ବିଦ୍ୟୁତ ବିଭାଗର ରିୟଲ ହିରୋ ପାରଳାଖେମୁଣ୍ଡି ସବଡିଭିଜନ ଜେଇ: ସାଧୁତାର ବଡ ପରୀକ୍ଷାରେ ଗଙ୍ଗା ଗୌରୀ ପ୍ରସାଦ ପଟ୍ଟନାୟକ ପାସ୍…ରୋକଠୋକ୍ ଶୁଣାଇ ଦେଲେ ପଇସା ପାଇଁ କାଟିବେ ନାହିଁ ବିଜୁଳି

ବଜାରରେ ଇନଭଟର ପଶିଲେ ବିଜୁଳି ବିଭାଗର କ୍ଷତି ହେବ କହି ଦୁର୍ନୀତିକୁ ପ୍ରଶ୍ରୟ ଦେଇନଥିଲେ: ସାଧୁତାର ଏହି ବଡ ପରୀକ୍ଷାରେ ପାସ କରିଥିବା ପାରଳାଖେମୁଣ୍ଡି ନିର୍ବାହୀ ଯନ୍ତ୍ରୀଙ୍କୁ ସଲାମ

783
  • ପାରଳାଖେମୁଣ୍ଡି ସବଡିଭିଜନର ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ଗଙ୍ଗା ଗୌରୀ ପ୍ରସାଦ ପଟ୍ଟନାୟକ
  • ଲିକିଂ ଗୁରୁ ଡଟ କମ କରିଥିବା ରିୟଲିଟି ଚେକରେ ବିଜୁଳି ବିଭାଗର ରିୟଲ ହିରୋ
  • ଯିଏ ରୋକଠୋକ ଶୁଣାଇ ଦେଇଥିଲେ ପଇସା ପାଇଁ କେବେହେଲେ କାଟିବେନି ବିଜୁଳି
  • ସାଧୁତା ଓ ଅଫସରଙ୍କ ସଚ୍ଚୋଟତାର ପରୀକ୍ଷାରେ ପାସ୍ ଗଙ୍ଗା ଗୌରୀ ପ୍ରସାଦ ପଟ୍ଟନାୟକ
  • ବଜାରରେ ଇନଭଟର ପଶିଲେ ବିଜୁଳି ବିଭାଗର କ୍ଷତି ହେବ କହି ଦୁର୍ନୀତିକୁ ପ୍ରଶ୍ରୟ ଦେଇନଥିଲେ
  • ତାଙ୍କ ମତରେ ବିଜୁଳି ବିଭାଗର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱି ଇନଭରଟ କମ୍ପାନି
  • ସାଧୁତାର ଏହି ବଡ ପରୀକ୍ଷାରେ ପାସ କରିଥିବା ପାରଳାଖେମୁଣ୍ଡି ନିର୍ବାହୀ ଯନ୍ତ୍ରୀଙ୍କୁ ସଲାମ

କନକ ବ୍ୟୁରୋ: ବିଦ୍ୟୁତ ବିଭାଗର ଜଣେ ରିୟଲ ହିରୋ । ଯିଏ ସାଧୁତାର ଏହି ପରୀକ୍ଷାରେ କେବଳ ପାସ କରିନାହାନ୍ତି ବରଂ ୧୦୦ରୁ ୧୦୦ ରଖିଛନ୍ତି । ପାରଳାଖେମୁଣ୍ଡି ସବଡିଭିଜନର ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ଗଙ୍ଗା ଗୌରୀ ପ୍ରସାଦ ପଟ୍ଟନାୟକ । ଲିକିଂ ଗୁରୁ ଡଟ କମ ପକ୍ଷରୁ ହୋଇଥିବା ରିୟଲିଟି ଚେକର ରିୟଲ ହିରୋ । ଏମିତି ଅଫିସରଙ୍କୁ ଦେଖିବା ପରେ ସରକାରୀ ସଂସ୍ଥାରେ ଯେ, ସାଧୁ ଓ ସଚ୍ଚୋଟ ଅଫିସର ନାହାନ୍ତି ଏକଥା ଆପଣ କହିପାରିବେନି । କିଛି ଅସାଧୁ ଅଫିସରଙ୍କ ପାଇଁ କେବଳ କଳଙ୍କିତ ହୋଇପଡିଛି ବିଜୁଳି ବିଭାଗ ।

ଫୋନୋ

ପ୍ରଥମ ସାମ୍ବାଦିକ – ସେଲ୍ସ ରିଗାର୍ଡିଂ ଟିକେ କଥା ହେବାକୁ ଆସିଥିଲୁ ସାର ।

ନିର୍ବାହୀ ଯନ୍ତ୍ରୀ – ଇନଭଟର ସେଲ୍ସରେ ଆମେ କ’ଣ କରିବୁ?

ପ୍ରଥମ ସାମ୍ବାଦିକ – ସାର ଇନଭଟର ସେଲ୍ସରେ, ବ୍ୟାଟ୍ରି – ଇନଭଟର କୋରିଲେଟେଡ୍ ।

ନିର୍ବାହୀ ଯନ୍ତ୍ରୀ – କୋ-ରିଲେଟେଡ୍ ଯେ, ଆମେ କ’ଣ କରିପାରିବୁ? ଆମର କ’ଣ କାମ ବୁଝିପାରୁନି ।

ପ୍ରଥମ ସାମ୍ବାଦିକ – ବହୁତ ବଡ ଯୋଗଦାନ ହୋଇପାରିବ ସାର । ଚାହିଁଲେ ଆପଣ ସାହାଯ୍ୟ କରିପାରିବେ । ଇନଭଟର ଗୋଟେ ଲୋକ କାହିଁକି କିଣିବ?

ନିର୍ବାହୀ ଯନ୍ତ୍ରୀ – ଲାଇନ ନଥିଲେ..

ପ୍ରଥମ ସାମ୍ବାଦିକ – ସେଇଟା ତ ଫଣ୍ଡା ସାର ।

ନିର୍ବାହୀ ଯନ୍ତ୍ରୀ – ତାହାଲେ ଆପଣ କ’ଣ କହୁଛନ୍ତି, ଆମେ ବାରମ୍ବାର ଲାଇନ କାଟିବୁ?

ପ୍ରଥମ ସାମ୍ବାଦିକ – ସେଇ ହିସାବରେ କ’ଣ ହେଇ ପାରିବ କ’ଣ ନାହିଁ..

ନିର୍ବାହୀ ଯନ୍ତ୍ରୀ – ନାଇଁ ଲାଇନ ଏଠି ସବୁବେଳେ ଷ୍ଟେବୁଲ । ପ୍ରାୟ କେସରେ ଷ୍ଟେବୁଲ ରହୁଛି ଟାଉନରେ । ଛୋଟ ଛୋଟ ଇସୁ ରହୁଛି । ନହେଲେ ବର୍ଷକୁ ୪/୬ ମାସ ତ ଲାଇନ ଯିବ ।

ପ୍ରଥମ ସାମ୍ବାଦିକ – କ’ଣ କି ସାର, ସମର ହେଲେ ଆମକୁ ଅସୁବିଧା ନାହିଁ ସେଲ୍ସରେ.. କମ୍ପିଟିସନ୍ ଉପରେ ପ୍ରେସର ହେଇଯାଉଛି ଜୋରଦାର କମ୍ପାନୀର । ସାର ରାୟପୁରରୁ ଆସିଛନ୍ତି । ସେଇ ସେଲ୍ସ ରିଗାର୍ଡିଂ କଥା ହଉଛୁ ଆମେ ବୁଲି ବୁଲି । ପିକ୍ ଆୱାରରେ ଆମକୁ କିଛି ଘଂଟା ମିଳିଗଲେ ସାର..

ନିର୍ବାହୀ ଯନ୍ତ୍ରୀ – ସେଇ ନିଷ୍ପତି ମୁଁ କରିପାରିବିନି । ସରକାରଙ୍କ ନିୟମ ଆପଣ ଜାଣିଛନ୍ତି । କୌଣସି ଲାଇନ କାଟିବା କି କ’ଣ କରିବା ଆମ ଲେବଲରେ ହୋଇ ପାରିବନି । ସେ ନିଷ୍ପତି ଆମେ କରି ପାରିବୁନି । ଆପଣ ଟିକେ ଉପର ଲେବଲରେ ଧରୁନାହାଁନ୍ତି । ଘଂଟାଟେ ହେବ ପାୱାରକଟ୍, ଓଡିଶାରେ ହବ ବୋଲି । ତାହାଲେ ତ ସବୁ ସେଲ ହବ । ସେମିତି ଆମେ ପାୱାରକଟ୍ କରିପାରିବୁନି । ଆମେ ସେ ଡିସିସନ ନେଇ ପାରିବୁନି ।

ଦ୍ୱିତୀୟ ସାମ୍ବାଦିକ – ନାହିଁ ଦେଖନ୍ତୁ ଆମକୁ ଅଧିକ ଦରକାର ନାହିଁ । ଗୋଟେ ୩୦ ଦିନର ପାଇଲଟ ପ୍ରୋଜେକ୍ଟ ଅଛି । ୩୦ ଦିନ ଭିତରେ ଆମକୁ ୧୦ ଥର, ଘଂଟାଏ ଲେଖାଏଁ ପ୍ରତିଦିନ ଲଗାତର ୩୦ ଦିନ ଭିତରେ ଯଦି ଆପଣ ଦେଇଦେବେ ତାହାଲେ ହେଇଯିବ ।

ପ୍ରଥମ ସାମ୍ବାଦିକ –କମ୍ପାନୀର ଗୋଟେ ସ୍କିମ ଅଛି । ଯଦି ଆପଣ ଖରାପ ଭାବିବେନି ସାର ୫ ଲକ୍ଷର ବଜେଟ ବି ଅଛିକମ୍ପାନୀ ଠାରୁ । ତ ଯେମିତି ଆଜି ପିକ୍ ଆୱାରରେ ୧୦ଦିନ ଯଦି କଟୁଛି ସାର, ଆମ ସେଲ୍ସ ଟିମ ଆସିବେ ତା ପରଦିନ । ଆଜି କଟିଲା କି କାଲି କଟିଲା ପୁଣି ୨/୩ ଦିନ ଛାଡିକି ଥାର୍ଡ ଡେ କୁ ପୁସିଂ ସେଲ..

ଗଙ୍ଗା ଗୌରୀ ପ୍ରସାଦ ପଟ୍ଟନାୟକ

ନିର୍ବାହୀ ଯନ୍ତ୍ରୀ, ପାରଳାଖେମୁଣ୍ଡି ସବଡିଭିଜନ୍

ବିଜୁଳି ବିଭାଗର ରିୟଲ ହିରୋ

ପଇସା ପାଇଁ କାଟିବେନି ବିଜୁଳି

ସାଧୁତାର ପରୀକ୍ଷାରେ ପାସ୍

ନିର୍ବାହୀ ଯନ୍ତ୍ରୀ – ଆମ ପାଖକୁ ଏସବୁ ନେଇକି ଆସନ୍ତୁନି । ଆମେ ଏଠି ଲୋକଙ୍କୁ ସେବା ଦେବାକୁ ଆସିଚୁ । ବିଜନେସ ଗୋଟେ ରହିଲା, ତାହା ଆପଣଙ୍କ ବିଜନେସ୍ । ଆମ ସର୍ଭିସ ଆମେ କରିବୁ । କୌଣସି ଅସୁବିଧା ହେଲେ ଆମେ କାଟୁଛୁ । କିନ୍ତୁ ଜାଣିଶୁଣି କାଟିବା ଠିକ୍ ନୁହଁ । ସିଧାସଳଖ ଆପଣଙ୍କୁ ବୁଝେଇ ଦଉଛି ତାହା ହେଇ ପାରିବନି । ଲୋକମାନଙ୍କୁ କେମିତି.. ଆମେ ବି ବିଜନେସ କରୁଛୁ ନା । ମୁଁ ଯଦି ଘଂଟାଟେ କାଟୁଛି ଆମେ ବି ବିଜନେସ ଲୁଜ୍ କରୁଛୁ । ଆମେ ସରକାରର ଗୋଟେ ପାର୍ଟ । କିନ୍ତୁ ସରକାର ବି ବିଜନେସ କରୁଛନ୍ତି । ମୋର ଟାଉନ୍ରେ ଲୋକ ଯେତିକି ପ୍ରପରଲି ଜାଳୁଛନ୍ତି । ମୁଁ ସେଇ ଟାଇମ ଲାଗି ପଇସା କାଟୁଛି । ସେଇ ଟାଇମରେ ବନ୍ଦ କରି ମୁଁ କେମିତି.. । ପିକ୍ ଆୱାରରେ ହଉଛି ଆମର ମାକ୍ସିମମ୍ କଂଜମ୍ପସନ୍ । ଯଦି ମାକ୍ସିମମ୍ ଆଣୁଛୁ ମୋର ପାଖାପାଖି ଲକ୍ଷେ ୟୁନିଟ ହେଲା ପିକ୍ ଆୱାରରେ । ଯଦି ଟୋଟାଲ ଟାଉନ ଲିମିଟ୍ରେ ମୋର ବଜେଟ୍ ହେଉଛି ଲକ୍ଷେ ଚାଲିଲା, ଆମେ ୫ଲକ୍ଷ ଟଙ୍କା ବିଜନେସ କରିବୁ ନା । ତେଣୁ ତାହା ଚେଂଜ୍ ହେଇପାରିବନି । ତେଣୁ ଆମକୁ ରିକ୍ୱେଷ୍ଟ ବି ଆଉ କରନ୍ତୁନି । କିଛି କିଛି ଅଛି । ଆମର ସମସ୍ୟା ହେଲେ ଟ୍ରିପ୍ ହେଉଛି ।

ପ୍ରଥମ ସାମ୍ବାଦିକ- ୟା ଉପରେ ଯଦି କିଛି ଇନଫରମେସନ୍ ଆମକୁ..

ନିର୍ବାହୀ ଯନ୍ତ୍ରୀ – ନାଇଁ କିଛି ହେଇ ପାରିବନି । କୌଣସି ଜିନିଷ ଆମେ ଆପଣଙ୍କୁ ଦେଇ ପାରିବୁନି । କ୍ଲିଅର କହି ଦଉଛି ଆପଣଙ୍କୁ ।

ଦ୍ୱିତୀୟ ସାମ୍ବାଦିକ – କିଛି ରାସ୍ତା କୁହନ୍ତୁ । କେମିତି କ’ଣ ହେଇ ପାରିବ?

ନିର୍ବାହୀ ଯନ୍ତ୍ରୀ – ନାଇଁ ଏଥିରେ ନାହିଁ କିଛି । ଆମେ ବି ଏଥିରେ ଆପଣଙ୍କୁ କିଛି ସାହାଯ୍ୟ କରି ପାରିବୁନି । ଆପଣଙ୍କ ବ୍ୟବସାୟ କମିଛି, ସୋଲାର ସିଷ୍ଟମ ପାଇଁ । ଲୋକେ ଏବେ ସୋଲାର ସିଷ୍ଟମ ଉପରେ ନିର୍ଭର କରୁଛନ୍ତି । ଆଗରୁ ଗାଁ ଗହଳିରେ ପାୱାର ନରହିଲେ କ’ଣ ହଉଥିଲା । କିନ୍ତୁ ଏବେ ସରକାର ତାଙ୍କୁ ସୋଲାର ଅପସନ୍ ଦେଇ ଦେଇଛନ୍ତି । ଗଭର୍ଣ୍ଣମେଂଟ ତାଙ୍କୁ ଦଉଛି ତ, ପାୱାର ନାହିଁ ଠିକ୍ ଅଛି, ସୋଲାର ଅଛି । ନହେଲେ ଇନଭଟର କ’ଣ ଅଛି । ଆଛା ସୋଲାରରେ ବି ତ ଇନଭଟର ଦଉଛନ୍ତି?

ଦ୍ୱିତୀୟ ସାମ୍ବାଦିକ – ଆମର ସୋଲାର ଇନଭଟର ବି ଅଛି ।

ନିର୍ବାହୀ ଯନ୍ତ୍ରୀ – ଗଭର୍ଣ୍ଣମେଂଟ ସୋଲାର ଅପସନ କରିଛି । ସବସିଡି କରିକି ଲୋକ ସୋଲାର ନେବେ । ହଁ ଗଭର୍ଣ୍ଣମେଂଟ ସୋଲାର ସବସିଡି ଦଉଛି । ଗୋଟେ କିଏ ହ୍ୱାଟ୍ସଅପ୍ରେ ପଠେଇଥିଲା ।

ଦ୍ୱିତୀୟ ସାମ୍ବାଦିକ – ସାର ସେଥିରେ ବି କିଛି ବଡ ଅଡର ଯଦି ଆମକୁ କରେଇ ଦିଅନ୍ତେ, ଆମେ ଆପଣଙ୍କ ପାଇଁ ବ୍ୟବସ୍ଥା କରିଦିଅନ୍ତୁ ।

ନିର୍ବାହୀ ଯନ୍ତ୍ରୀ – ସେ କାମ ଆମେ କରିପାରିବୁନି । ଆପଣ ଇଣ୍ଡଷ୍ଟ୍ରୀରେ ପାୱାର ସପ୍ଲାଇ ପାଇଁ କୁହନ୍ତୁ ଆମେ କରିଦବୁ । କୌଣସି ମିଲକୁ କହିବେ ଦବୁ । କିନ୍ତୁ ଏଥିରେ କିଛି ସାହାଯ୍ୟ କରିପାରିବୁନି ।

ଦ୍ୱିତୀୟ ସାମ୍ବାଦିକ – ଆପଣଙ୍କ ଘର କୋଉଠି ସାର?

ନିର୍ବାହୀ ଯନ୍ତ୍ରୀ – ମୁଁ ଓଡିଶାରୁ, ଜୟପୁରରୁ ।

ଦ୍ୱିତୀୟ ସାମ୍ବାଦିକ – ଆମ ପାଇଁ କିଛି ଅପସନ ରଖି ନାହାନ୍ତି?

ନିର୍ବାହୀ ଯନ୍ତ୍ରୀ – ନାଇଁ ଯୋଉ ଜିନିଷ ଆମ ସହ ରିଲେଟେଡ ନୁହେଁ, ଆମେ ସେଥିରେ କାହିଁ ପସିବୁ । ଗୋଟେ ପ୍ରକାର ଆପଣ ହିଁ ଆମର କମ୍ପିଟିଟର । ଠିକ୍ରେ ସେବା ଦେଲେ ଲୋକେ ଆମକୁ ପଇସା ଦେବେ । ଦବୁନି ତ ଆପଣଙ୍କୁ ପେମେଂଟ୍ କରିବେ ।

ଦ୍ୱିତୀୟ ସାମ୍ବାଦିକ – ନାହିଁ ଆମକୁ କ’ଣ ପେମେଂଟ୍ । ଇଏ ତ ୱାନ ଟାଇମ ସେଟେଲମେଂଟ୍ ।

ନିର୍ବାହୀ ଯନ୍ତ୍ରୀ – ଇନଭଟରର ଡ୍ର ବ୍ୟାକ୍ ହେଉଛି ସୋଲାର ସିଷ୍ଟମ । ଆମର ସିଷ୍ଟମ ବି ଟିକେ ସୁଧୁରି ଯାଇଛି । କାରଣ ପାୱାର ସପ୍ଲାଏ ଟିକେ ଷ୍ଟେବଲ ହେଇ ଯାଇଛି । ଆମେ ତା ଉପରେ ବହୁତ କାମ କରୁଛୁ । ଆପଣଙ୍କ ଇନଭଟରରେ ଫ୍ୟାନ ଧିରେ ବୁଲୁଛି । ଆମର ପାୱାର ସପ୍ଲାଏରେ ଜୋର ବୁଲୁଛି । ଭୋଲଟେଜ ବି ଷ୍ଟେବଲ ହେଇଗଲାଣି । ପାୱାର ସେକ୍ଟରରେ କାମ ହେଉଛି ।