କନକ ବ୍ୟୁରୋ : ଅପରେସନ କାବେରୀରେ ସ୍ୱଦେଶ ଫେରିଲେ ସୁଦାନରେ ଫସିଥିବା ଭାରତୀୟ । ହିଂସା ପ୍ରବଣ ସୁଦାନରୁ ଯୁଦ୍ଧକାଳୀନ ଭିତିରେ ଭାରତୀୟଙ୍କୁ ଉଦ୍ଧାର କରାଯାଉଛି । ଭାରତୀୟ ବାୟୁସେନାର ୨ଟି ସାମରିକ ବିମାନରେ ୩ଶହରୁ ଅଧିକ ଭାରତୀୟଙ୍କୁ ସୁଦାନରୁ ଉଦ୍ଧାର କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୩୬୦ଜଣ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଅଣାଯାଇଛି । ଜେଦାହରୁ ୩୬୦ଜଣ ଭାରତୀୟ ଏକ ସ୍ୱତନ୍ତ୍ର ବିମାନରେ ଗତକାଲି ସନ୍ଧ୍ୟାରେ ଦିଲ୍ଲୀ ପହଞ୍ଚିଛନ୍ତି ।

Advertisment

ଭାରତୀୟ ସେନା ଦ୍ୱାରା ଉଦ୍ଧାର ହେବା ପରେ ‘ଭାରତ ମାତା କି ଜୟ’, ‘ଭାରତୀୟ ସେନା ଜିନ୍ଦାବାଦ’ ଓ ‘ଜୟ ଶ୍ରୀରାମା’ ନାରା ଲଗାଇ ନିଜର ଖୁସି ଜାହିର କରିଥିଲେ । ଦିଲ୍ଲୀରେ ପହଞ୍ଚିବା ପରେ ଏମାନେ ଖୁସିରେ ଆତ୍ମବିଭୋର ହୋଇପଡିଛନ୍ତି । ଏବଂ ‘ଭାରତ ମାତା କି ଜୟ’, ‘ଭାରତୀୟ ସେନା ଜିନ୍ଦାବାଦ’ ଓ ମୋଦୀଙ୍କ ପ୍ରଶଂସାରେ ନାରା ଦେଇଛନ୍ତି । ଅପରେସନ କାବେରୀରେ ଅଧିନରେ ଭାରତୀୟଙ୍କ ପାଇଁ ଟ୍ରାନଜିଟ ବ୍ୟବସ୍ଥା କରାଯାଇଛି । ୬ଟି ପର୍ଯ୍ୟାୟରେ ପ୍ରାୟ ୧୧ଶହ ଭାରତୀୟଙ୍କୁ ସୁଦାନରୁ ଉଦ୍ଧାର କରାଯାଇଛି ।

ଏମାନଙ୍କୁ ପର୍ଯ୍ୟାୟକ୍ରମେ ଭାରତ ଅଣାଯାଉଛି । ପାଖାପାଖି ୨ସପ୍ତାହ ହେଲା ସୁଦାନରେ ସେନା ଓ ଅର୍ଦ୍ଧସାମରିକ ବାହୀନି ମଧ୍ୟରେ ଯୁଦ୍ଧ ଲାଗିରହିଛି । ଏହି ଯୁଦ୍ଧରେ ୪ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୪ହଜାର ଲୋକ ଆହତ ହୋଇଛନ୍ତି । ଏବଂ ଏହାରି ଭିତରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବାକୁ ଭାରତ ସରକାରଙ୍କ ପକ୍ଷରୁ ‘ଅପରେସନ କାବେରୀ’ ଜାରି ରହିଛି । ଉଦ୍ଧାର କାର୍ଯ୍ୟ ପାଇଁ ସୁଦାନ ସେନା ଦ୍ୱାରା ୭୨ଘଂଟିଆ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା