କନକ ବ୍ୟୁରୋ : ଉତ୍ତରକାଶୀ ସୁଡଙ୍ଗରୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଆହୁରି କିଛି ଘଣ୍ଟା ସମୟ ଲାଗିବ । ଗତକାଲିଠୁ ଯଦିଓ ଉଦ୍ଧାରକାର୍ଯ୍ୟ ଜୋରଦାର ହୋଇଛି କିନ୍ତୁ ଏବେ ଆହୁରି ସମୟ ଲାଗିବ ବୋଲି ପିଏମଓର ପୂର୍ବତନ ପରାମର୍ଶଦାତା ଭାସ୍କର ଖୁଲବେ କହିଛନ୍ତି । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଏନଡିଆରଏଫ ଡିଜି କହିଛନ୍ତି, ଡ୍ରିଲିଂ କାମ ଶେଷ ହେବାପରେ ଯଥାଶ୍ରୀଘ୍ର ତାଙ୍କୁ ବାହାରକୁ ଆଣିବାକୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି ସେ କହିଛନ୍ତି ।

Advertisment

ସୁଡଙ୍ଗ ଭିତରେ ୪୧ ଜୀବନ ବଞ୍ଚାଇବା ପାଇଁ ଉଦ୍ଧାରକାରୀ ଦଳ ଜୋର ଲଗାଇ ଦେଇଛନ୍ତି । ମୋଟ ୫୭ ମିଟର ଡ୍ରିଲ କରିବାକୁ ଥିବା ବେଳେ ଏବେ ସୁଦ୍ଧା ୫୨ ମିଟରରୁ ଅଧିକ ଡ୍ରିଲ ହୋଇଥିବା ନେଇ ସୂଚନା ମଳିଛି । ଆଉ ମାତ୍ର ୪ ମିଟର ପଥର ଖଣ୍ଡ ଖୋଳିବା ପାଇଁ ପ୍ରୟାସ ଜାରି ରହିଛି । ୧୨ ଦିନ ପରେ ବନ୍ଦ ସୁଡଙ୍ଗରୁ ବାହାରିବେ ୪୧ ଶ୍ରମିକ । ଏଥିପାଇଁ ସବୁ ପ୍ରସ୍ତୁତି ସରିଛି ।

ଶ୍ରମିକଙ୍କୁ ଉଦ୍ଧାର ପାଇଁ ଘଟଣା ସ୍ଥଳରେ ୪୦ଟି ଆମ୍ବୁଲାନ୍ସ ମୁତୟନ ରହିଛି । ଏହାସହ ଗ୍ୟାସ୍ ମାସ୍କ, ଷ୍ଟ୍ରେଚର ଏବଂ ୧୫ ଜଣିଆ ଡାକ୍ତରୀ ଦଳ ଘଟଣା ସ୍ଥଳରେ ସଜାଗ ରହିଛନ୍ତି । ଗତକାଲି ରାତିରେ ଡ୍ରିଲିଂ ମେସିନର ବ୍ଲେଡ ଭାଙ୍ଗିଯବାରୁ ଉଦ୍ଧାର କାମ ବାଧାପ୍ରାପ୍ତ ହୋଇଥିଲା । ଚାରିଟି ଲୁହା ରଡ ଆସିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ପରେ ପୁଣି ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଛି ।