ଅପରେସନ କାବେରୀ: ସୁଦାନରୁ ଜେଦାହ ଅଭିମୁଖେ ବାହାରିଲେ ୨୭୮ଭାରତୀୟ , ଶୀଘ୍ର ଫେରିବେ ଭାରତ।

ଅପରେସନ କାବେରୀ: ସୁଦାନରୁ ଜେଦାହ ଅଭିମୁଖେ ବାହାରିଲେ ୨୭୮ଭାରତୀୟ , ଶୀଘ୍ର ଫେରିବେ ଭାରତ।

କନକ ବ୍ୟୁରୋ: ହିଂସାଗ୍ରସ୍ତ ସୁଦାନରେ ଫସିରହିଥିବା ଭାରତୀୟଙ୍କୁ ଉଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଛି । ଉଦ୍ଧାର ହୋଇଥିବା ପ୍ରଥମ ଦଳକୁ ସାଉଦି ଆରବର ଜେଦାହ ଅଣାଯାଉଛି । ଏହି ପ୍ରଥମ ଟିମରେ ୨୭୮ ନାଗରିକ ରହିଛନ୍ତି । ସମସ୍ତଙ୍କୁ ସୁଦାନ ପୋର୍ଟରୁ ଆଇଏନଏସ ସୁମେଧା ଜରିଆରେ ଜେଦାହ ସ୍ଥାନାନ୍ତର କରାଯାଇଛି । ଏଠାରେ ପହଞ୍ଚିବା ପରେ ସେମାନଙ୍କୁ ଭାରତୀୟ ବାୟୁସେନାର ବିମାନରେ ଭାରତ ଅଣାଯିବ ।

ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତାଙ୍କ କହିବା ଅନୁସାରେ ସୁଦାନରେ ଫସିରହିଥିବା ଭାରତୀୟଙ୍କୁ ଉଦ୍ଧାର ପ୍ରକ୍ରିୟା ଜାରିରହିଛି । ସେ କିଛି ଫଟୋ ଟ୍ୱିଟ୍ କରିଛନ୍ତି ଯେଉଁଥିରେ ଆଇଏନଏସ ସୁମେଧାରେ ଭାରତୀୟମାନେ ଫେରୁଥିବା ଦେଖିବାକୁ ମିଳିଛି । ସମସ୍ତେ ଖୁସି ଥିବା ନଜର ଆସିଛନ୍ତି । କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧର ଅପରେସନ କାବେରୀର ପୂରା ପ୍ରକ୍ରିୟାକୁ ଅନିଧ୍ୟାନ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe