ସଫଳ ହେଲା ଅପରେସନ ଗଜରାଜ : ଗାତ ଭିତରେ ଫସିଥିବା ଦନ୍ତାହାତୀକୁ ଉଦ୍ଧାର କଲେ ବନବିଭାଗ ଓ ଅଗ୍ନିଶମ କର୍ମଚାରୀ

ଡ୍ରୋଜରେ ସାହାଯ୍ୟରେ ଗାତରୁ ବାହାରିଲା ହାତୀ

95

କନକ ବ୍ୟୁରୋ : ସଫଳ ହେଲା ଅପରେସନ ଗଜରାଜ । ଅଗ୍ନିଶମ କର୍ମଚାରୀ ଓ ବନ କର୍ମଚାରୀଙ୍କ ଉଚିତ୍ ସମୟରେ ଉଚିତ୍ ପଦକ୍ଷେପ ଯୋଗୁଁ ସୁରକ୍ଷିତ ଭାବେ କୂଅରୁ ଉଦ୍ଧାର ହୋଇ ପାରିଛି ଏକ ଦନ୍ତାହାତୀ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଂଚଳରେ ଏମିତି ଏକ ଘଟଣା ଘଟିଛି । ଖଲିବେରୀ ଗାଁର ଜଣେ ଚାଷୀଙ୍କ ତଇଲା ବିଲ କୂଅରେ ଏକ ଦନ୍ତା ହାତୀ ଖସି ପଡିଥିଲା ।

ଗତକାଲି ସକାଳ ୫ଟାରେ ଏହି ଖବର ପାଇ ତାକୁ ଉଦ୍ଧାର କରିବା ପାଇଁ ତ୍ୱରିତ ପଦକ୍ଷେପ ନେଇଥିଲା ବନ ବିଭାଗ । ଅଗ୍ନିଶମ କର୍ମଚାରୀ ଓ ବନ କର୍ମଚାରୀ ମିଳିତ ଭାବେ ଉଦ୍ୟମ କରିଥିଲେ । ଡ୍ରୋଜର ସାହାଯ୍ୟରେ ମାଟି ଖୋଳି କୂଅକୁ ରାସ୍ତା କରାଯାଇଥିଲା । ୪ ଘଂଟା ଧରି ଅପରେସନ୍ ଗଜରାଜ ଜାରି ରହିଥିଲା । ଶେଷରେ ଦନ୍ତାହାତୀଟି ୨୦ ଫୁଟର କୂଅରୁ ବାହାରିବାରେ ସଫଳ ହୋଇଛି । ହାତୀ ଭୋରୁ ହାତୀଟି କୂଅରେ ଫସିରହିଥିବା ବେଳେ ସକାଳ ୯ଟାରେ ତାକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ନେଇ ଢେଙ୍କାନାଳ ଜିଲ୍ଲାର ବନ ଅଧିକାରୀ ସୂଚନା ଦେଇଛନ୍ତି ।