ଚ୍ୟାଲେଞ୍ଜ ରହିଛି । ସୁଡଙ୍ଗ ଭିତରୁ ମାଟି ଓ ପଥର ଖଣ୍ଡ ଗୁଡିକୁ ଅତି ସତର୍କତାର ସହିତ ବାହାରକୁ କଢାଯାଉଛି । ଆଜି ସକାଳେ ଟିକେ ନିସ୍ତେଜ ହୋଇପଡିଥିବା ରାହୁଲ ଅପରାହ୍ଣରେ ପୁଣି ଥରେ ଇସାରା ଦେଇଥିଲା । ଖାଇବା ପାଇଁ ସଂକେତ ଦେବା ପରେ ତା ନିକଟରେ ଖାଦ୍ୟ ପହଁଚାଇଯାଇଥିଲା । ସ୍ୱତନ୍ତ୍ର ଜ୍ଞାନ କୌଶଳ ରୋବେଟିକ୍ ଇନକ୍ୟୁବେଟର ସହାୟତାରେ ତାର ଗତିବିଧି ଉପରେ ନଜର ରଖାଯାଇଥିଲା । କହିରଖୁଛୁ ଶୁକ୍ରବାର ଅପରାହ୍ନରେ ଖେଳୁଥିବା ବେଳେ ୧୧ ବର୍ଷର୍ିୟ ବୟସ୍କ ରାହୁଲ ବୋରୱେଲ ଗାତରେ ଖସି ପଡିଥିଲେ ।