କନକ ବ୍ୟୁରୋ : ଅପରେସନ୍ ଗଙ୍ଗାରେ ଦେଶକୁ ଫେରୁଛନ୍ତି ୟୁକ୍ରେନରେ ଫସିଥିବା ଭାରତୀୟ । ପର୍ଯ୍ୟାୟ କ୍ରମେ ଏମାନଙ୍କୁ ସ୍ୱତନ୍ତ୍ର ବିମାନରେ ଦେଶକୁ ଅଣାଯାଉଛି । ତେବେ ବିସ୍ଫୋରଣ ପରେ ୟୁକ୍ରେନର ଅନେକ ବିମାନ ବନ୍ଦର ବନ୍ଦ ହୋଇଥିବା ବେଳେ ୟୁକ୍ରେନକୁ ଲାଗି ରହିଥିବା ବିଭିନ୍ନ ରାଷ୍ଟ୍ର ଗୁଡିକରୁ ଏମାନଙ୍କ ପାଇଁ ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା କରିଛି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ।

Advertisment

ଏପର୍ଯ୍ୟନ୍ତ ୫ଟି ପର୍ଯ୍ୟାୟରେ ପ୍ରାୟ ୧୧୦୦ରୁ ଅଧିକ ଭାରତୀୟ ଦେଶକୁ ଫେରିଲେଣି । ଯୁଦ୍ଧ ଭୂମିରୁ ଫେରିବା ପରେ ଏମାନେ ନିଜ ନିଜର ଅନୁଭୂତି ବଖାଣିଛନ୍ତି । ଭାରତ ପହଂଚିବା ପରେ ଶାନ୍ତିରେ ନିଶ୍ୱାସ ମାରିଛନ୍ତି ଛାତ୍ରଛାତ୍ରୀ । ଭାରତ ସରକାରଙ୍କ ଉଦ୍ୟମରୁ ସୁରକ୍ଷିତ ଜନ୍ମମାଟିକୁ ଫେରିଛନ୍ତି ସତ ହେଲେ ସେଠାରେ ଫସି ରହିଥିବା ବନ୍ଧୁଙ୍କୁ ନେଇ ଚିନ୍ତିତ ଅଛନ୍ତି । ଯୁଦ୍ଧର ବିଭୀଷିକାକୁ ଭୁଲି ପାରୁ ନାହାନ୍ତି ।