ଚାଲିଥିଲା ଅପରେସନ୍ ଆଉ ଚାଲିଗଲା ବିଜୁଳି ! ଏମିତି ଚାଲିଛି ସରକାରୀ ବ୍ୟବସ୍ଥା, ମୋବାଇଲ ଆଲୁଅରେ ହେଲା ଗର୍ଭବତୀ ମହିଳାଙ୍କ ଅପରେସନ୍ ।

38

ସରକାରୀ ଅବ୍ୟବସ୍ଥାର ଏପରି ଏକ ଚିତ୍ର, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଇନ୍ଦୋରର ଏକ ସରକାରୀ ହସ୍ପିଟାଲରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଶନିବାର ଦିନ ଏହି ହସ୍ପିଟାଲରେ ପାଖାପାଖି ୧ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବିଛିନ୍ନ ରହିଥିଲା । ଏବଂ ହସ୍ପିଟାଲର ଜେନେରେଟର ମଧ୍ୟ ବନ୍ଦ ହୋଇଯାଇଥିଲା । ତେବେ ସବୁଠାରୁ ବଡ କଥା ହେଉଛି ଏହାରି ମଧ୍ୟରେ ଜଣେ ମହିଳାଙ୍କର ଅପରେସନ ମୋବାଇଲ ଆଲୁଅରେ କରାଯାଇଥିଲା ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, କୌଣସି ଏକ କାରଣରୁ ହସ୍ପିଟାଲରେ ବିଦ୍ୟୁତ ଚାଲିଯାଇଥିଲା । ଏକ ଘଣ୍ଟା ପର୍ଯ୍ୟନ୍ତ ହସ୍ପିଟାଲ ଏକ ପ୍ରକାରର ଅଚଳ ହୋଇଯାଇଥିଲା । ଏପରିକି ଓପିଡିରେ ଥିବା ରୋଗୀମାନଙ୍କୁ ଅନ୍ଧାରରେ ଚିକିତ୍ସା କରିବାକୁ ପଡିଥିଲା । ତେବେ ଚିକିତ୍ସାରେ ସବୁଠାରୁ ଅଧିକ କଷ୍ଟ ହୋଇଥିଲା ଅପରେସନ ଥିଏଟରରେ । ଏଠାରେ ଜଣେ ଗର୍ଭବତୀ ମହିଳାଙ୍କର ଅପରେସନ ଚାଲିଥିବା ସମୟରେ ବିଜୁଳୀ ଚାଲିଯାଇଥିଲା । ବାଧ୍ୟ ହୋଇ ଡାକ୍ତରମାନଙ୍କୁ ମୋବାଇଲ୍ ଆଲୁଅ ସାହାଯ୍ୟରେ ଅପସେରନ କରିବାକୁ ପଡିଥିଲା । ଏଠାରେ ଏକ ଜେନେରେଟର ମଧ୍ୟ ରହିଛି । ଯାହାକି ଅଧିକାଂଶ ସମୟରେ ଖରାପ ହୋଇ ବନ୍ଦ ହୋଇ ପଡିଥାଏ । ଶନିବାର ଦିନ ମଧ୍ୟ ଏହା ଖରାପ ହୋଇ ପଡିଥିଲା । ତେବେ ଏହି ଘଟଣା ସମ୍ବନ୍ଧରେ ଜଣାପଡିବା ପରେ ଏବେ ସରକାରୀ ବ୍ୟବସ୍ଥାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।