୧୯୯୫ ମସିହା ଅକ୍ଟୋବର ୨୮ ତାରିଖ

ସ୍ଥାନ – ଗାଜା ସହରର ଉତ୍ତରରେ ଅବସ୍ଥିତ ଗ୍ରାମ ‘ବିତ ଲେହିଆ’(ଇସ୍ରାଏଲ)

ସମୟ ଦିନ ୧ ଟା ପାଖାପାଖି

ପାଲେଷ୍ଟାନିୟ ଅଧୁସିତ ଏହି ଗାଁ’ର ଶେଷ ଆଡକୁ ଓସାମା ହମାଦ ନାମକ ଜଣେ ଲୋକ ନିଜ ପରିବାର ସହ ରୁହେ,  ମଧ୍ୟାହ୍ନ ଭୋଜନ କରିସାରି ବେଡ଼ରୁମରେ ଟିଭି ଦେଖୁଥିବା ବେଳେ ହଠାତ ତାର ମୁଖ୍ୟଦରଜାରେ ଖଡଖଡ ଶୁଭେ , ଅସମୟରେ କିଏ ଆସିଲା ବୋଲି ଦେଖିବାକୁ ହମାଦର ସ୍ତ୍ରୀ ନୁସରତ ଯିବାପାଇଁ ଉଦ୍ୟତ ହେଉଥିବାର ଦେଖି ହମାଦ କହିଲା ରୁହ ମୁଁ ଦେଖୁଛି , ଖାଲି ଦେହରେ ଗୋଟେ ଟର୍କିସ ପକେଇ ଆସି କବାଟ ଖୋଲି ଦେଖି ଖୁସିରେ କହିଲା

-‘ଭାଇ ମୁଁ ଏବେ ଏବେ ଜଷ୍ଟ ଲଞ୍ଚ କଲି , ତମେ ଆସିବ ବୋଲି କହିଥିଲେ ମୁଁ ଖାଇ ନ ଥାନ୍ତି, ମିଶିକି ଖାଇଥାନ୍ତେ , ଆସ ଭିତରକୁ ଆସ

ଦୁହେଁ ଡ୍ରଇଂରୁମରେ ପଡିଥିବା ଏଲ ଆକୃତିର ଲେଦର ସୋଫା ଉପରେ ବସିଲେ

-ଆରେ ଭାଇ ନାଇଁ ନାଇଁ ମୁଁ ଏବେ ଜଷ୍ଟ ଖାଇକି ଆସିଲି , ଆଉ ସବୁ ଖବର ଭଲ ତ ?

-ହାଁ ଭାଇ ଆଲ୍ଲାଙ୍କ ମେହେରବାନିରୁ ସବୁ ଖେରିୟତ ,

ଏତିକି କହି ହମାଦ ନିଜର ଫୋନ ସେ ଲୋକକୁ ଦେଇ ଡ୍ରଇଂରୁମଋ ବାହାରି ଆସିଲା , ସେ ଲୋକଟି ହମାଦର ଫୋନରେ ଗୋଟେ ନମ୍ବର ଡାଏଲ କରି ଧୀରେ ଧୀରେ କାହା ସହ କଥା ହେବାରେ ଲାଗିଲା ,

ଠିକ ସେହି ସମୟରେ ବିତଲେହିଆ ଗାଁ ଉପରେ ଉଡୁଥିବା ଏକ ଇସ୍ରାଏଲି ଯୁଦ୍ଧ ବିମାନରେ ବସିଥିବା ପାଇଲଟ ହଠାତ ଚଳଚଞ୍ଚଳ ହେଇ ଉଠି ସାମନାରେ ଲାଗିଥିବା ଏକ ସ୍କ୍ରିନ ଉପରେ ରେଡିଓ ତରଙ୍ଗ ଦେଖି କାନରେ ହେଡଫୋନ ଲଗେଇ ହମାଦ ଘରୁ ଆସୁଥିବା କଲକୁ ଇଣ୍ଟରସେପ୍ଟ କରି ମୋସାଦ ହେଡକ୍ଵାଟରକୁ ଟ୍ରାନ୍ସମିଟ କରିଦିଏ , ମୋସାଦ ହେଡକ୍ଵାଟରର ଆଣ୍ଟି ଟେରୋରିଷ୍ଟ ସ୍କାଡର ପ୍ରାୟ ଡଜନେ ସରିକି ଅଧିକାରୀ ଚଳଚଞ୍ଚଳ ହେଇ ନିଜ ନିଜ କମ୍ପୁଟର ପାଖରେ ବସି ବିମାନରୁ ଆସୁଥିବା ବାର୍ତ୍ତା ଶୁଣି ନିଜ ନିଜର କାମରେ ଲାଗି ପଡ଼ିଲେ , ମାତ୍ର କିଛି ମିନିଟ ମଧ୍ୟରେ ଜଣେ ଭଏସ ଏକ୍ସପର୍ଟଙ୍କ ଚାରିପଟେ ସମସ୍ତ ଅଧିକାରୀ ଜମା ହେଇ ତାଙ୍କୁ ଉତ୍ସୁକ ନଯନରେ ଚାହିଁ ରୁହନ୍ତି, ସେମାନଙ୍କ ମଧ୍ୟରେ ମୋସାଦର  ଚିଫ ମଧ୍ୟ ଠିଆ ହେଇଥାନ୍ତି , ଭଏସ ଏକ୍ସପର୍ଟ ଜଣକ ସମସ୍ତଙ୍କୁ ପାଟିରେ ଅଗୂଠୀ ଦେଇ ଚୁପ ରହିବାକୁ କହି ଧ୍ୟାନରେ ମୋବାଇଲର କଥାବାର୍ତ୍ତା ଶୁଣିବାକୁ ଲାଗେ , କିଛି ସମୟ ପରେ ମୁଣ୍ଡରୁ ହେଡଫୋନ ବାହାର କରି   ମୋସାଦ ଚିଫ xଙ୍କ ଆଡକୁ ଅନାଇ କୁହାନ୍ତି ସାର ମୁଁ 100% sure , କ୍ରିଷ୍ଟାଲ ଇଜ ଅନଲାଇନ , ଏଇଟା ଇଞ୍ଜିନିଅରର ଭଏସ , ଜଲ୍ଦି ଆଦେଶ ଦିଅନ୍ତୁ , ଅଧିକାରୀଙ୍କଠୁ ଏ କଥା ଶୁଣି ମୋସାଦ ଚିଫ ସ୍ବୀକୃତି ସ୍ୱରୂପ ନିଜର ଡାହାଣ ହାତ ବୁଢା ଆଙ୍ଗୁଠି ଦେଖାଇ ମିସନକୁ କାର୍ଯ୍ୟକାରୀ କରିବା ପାଇଁ ସଙ୍କେତ ଦେଇ ଦିଅନ୍ତି, ଏକଥା ଦେଖି ଭଏସ ଏକ୍ସପର୍ଟ ଟେବୁଲ ପାଖରେ ବସିଥିବା ଆଉ ଜଣେ  ଅଧିକାରୀ ନିଜ ପାଖରେ ଲାଗିଥିବା ଏକ ରିମୋଟ ଡିଟୋନେଟରର ସୁଇଚ କୁ ଚିପିଦିଏ , ସୁଇଚ ଚିପି ସାରି ବୋମାର ତୀବ୍ର ଶବ୍ଦରୁ ନିଜ କାନକୁ ବଞ୍ଚେଇବାକୁ ହେଡଫୋନ ବାହାର କରିଦିଏ  ,  ସମସ୍ତେ କାନରେ ହେଡଫୋନ ଦେଇ କମ୍ପୁଟର ସ୍କ୍ରିନକୁ ଅନେଇ ରହିଥାନ୍ତି କିନ୍ତୁ ସେମାନେ ଆଶା କରୁଥିବା କିଛି ବି ଘଟିତ ହୁଏ ନାହିଁ, କୌଣସି ବୋମା ଶବ୍ଦ ଶୁଭିଲାନି, ହମାଦ ଘରୁ ଚାଲିଥିବା କଥାବାର୍ତ୍ତା ସେ ପାର୍ଜୟନ୍ତ ସେମିତି ଶୁଭୁଥାଏ , ଏହାର ଅର୍ଥ ସେ ଉଗ୍ରପନ୍ଥୀ ଜୀବିତ ଅଛି ଏବମ କଥା ହେଉଛି , ଏଜେଣ୍ଟ ଜଣକ ପୁଣି ଆଉ ଥରେ ଡିଟୋନେଟର ସୁଇଚକୁ ଚିପିଲେ , କିନ୍ତୁ କିଛି ଫଳ ହେଲାନି , ସମସ୍ତେ ନିରାଶ ହେଇ ପରସ୍ପରକୁ ଚାହିବାକୁ ଲାଗିଲେ , କାରଣ ବିଗତ ବର୍ଷେ ପାଖାପାଖି ସେମାନେ ଲାଗିଥିବା ମିସନ ଫେଲ ହେଇ ଯାଇଥିଲା ,

 

ହମାଦ ଘରୁ ମୋବାଇଲରେ କଥା ହେଉଥିବା ସେ ଲୋକର ନାଁ ହେଲା ୟେହିଆ ଅୟାସ ଉରଫ ଇଞ୍ଜିନିଅର , ପାଲେଷ୍ଟାନିୟ ଉଗ୍ରପନ୍ଥୀ ସଂଗଠନ ହମାସର ବମ ବିଶେଷଜ୍ଞ , ବମ ତିଆରି କରିବାରେ ସେ ଏମିତି ଏକ୍ସପର୍ଟ ଥିଲା ଯେ ତାକୁ ସମସ୍ତେ ଇଞ୍ଜିନିଅର ନାମରେ ଡାକୁଥିଲେ ‘ହମାସ’ ଯେତେ ପ୍ରକାର ବମ ବ୍ୟବହାର କରୁଥିଲା ସେସବୁ ପ୍ରାୟ ତାରି ତତ୍ୱାବଧାନରେ ତିଆରି ହେଉଥିଲା ଯାହାଦ୍ଵାରା ‘ହମାସ’ ଇସ୍ରାଏଲର ଶତାଧିକ ସାଧାରଣ ଜନତା, ଆର୍ମୀ ଲୋକଙ୍କର ଜୀବନ ନେଇ ସାରିଥିଲା, ଏଥିପାଇଁ ମୋସାଦର ‘ଡେଥ ଲିଷ୍ଟ’ର ସବା  ଉପରେ ଇଞ୍ଜିନିଅରର ନାଁ ଥିଲା , ମୋସାଦ ତାକୁ ହିଁ ମାରିବା ପାଇଁ ଓସମା ହମାଦ ନାମ୍ନୀ ସେ ଲୋକ ଫୋନରେ ୫୦ ଗ୍ରାମର ଏକ ଛୋଟ ବୋମା ଖଞ୍ଜିଥିଲା ଆଉ ଯାହାର ରିମୋଟ ମୋସାଦ ହେଡ କ୍ଵାଟରରେ ଥିଲା , କିନ୍ତୁ ସେମାନଙ୍କ ପ୍ରୟାସ ବୃଥା ଗଲା , 

୧୯୯୩ ଋ ୧୯୯୫ ମଧ୍ୟରେ ମାତ୍ର ଦି ବର୍ଷ ଭିତରେ ଅୟାସ ଇସ୍ରାଏଲ ଉପରେ ୯ ଥର ଆକ୍ରମଣ କରେଇଥିଲା , ଯେଉଁଥିରେ ୫୬ ଜଣ ଇସ୍ରାଏଲି ଅଧିବାସୀ ପ୍ରାଣ ହରାଇଥିଲେ ଓ ୩୮୭ ଜଣ ଆହତ ହୋଇଥିଲେ,  ସେମାନଙ୍କ ମଧ୍ୟରେ ସେନାର ବହୁ ସୈନିକ ମଧ୍ୟ ଥିଲେ , ଏତେ ଜନଜୀବନ ହାନି ଦେଖି ଲୋକନକ ମନରେ ଧୀରେ ଧୀରେ ଅସନ୍ତୋଷର ନିଆଁ କୁହୁଳିବାରେ ଲାଗିଥିଲା , ଏ ସବୁକୁ ଦେଖି ପ୍ରଧାନମନ୍ତ୍ରୀ ରବିନ ଅୟାସର ଫାଇଲରେ ଦସ୍ତଖତ କରି ତାକୁ ତୁରନ୍ତ ମାରିବାକୁ ନିର୍ଦ୍ଦେଶ ଦେଇ ଦିଅନ୍ତି , କିନ୍ତୁ ଅୟାସକୁ ମାରିବା ଏତେ ସହଜ ନଥିଲା , ପ୍ରତି ଦୁଇ ଦିନରେ ସେ ନିଜ ଠିକଣା ବଦଳେଇ ଦେଉଥିଲା , ଗାଜା ଓ ୱେଷ୍ଟ ବ୍ୟାଙ୍କ ମଧ୍ୟରେ ଲୁଚିରହି ନିଜ କାମ ବହୁତ ସୁରୁଖୁରୁରେ କରି ଚାଲିଥିଲା
କ୍ରମଶଃ......