କନକ ବ୍ୟୁରୋ : ନିଶା ଦ୍ରର୍ବ୍ୟ ବିରୋଧରେ କେନ୍ଦ୍ର ସରକାରଙ୍କ କଠୋର ଅଭିଯାନ ଜାରି ରହିଛି । ବିଦେଶରୁ ବେଆଇନ ଭାବେ ଆସୁଥିବା ନିଶା ଦ୍ରର୍ବ୍ୟ ଉପରେ ସରକାରଙ୍କର ତୀକ୍ଷ୍ଣ ନଜର ରହିଛି । ଏହି କ୍ରମରେ ନିଶାଦ୍ରର୍ବ୍ୟ କାରବାର ଉପରେ ରୋକ୍ ଲଗାଇବାକୁ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଅପରେଶନ ‘ନମକିନ’ କୁ ବଡ ସଫଳତା ମିଳିଛି ।

Advertisment

ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ତରଫରୁ ବିଦେଶରୁ ଭାରତ ଆସୁଥିବା ୫୨ କିଲୋଗ୍ରାମ କୋକିନ ଜବତ କରିବାରେ ସଫଳ ହୋଇଛି । ଏହାର ଦାମ ଅର୍ନ୍ତରାଷ୍ଟ୍ରୀୟ ବଜାରରେ ୫୦୦ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟକୁ ଏକ ଖବର ମିଳିଥିଲା କି ଇରାନରୁ ଆମଦାନୀ ହୋଇଥିବା କିଛି ସାମଗ୍ରୀ ସହିତ ମାଦକ ଦ୍ରର୍ବ୍ୟ ରହିଛି ।

ଏନେଇ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଅପରେଶନ ଆରମ୍ଭ କରିଥିଲା । ଏଥିରୁ ଜଣାପଡିଥିଲା କି ଇରାନରୁ ୧ ହଜାର ବ୍ୟାଗ ସାଧାରଣ ଲୁଣ ମୁନ୍ଦ୍ରା ବନ୍ଦରରେ ପହଂଚିଛି । ଗୁଇନ୍ଦା ସୂତ୍ର ମୁତାବକ ଏନେଇ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ୨୬ ମେ ରୁ ୨୭ ମେ ଅର୍ଥାତ ୩ ଦିନ ଧରି ଅପରେଶନ ଜାରି ରଖିଥିଲା । ଏହି କ୍ରମରେ କିଛି ସନ୍ଦିଗ୍ଧ ବସ୍ତା ମିଳିଥିଲା । ଏହି ବ୍ୟାଗରୁ କିଛି ସ୍ୱତନ୍ତ୍ର ଗନ୍ଧ ବାହାରୁ ଥିବାରୁ ଏହାକୁ ସନ୍ଦେହ କରିଥିଲା ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ । ଏନେଇ ଗୁଜୁରାଟ ସରକାରଙ୍କ ଫରେନସିକ ସାଇନ୍ସ ନିର୍ଦ୍ଦେଶାଳୟ ଦ୍ୱାରା ଏହି ବ୍ୟାଗରେ ଥିବା ପାଉଡରକୁ ପରୀକ୍ଷା କରାଯାଇଥିଲା । ପରୀକ୍ଷଣ ପରେ ଏହି ପାଉଡର ବସ୍ତାରେ କୋକିନ ଥିବା ଜଣାପଡିଥିଲା    ।

କହିରଖୁ କି, ୨୦୨୧-୨୨ ଆର୍ଥିକ ବର୍ଷରେ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ୩୨୧ କିଲୋଗ୍ରାମ କୋକିନ ଜବତ କରିଛି । ଯାହାକି ଅର୍ନ୍ତରାଷ୍ଟ୍ରୀୟ ବଜାରରେ ୩.୨୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ।