ଜନ୍ସ୍ ହପ୍କିନ୍ସ୍ ୟୁନିଭର୍ସିଟିର ଡାକ୍ତରମାନେ କହିଛନ୍ତି ଯେ ଆଫଗାନିସ୍ତାନରେ ଆହତ ହୋଇଥିବା ଆମେରିକୀୟ ସେନାର ଜଣେ ସୈନ୍ୟଙ୍କ ଦେହରେ ସେମାନେ ଲିଙ୍ଗ ଏବଂ ଅଣ୍ଡକୋଷ ପ୍ରତିରୋପଣ କରିଛନ୍ତି। ଏ ଘଟଣା ବିଶ୍ୱରେ ପ୍ରଥମ। ମାର୍ଚ୍ଚ ୨୬ ତାରିଖରେ ହୋଇଥିବା ଏହି ପ୍ରତିରୋପଣ ପାଇଁ ଲାଗିଥିଲା ୧୪ ଘଣ୍ଟା।
୯ ଜଣ ପ୍ଲାଷ୍ଟିକ୍ ସର୍ଜନ୍ ଏବଂ ଦୁଇ ଜଣ ୟୁରୋଲୋଜି ସର୍ଜନ୍ ପ୍ରତିରୋପଣ କାର୍ୟ୍ୟରେ ଲାଗିଥିଲେ। ନାମ ଗୋପନ ରଖିବାକୁ ଅନୁରୋଧ କରିଥିବା ସେ ବ୍ୟକ୍ତିଜଣକର ଅସ୍ତ୍ରୋପଚାର ସଫଳ ହୋଇଛି ଏବଂ ସେ ସୁସ୍ଥ ହୋଇ ଏଇ ସପ୍ତାହରୁ ଡାକ୍ତରଖାନାରୁ ଘରକୁ ଫେରିବେ। କେତେ ବର୍ଷ ତଳେ ସେ ଆଫଗାନିସ୍ତାନରେ ଏକ ବିସ୍ଫୋରଣରେ ସାଙ୍ଘାତିକ ଆହତ ହୋଇଥିଲେ। ଜଣେ ମୃତ ଅଙ୍ଗଦାତାଙ୍କ ଠାରୁ ଡାକ୍ତରୀ ଦଳ ସମଗ୍ର ଲିଙ୍ଗ, ଅଣ୍ଡକୋଷ ଏବଂ ପେଟର କିଛି ଅଂଶ ଆଣି ଆହତ ବ୍ୟକ୍ତିଙ୍କ ଶରୀରରେ ପ୍ରତିରୋପଣ କରିଥିଲେ।
ମୁଖ୍ୟ ପ୍ଲାଷ୍ଟିକ୍ ସର୍ଜନ୍ ଡାକ୍ତର ଡବ୍ଲୁ. ପି. ଆଣ୍ଡ୍ରିଉ କହନ୍ତି: ଆମର ଆଶା ଏହି ପ୍ରତିରୋପଣ ଯୁବକଜଣଙ୍କର ମୂତ୍ର ଓ ଯୌନ କ୍ରିୟା ପ୍ରାୟ ସ୍ୱଭାବିକ କରାଇବାରେ ସହାୟକ ହେବ।
ପୀଡ଼ିତ ସୈନିକ କହନ୍ତି: ଅସ୍ତ୍ରୋପଚାର ପରେ ମୁଁ ପ୍ରଥମେ ଉଠିଲା ପରେ ଭାରି ସ୍ୱାଭାବିକ ମନେକଲି। ଆତ୍ମବିଶ୍ୱାସ ବି ବଢ଼ିଯାଇଥିଲା। ଶେଷରେ ମୁଁ ସୁସ୍ଥ ହୋଇ ପାରିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/04/वर्षकी_युवतीको_पेट_चिरेर_हेर्दा___1733-e1504148570751.jpg)