ଅପରେସନ୍ ବ୍ଲାକଆଉଟ୍ ପ୍ରଭାବ: ଗୁଣୁପୁର ସବଡିଭିଜନର ନିଲମ୍ବିତ ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପ୍ରସାଦ ନନ୍ଦଙ୍କ ବିରୋଧ ଫୌଜଦାରୀ ମାମଲା ରୁଜୁ ।

227

କନକ ବ୍ୟୁରୋ: କନକ ନ୍ୟୁଜର ଅପରେସନ୍ ବ୍ଲାକ୍ ଆଉଟ୍ ପ୍ରଭାବରେ ରୁଜୁ ହେଲା ଫୌଜଦାରୀ ମାମଲା । ଗୁଣୁପୁର ସବଡିଭିଜନର ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପ୍ରସାଦ ନନ୍ଦଙ୍କ ବିରୋଧରେ ଏତଲା ଦେଇଛନ୍ତି ଗୁଣୁପୁର ସୁପରିଟେଣ୍ଡଂଟ ଅପ୍ ଇଂଜିନିୟର୍ସ । କନକ ନ୍ୟୁଜ୍ରେ ଖବର ପ୍ରସାରଣ ପରେ ଲାଂଚ ନେବା ଅଭିଯୋଗରେ ଗୁଣୁପୁର ସବଡିଭିଜନର ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପ୍ରସାଦ ନନ୍ଦଙ୍କୁ ଶୁକ୍ରବାର ନିଲମ୍ବନ କରାଯାଇଥିଲା ।

ଗତକାଲି ପାରଳାଖେମୁଣ୍ଡି ସବଡିଭିଜନର ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ଗଙ୍ଗାଗୌରୀ ପଟ୍ଟନାୟକଙ୍କୁ ଗୁଣୁପୁର ସବଡିଭିଜନର ଭାରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଭାବେ ଦାୟିତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଅପରେସନ୍ ବ୍ଲାକ ଆଉଟରେ ପାରଳାଖେମୁଣ୍ଡି ସବଡିଭିଜନର ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ଗଙ୍ଗାଗୌରୀ ପଟ୍ଟନାୟକ, ଲାଂଚ ନେବାକୁ ସିଧାସଳଖ ମନା କରିଦେବା ସହ ସାଧୁତାର ବଡ ପରୀକ୍ଷାରେ ପାସ୍ କରିଥିଲେ । ହେଲେ ଜଗନ୍ନାଥ ପ୍ରସାଦ ନନ୍ଦ ଲାଂଚ କାରବାର ପାଇଁ ଡିଲ୍ କରିଥିଲେ ।