ଜୀବନ ଫେରିବ ଯୁଦ୍ଧଭୂମିରୁ... ସୁଦାନରେ ଫସିଥିବା ଭାରତୀୟଙ୍କ ପାଇଁ ‘ଅପରେସନ କାବେରୀ’

Advertisment
ଜୀବନ ଫେରିବ ଯୁଦ୍ଧଭୂମିରୁ... ସୁଦାନରେ ଫସିଥିବା ଭାରତୀୟଙ୍କ ପାଇଁ ‘ଅପରେସନ କାବେରୀ’

କନକ ବ୍ୟୁରୋ: ଗୃହଯୁଦ୍ଧ ପାଇଁ ସୁଦାନରେ ସାଙ୍ଘାତିକ ସ୍ଥିତି । ସୁଦାନରେ ପରିସ୍ଥିତି ଏତେ ଶୋଚନୀୟ ଏବଂ ସଙ୍କଟମୟ ହୋଇଛି ଯେ ସେଠାରେ ଫସିରହିଥିବା ଭାରତୀୟଙ୍କ ପାଇଁ ବିପଦ ଦିନକୁ ଦିନ ବଢିବାରେ ଲାଗିଛି । ଆଉ ଏହାକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପକ୍ଷରୁ ଫସି ରହିଥିବା ଭାରତୀୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଏବଂ ଇତି ମଧ୍ୟରେ ‘ଅପରେସନ କାବେରୀ’ ଆରମ୍ଭ ହୋଇ ସାରିଥିବା ବୈଦେଶିକ ବ୍ୟାପାରମନ୍ତ୍ରୀ ଏସ. ଜୟଶଙ୍କର ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ସୁଦାନର ଏହି ଭୟଙ୍କର ସ୍ଥିତିରେ ପାଖାପାଖି ୪ ହଜାର ଭାରତୀୟ ଫସି ରହିଛନ୍ତି । ଯାହାକୁ ଦୃଷ୍ଟିରେ ରଖି ‘ଅପରେସନ କାବେରୀ’ରୁ ଆକ୍ଟିଭ ମୁଡକୁ ଅଣାଯାଇଛି । ତେବେ ସୁଦାନ ବିମାନବନ୍ଦରରେ ପ୍ରାୟ ୫୦୦ ଜଣ ପହଞ୍ଚି ସାରିଥିବା ବେଳେ ଆହୁକି ଅନେକ ରାସ୍ତାରେ ଅଛନ୍ତି । ଭାରତୀୟ ଜାହାଜ ଏବଂ ବିମାନ ଯୋଗେ ସମସ୍ତଙ୍କୁ ନିଜ ମାଟି ଫେରାଇ ଆଣିବାକୁ ପ୍ରକ୍ରିୟା ଜାରି ରହିଛି ।

ତେବେ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସାଉଦି ଆରବ, ମିଶର ଓ ଆମେରିକା ସହିତ ଲାଗାତର ଯୋଗାଯାଗ ଅଛନ୍ତି । ଭାରତୀୟ ଦୂତାବାସ ପକ୍ଷରୁ ଫସି ରହିଥିବା ଲୋକଙ୍କୁ ଅନାବଶ୍ୟକ ସମସ୍ୟାରୁ ଦୂରେଇ ରହିବାକୁ ପରାମର୍ଶ ଓ ସଚେତନ କରାଯାଇଛି । ଭାରତ ପକ୍ଷରୁ ବାୟୁସେନାର ବିମାନ ଏବଂ ଭାରତୀୟ ନୌସେନା ସଜାଗ ରହିଛି ।

ସେପଟେ ସୁଦାନରେ ଗୃହଯୁଦ୍ଧ ମୃତ୍ୟୁର ତାଣ୍ଡବ ରଚୁଥିବା ବେଳେ ଦିନକୁ ଦିନ ମୃତକଙ୍କ ସଂଖ୍ୟା ବଢିଚାଲିଛି । ବହୁ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।। ମେଡିକାଲରେ ଉପରେ ମଧ୍ୟ ବାରମ୍ବାର ଆକ୍ରମଣ କରାଯାଉଥିବାରୁ ସ୍ୱାସ୍ଥ୍ୟ ସେବା ବାଧାପ୍ରାପ୍ତ ହେଉଛି । ଆଉ ଏପରି ସ୍ଥଳେ ସୁଦାନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜୋରଦାର ଜାରି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe