ପଇସା ପାଇଁ ହେଉଛି ପାୱାରକଟ୍ । ଟଙ୍କା ପାଇଁ ବିକ୍ରି ହେଉଛନ୍ତି ବାବୁ, ଅପରେସନ ବ୍ଲାକଆଉଟରେ ଲାଞ୍ଚୁଆ ଅଫିସରଙ୍କ ମୁଖା ଖୋଲିବ କନକ ନ୍ୟୁଜ୍ ।

693

କନକ ବ୍ୟୁରୋ : ବିକ୍ରି ହେଉଛନ୍ତି ବାବୁ । ଟଙ୍କା ଦେଖିଲେ ବଦଳି ଯାଉଛି ଅଫିସରଙ୍କ ଚରିତ୍ର । କେମିତି ଗାନ୍ଧୀ ମୁଣ୍ଡ ଥିବା ନାଲି ନୋଟ ଦେଖିଲେ ଅଫିସରଙ୍କ ମୁହଁରେ ପାଣି ଆସିଯାଉଛି । ହଜାର ହଜାର ଲକ୍ଷ ଲକ୍ଷ ଟଙ୍କାର ଦରମା ନେଉଥିବା ସରକାରୀ ଚାକିରିଆ କେମିତି ଉପୁରି କମେଇକୁ ଅନାଇ ବସିଛନ୍ତି ତାର ସତ ସାମ୍ନାରେ ଆସିଛି । ବିଜୁଳି ବିଭାଗ ଅଧିକାରୀଙ୍କ ବଡ ଷଡଯନ୍ତ୍ରର ଖୁଲାସା ହୋଇଛି ।

କେମିତି ଟଙ୍କା ପାଇଁ ଆପଣଙ୍କ ପିଲାଙ୍କ ପାଠପଢା ଅଧାରେ ଅଟକି ଯାଏ । କେମିତି ଆପଣଙ୍କୁ ରାତିର ଅନ୍ଧାରରେ ରହିବାକୁ ପଡେ । ଗରମରେ ସଢିବାକୁ ଛାଡି ଦିଆଯାଏ । କେମିତି ଛାତରେ ପଙ୍ଖା ଝୁଲୁଥିଲେ ବି ଘଂଟା ଘଂଟା ହାତପଙ୍ଖା ବୁଲାଇବାକୁ ବାଧ୍ୟ କରାଯାଏ, ତାର ସତ କଏଦ ହୋଇଛି କ୍ୟାମେରାରେ ।

ସରକାରୀ ଅଧକାରୀଙ୍କ ସାଧୁତାର ବଡ ପରୀକ୍ଷା । କିଏ ପାସ, କିଏ ଫେଲ ତାହାର ପର୍ଦ୍ଦଫାଶ ହୋଇଛି । ଆପଣଙ୍କୁ ଅସୁବିଧାରେ ପକାଉଥିବା ଅଫିସର ଆପଣଙ୍କ ଆଖପାଖରେ ହିଁ ଅଛନ୍ତି । ଆପଣଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ନିଜ ପକେଟ୍ ଗରମ କରୁଛନ୍ତି । ସରକାରଙ୍କ ୫-ଟି, ଲୋକଙ୍କ ପ୍ରତି ଉତର ଦାୟିତ୍ୱ , ସେବା, ନିଷ୍ଠା ଓ ଚାକିରି ପ୍ରତି କମିଟମେଂଟକୁ ଜଳାଞ୍ଜଳି ଦେଇ କେବଳ ନିଜ ସ୍ୱାର୍ଥରେ ମାତିଛନ୍ତି । ନିଜ ଘର, ନିଜ ପରିବାରର ସମୃଦ୍ଧି ପାଇଁ ନିଜସ୍ୱ ବ୍ୟାଙ୍କ ବାଲାନ୍ସ ବଢାଇ ଚାଲିଛନ୍ତି । ଅସାଧୁ ଉପାୟରେ ନିଜ ପଦ, ମର୍ଯ୍ୟାଦାର ଦୂରୁପଯୋଗ କରିବାକୁ ପଛାଉ ନାହାନ୍ତି ।

ଆପଣଙ୍କ ଘରେ, ଆପଣଙ୍କ ଗାଁରେ କିମ୍ବା ଆପଣଙ୍କ ସହରରେ କେତେବେଳେ ଓ କେଉଁଠି ବିଜୁଳି କଟିବ, କେତେ ସମୟ ପାଇଁ କଟିବ । ତାର ନିଷ୍ପତି କରୁଛନ୍ତି । ସେଥିପାଇଁ ତାଙ୍କୁ ମୋଟା ଅଙ୍କର ମୂଲ୍ୟ ବି ମିଳୁଛି । ନିର୍ଦ୍ଦିଷ୍ଟ ଏକ କମ୍ପାନିର ବ୍ୟବସାୟ ବୃଦ୍ଧିରେ ସହାୟତା ପାଇଁ ବିକ୍ରି ହୋଇଯାଇଛନ୍ତି ବାବୁ । ସାରା ଓଡିଶାରେ କେମିତି ଚାଲିଛି ପଇସା ପାଇଁ ପାୱାର କଟ୍ । ଲିକିଂ ଗୁରୁ ଡଟ୍ କମର ରିୟଲିଟି ଚେକ୍ । ଅପରେସନ ବ୍ଲାକଆଉଟ୍ ।