ସଫଳ ହେଲା ଅପରେସନ୍ ଗଜରାଜ । ବନ କର୍ମଚାରୀଙ୍କ ଉଦ୍ୟମ ପରେ ଖାଲରୁ ଉଦ୍ଧାର ହେଲା ହାତୀ ଛୁଆ

Advertisment
ସଫଳ ହେଲା ଅପରେସନ୍ ଗଜରାଜ । ବନ କର୍ମଚାରୀଙ୍କ ଉଦ୍ୟମ ପରେ ଖାଲରୁ ଉଦ୍ଧାର ହେଲା ହାତୀ ଛୁଆ

କନକ ବ୍ୟୁରୋ: ବନ କର୍ମଚାରୀଙ୍କ ଉଦ୍ୟମ ପରେ ଖାଲରୁ ଉଦ୍ଧାର ହେଲା ହାତୀ ଛୁଆ । ସଫଳ ହେଲା ଅପରେସନ ଗଜରାଜ । ସମ୍ବଲପୁର ଯୁଜୁମୁରା ବ୍ଲକ ଅନ୍ତର୍ଗତ ବସିଆପଡା କୁମରେ ଜଙ୍ଗଲ ଭିତରେ ଏକ ଖାଲରେ ଫସିଯାଇଥିଲା ହାତୀ ଛୁଆ । ୨୪ଟିକିଆ ହାତୀପଲ ଯୁଜୁମୁରା ଅଂଚଳର ଏକ ଜଙ୍ଗଲରୁ ବାହାରି ଧିମା ଅଂଚଳକୁ ଯାଉଥିବା ବେଳେ ଖାଲରେ ଫସି ଯାଇଥିଲେ । ହାତୀପଲରେ ୪ଟି ଛୁଆ ହାତୀ ଥିବା ବେଳ ସବୁ ହାତୀ ଖାଲରୁ ଉଠି ଜଙ୍ଗଲ ଭିତରକୁ ପଳାଇଥିଲେ ।

publive-image

ହେଲେ ଗୋଟିଏ ଛୁଆ ହାତୀ ଖାଲରେ ଫସି ରହିଥିଲା । ହାତୀ ଛୁଆଟି ଖାଲରେ ଫସିଥିବା ଖବର ପାଇ ଘଟଣାସ୍ଥଳରେ ପହଂଚିଥିଲେ ସମ୍ବଲପୁର ରେଂଜର ବନ କର୍ମଚାରୀ । ଜେସିବି ଲଗାଇ ଖାଲକୁ ରାସ୍ତା କରିବା ପରେ ହାତୀଟି ଉଦ୍ଧାର ହୋଇଛି । ଏହାସହ ହାତୀ ଉଦ୍ଧାର ହେବା ପରେ ଉତ୍ୟକ୍ତ ହୋଇ ୨ଟି ଗାଡି ଭାଙ୍ଗି ଦେଇଥିବା ଜଣାପଡିଛି । ଦୀର୍ଘ ଦିନ ହେବ ଯୁଜୁମୁରା ଅଂଚଳରେ ହାତୀପଲ ଆତଙ୍କ ସୃଷ୍ଟି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe