ଜେଇଙ୍କ ପାୱାର କଟ୍ ଜାଲ: ପକେଟ ଗରମ ହେଲେ କଟୁଛି ପାୱାର । ଗୁଣପୁର ସବଡିଭିଜନ ଜେଇଙ୍କ ଗୋଳମାଳିଆ କାମ । ନିଜେ ଖାଇବେ, ତଳ ଅଫିସରଙ୍କୁ ବି ଖୁଆଇବେ

824

କନକ ବ୍ୟୁରୋ: ରାୟଗଡା ଗୁଣପୁରରେ କେମିତି ଚାଲିଛି ବିଜୁଳି ବିଭାଗ ? ଆମେ ଖୋଲିଦେବୁ ଗୁମର । ବିଜୁଳ ବିଲ ବଢାଇ, ବିଭାଗର କ୍ଷତି କମାଇ ଦିନେ ବେଷ୍ଟ ଡିଭିଜନର ଆୱାର୍ଡ ପାଇଥିଲେ ଗୁଣପୁର ସବଡିଭିଜନର ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ । ହେଲେ ପକେଟ ଗରମ ହେବା ଅଫର ପାଇ ଖୁସିରେ ହୋଇଗଲେ ଗଦଗଦ । ଇନଭଟର କମ୍ପାନିର ଦାବି ମୁତାବକ, ଦିନକୁ କେତେ ଘଂଟା ବିଜୁଳି କାଟିବାକୁ ପ୍ରସ୍ତୁତ ହୋଇଗଲେ ।

ରାୟଗଡା ଗୁଣପୁର ସବଡିଭିଜନର ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପ୍ରସାଦ ନନ୍ଦ
– ଦିନେ ବିଜୁଳି ବିଲ ବଢାଇବା ସହ ବିଭାଗର କ୍ଷତି କମ୍ କରି ହୋଇଥିଲେ ସମ୍ମାନିତ
– ହେଲେ ଏବେ ଗୋଟିଏ ଇନଭଟର କମ୍ପାନିକୁ ମୁନାଫା ଦେବାକୁ ବିଭାଗର କ୍ଷତି କରିବାକୁ ପ୍ରସ୍ତୁତ
– ଗୁଣପୁରରେ ତଳୁ ଉପର ଯାଏଁ ଦୁର୍ନୀତିରେ ବୁଡିଛନ୍ତି ବିଦ୍ୟୁତ ବିଭାଗ ଅଧିକାରୀ
– ସେଥିପାଇଁ ପକଟରେ ୫ ଲକ୍ଷ ଟଙ୍କା ପୁରାଇବାକୁ ଅପ୍ରସ୍ତୁତ ନିର୍ବାହୀ ଯନ୍ତ୍ରୀ ଜଣକ
– ତଳେ ଥିବା କର୍ମକାରୀଙ୍କୁ ସାଙ୍ଗରେ ନନେଲେ ବିଜୁଳି କାଟିବାକୁ ଅସୁବିଧା
– ସେଥିପାଇଁ ୫ଲକ୍ଷ ଟଙ୍କାକୁ ବଢାଇ ୯ ଲକ୍ଷ ଟଙ୍କା କରିବାକୁ ଦେଉଛନ୍ତି ପ୍ରସ୍ତାବ
– ନିଜେ ୫ ଲକ୍ଷ ପକେଟରେ ପୁରାଇବା ପରେ ଜେଇ ଓ ଏସଡିଓଙ୍କୁ ଦେବେ ୪ ଲକ୍ଷ

ନିର୍ବାହୀ ଯନ୍ତ୍ରୀ – କ’ଣ କରିବା କୁହନ୍ତୁ?
ପ୍ରଥମ ସାମ୍ବାଦିକ – କ’ଣ ଆପଣ କରିପାରିବେ ସାର ସାହାଯ୍ୟ, ସେଥିପାଇଁ ଆମେ ଆସିଛୁ ।
ନିର୍ବାହୀ ଯନ୍ତ୍ରୀ – ସାହାଯ୍ୟ ମାନେ କ’ଣ, ଆମେ କ’ଣ ବିକ୍ରି କରିବୁ ନା କ’ଣ?
ପ୍ରଥମ ସାମ୍ବାଦିକ – ଆପଣ ଯଦି ବିକିବେ, ଆମେ କାହିଁକି ଅଛୁ ସାର? ସେଇଟା ନାହିଁ ସାର । ମେନ ଆମ ଇଏ ହେଲା.. ଲାଇନ୍ ଗଲେ ଇନ୍ଭଟର ବିକ୍ରି ହେବ । ଗଭର୍ଣ୍ଣମେଂଟ୍ ସହିତ ଟାଇଅପ୍ କରିକି ବିକ୍ରି କରି ପାରିବେ । ସେଇଟା ଗୋଟେ ଦେଖିବାକୁ ପଡିବ ସ୍କିମ୍ ଅଛି । ଆଉ ଏକ୍ଜିକ୍ୟୁଟିଭ ଇଂଜିନିୟରଙ୍କୁ ଆମର ଗୋଟେ ମାନେ ସ୍କିମ ରଖାହେଇଛି ୫ ଲକ୍ଷ ପର୍ଯ୍ୟନ୍ତ । ସେଥିରେ ଆମର ସିଷ୍ଟମ୍ କ’ଣ ସାର । ଆଜି ଗୋଟେଦିନ, କାଲି ଛାଡି ପରଦିନ, କି ତାକୁ ଦିନେ ଛାଡିକି ଆଉ ଦିନେ ପାୱାରକଟ୍ ଯଦି ପିକ୍ ଆୱାରରେ ହେଲା, ଆମ ସେଲ୍ସ ଟିମ ମାର୍କେଟକୁ ବାହାରିବୁ ସେଇଠି । ଆଜି ହେଇଗଲା ସାର, କାଲି ଛାଡି ପରଦିନ ହେଲାପରେ ମାର୍କେଟିଂ, ସେଠି ପୁସିଂ ସେଲ କରିବେ ସାର ।
ନିର୍ବାହୀ ଯନ୍ତ୍ରୀ – ମାନେ ଆପଣ କ’ଣ ଭାବୁଛନ୍ତି କି, କାହାଘରେ ଇନ୍ଭଟର ନଥାଇ କି ଅଛି ବୋଲି?
ପ୍ରଥମ ସାମ୍ବାଦିକ – ୪୦ ପ୍ରତିଶତ ବି ନାହିଁ । ଯୋଉ ସର୍ଭେ କରିଥିଲୁ ଆମେ ୩୦ ପ୍ରତିଶତ, ପାଖାପାଖି ୩୦ ପ୍ରତିଶତ ହେବ ।
ନିର୍ବାହୀ ଯନ୍ତ୍ରୀ – ଗ୍ରାମାଂଚଳରେ କିଣିବା କ୍ଷମତା ଥିବା ଦରକାର ।
ପ୍ରଥମ ସାମ୍ବାଦିକ – ରୁରାଲ ନାହିଁ ସାର, ଅର୍ବାନ ଏରିଆ ମୁଁ କହୁଛି । ଅର୍ବାନ ଏରିଆରେ ଏପର୍ଯ୍ୟନ୍ତ ୩୦ ପ୍ରତିଶତ ଇନ୍ଭଟର ଲୋକ ବ୍ୟବହାର କରୁଛନ୍ତି । ୧୦୦ ପ୍ରତିଶତ ବି କରୁ ନାହାଁନ୍ତି । କିନ୍ତୁ ଆପଣ ଭୁବନେଶ୍ୱର ଦେଖନ୍ତୁ କି କଟକ ଦେଖନ୍ତୁ, ବ୍ରହ୍ମପୁର ବି ଦେଖନ୍ତୁ । ବ୍ରହ୍ମପୁରରେ ତ ବହୁତ କମ ସାର । ଇଭିନ୍ ୨୦ ପ୍ରତିଶତ ଅଛି ଇନ୍ଭଟର । ସିଟିରେ ୩୦ ପ୍ରତିଶତ ପାଇବେ । ଅନ୍ୟ ଏରିଆରେ, ସେମି ଅର୍ବାନ ଯେମିତି ଛତ୍ରପୁର ହେଉ, ହିଞ୍ଜିଳି ହେଉ କି ଆସ୍କା ହେଉ ୨୦ ପ୍ରତିଶତ ଇନ୍ଭଟର ବ୍ୟବହାର କରୁଛନ୍ତି ।
ଦ୍ୱିତୀୟ ସାମ୍ବାଦିକ – ଏମିତିକି ଆପଣଙ୍କର ଗୁଣୁପୁର ଏରିଆ, ଆମେ ଏଠି ସର୍ଭେ କରିଥିଲୁ ୨୦ ପ୍ରତିଶତ ବି ନାହିଁ । ଏହା ବହୁତ କମ୍ । ବହୁତ କମ୍ ଲୋକ ବ୍ୟବହାର କରୁଛନ୍ତି ।
ନିର୍ବାହୀ ଯନ୍ତ୍ରୀ – ପାୱାରକଟ୍ ଆପଣଙ୍କୁ ଦରକାର ହେବନି ବୋଧେ । ଅଟୋମେଟିକ୍ ପାୱାର ଏଠି ଇଂଟରପସନ୍ ହେଉଛି । ଯୋଉଟା କି ଆପଣଙ୍କୁ ଆଡେଡ୍ ଆଡ୍ଭାଂଟେଜ୍ ।
ପ୍ରଥମ ସାମ୍ବାଦିକ – ଆମେ ବି ଜାଣିବା ଦରକାର ନା ସାର, ଯେ କୋଉ କୋଉ ଟାଇମ୍ରେ..
ନିର୍ବାହୀ ଯନ୍ତ୍ରୀ – ଆମର ଏଇ ୱିଂଟର୍ ସିଜିନ୍ଟା ଛାଡିଦେଲେ ବାକି ଟାଇମ୍ରେ ଲାଇନ ଯିବା ଟା ଥୟ । ଯେହେତୁ ରୁରାଲ ବେଲ୍ଟ ।
ପ୍ରଥମ ସାମ୍ବାଦିକ – ସମର ତ.. ସମର ତ ଆମକୁ ଦରକାର ହେଉନି । ମେନ ହେଲା ୱିଂଟର । ଯେତେବେଳେ ମାର୍କେଟ୍ ମାନ୍ଦା ସାର ଆମର ଏଇ ଟାଇମରେ । ଆମ ସଂସ୍ଥା ଡିଫରେଂଟ୍ ସ୍କିମ୍ରେ ମାର୍କେଟରେ.. ମାର୍କେଟରେ ତମେ ଇଏ କର.. କେମିତି ପୁସିଂ ସେଲ କରିପାରିବ ଟାର୍ଗେଟ ହେଉଛି ଏଇଟା ।
ନିର୍ବାହୀ ଯନ୍ତ୍ରୀ – ଠିକ୍ ଅଛି ଦେଖିବା ।
ଦ୍ୱିତୀୟ ସାମ୍ବାଦିକ – ବେଷ୍ଟ ଡିଭିଜନ ଆୱାର୍ଡ ମିଳିଥିବ ଆପଣଙ୍କୁ? କ’ଣ ସାର?
ନିର୍ବାହୀ ଯନ୍ତ୍ରୀ – ଇଂଟିଗ୍ରେଟେଡ୍, ଟେକ୍ନିକାଲ ଆଣ୍ଡ କମର୍ସିଆଲ ଲସ୍ ।
ପ୍ରଥମ ସାମ୍ବାଦିକ – ଏଇଟା କେମିତି ସାର?
ନିର୍ବାହୀ ଯନ୍ତ୍ରୀ – ଡିଷ୍ଟ୍ରିବ୍ୟୁସନ୍ ବଢିଲା, ବିଲିଂ ବଢିଲା । ଦୁଇଟା ମିଶିକି ଆୱାର୍ଡ ମିଳିଲା ।
ଦ୍ୱିତୀୟ ସାମ୍ବାଦିକ – କମ୍ପାନୀ ଯୋଉ ଲସ୍ରେ ଥିଲା, ତାକୁ ଆପଣ.. ଲସ୍ ଇଣ୍ଡେକ୍ସ ମାନେ ଏବେ ବି ଲସ୍ ଅଛି?
ନିର୍ବାହୀ ଯନ୍ତ୍ରୀ – ବହୁତ ମାଇନର ଲସ । ବହୁତ ମେଜର ଲସ୍ ସେସୁ ଏରିଆରେ ଅଛି । ୮୦ ପ୍ରତିଶତ ଲସ୍ରେ ଚାଲିଛି ସେସୁ ।
ଦ୍ୱିତୀୟ ସାମ୍ବାଦିକ – ତାହାଲେ କାହିଁକି ଚଲଉଛି କମ୍ପାନୀ? ଲାଭ ହେଉନି ତ କାହିଁକି ଚଲଉଛି?
ନିର୍ବାହୀ ଯନ୍ତ୍ରୀ – ଫ୍ରାଂଚାଇଜ୍ ନେଇଗଲେ ନା, ସେ ଅରିଜିନାଲ ସେସୁ ହେଇଗଲା । ଫିଡ୍କୋକୁ ଫ୍ରାଂଚାଇଜ୍ ଦେଇଦେଲେ । ଫିଡ୍କୋ ଫ୍ରାଂଚାଇଜ୍ ନେଇକି ତାର ନିଜ ବ୍ୟବସାୟ ଚଲେଇଛି । ସେସୁ ହେଉଛି ଲାଇସେନ୍ସସି । ଓଇଆରସି କଂଟ୍ରୋଲରେ, ଓଡିଶା ଇଲେକ୍ଟ୍ରିକ୍ ରେଗୁଲେଟୋରୀ କମିଶନ । ସେଥିରେ ଗୋଟେ ଗୋଟେ ଫ୍ରାଂଚାଇଜି ଆସୁଛି । ଆମର ଏବେ ଆସୁଛି ମାଇକ୍ରୋ ଫ୍ରାଂଚାଇଜି । ପଂଚାୟତ ଲେବଲରେ ଗୋଟେ ଗ୍ରୁପକୁ ଦେଇଦେବେ । ସେ କଲେକ୍ସନ କରିବ, ବିଲିଂ କରିବ ।
ପ୍ରଥମ ସାମ୍ବାଦିକ – ଆପଣଙ୍କ ଘର ସାର? ଆପଣଙ୍କ ଘର?
ନିର୍ବାହୀ ଯନ୍ତ୍ରୀ – ସେସୁ
ପ୍ରଥମ ସାମ୍ବାଦିକ – କୋଉଠି?
ନିର୍ବାହୀ ଯନ୍ତ୍ରୀ – ପୁରୀ
ପ୍ରଥମ ସାମ୍ବାଦିକ – ପୁରୀରେ କୋଉଠି ସାର?
ନିର୍ବାହୀ ଯନ୍ତ୍ରୀ – ପୁରୀ ଟାଉନ୍ ।
ପ୍ରଥମ ସାମ୍ବାଦିକ – ଏଠି କେତେ ବର୍ଷ ହେଲାଣି ସାର?
ନିର୍ବାହୀ ଯନ୍ତ୍ରୀ – ସାଉଥକୋରେ ୧୪ ବର୍ଷ ହେଇଗଲାଣି ।
ପ୍ରଥମ ସାମ୍ବାଦିକ – ଏଇଠି ରହିଗଲେଣି କେତେ ବର୍ଷ?
ନିର୍ବାହୀ ଯନ୍ତ୍ରୀ – ରହିଗଲେଣି ମାନେ, ଆମର ଜୋନାଲ ଟ୍ରାନ୍ସଫର ହବନି । ଯିଏ ଯୋଉ ଜୋନ୍ରେ ସେହି ଜୋନ୍ରେ ।
ଦ୍ୱିତୀୟ ସାମ୍ବାଦିକ – ଲାଇଫ୍ ଲଙ୍ଗ ଆପଣଙ୍କର ଜୋନ୍ ଟ୍ରାନ୍ସଫର ହୁଏନି?
ପ୍ରଥମ ସାମ୍ବାଦିକ – କେତେବର୍ଷ ରହିବେ ସାର ସେମିତି?
ନିର୍ବାହୀ ଯନ୍ତ୍ରୀ – ରିଟାୟାରମେଂଟ୍ ପର୍ଯ୍ୟନ୍ତ ।
ପ୍ରଥମ ସାମ୍ବାଦିକ – ଆପଣଙ୍କର ପ୍ରମୋସନ୍ ହେଲେ ସାର?
ନିର୍ବାହୀ ଯନ୍ତ୍ରୀ – ପ୍ରମୋସନ୍ ହେଲେ ବି ସାଉଥ୍କୋର ଜୋନ୍ ଅଲଗା । ସାଉଥ୍କୋ ଜୋନ୍ କୋରାପୁଟ, ମାଲକାନଗିରିରୁ ଖଲିକୋଟ, ବାଲୁଗାଁ, ତା ପରେ ସେସୁ । ସେମିତି ୱେସକୋ ଆମ ସମ୍ବଲପୁର, ରାଉରକେଲା ।
ପ୍ରଥମ ସାମ୍ବାଦିକ – ମାନେ ଆପଣ ଯାଇ ଯାଇ ବ୍ରହ୍ମପୁର ପର୍ଯ୍ୟନ୍ତ ଯାଇପାରିବେ?
ନିର୍ବାହୀ ଯନ୍ତ୍ରୀ – ବ୍ରହ୍ମପୁର ପର୍ଯ୍ୟନ୍ତ । ବ୍ରହ୍ମପୁର, ଖଲିକୋଟ, ବାଲୁଗାଁ ।
ପ୍ରଥମ ସାମ୍ବାଦିକ – ଆମକୁ କେମିତି କ’ଣ ହେଇ ପାରିବ ସାର କେତେବେଳେ ଘଂଟାଏ ସାର ପିକ୍ ଆୱାରରେ ଟିକେ ଆମକୁ ଦରକାର ସାର । ଧରନ୍ତୁ ଆଜି ସନ୍ଧ୍ୟା ୭ଟା ହେଉକି ୮ଟା ହେଉ କି ୯ଟା ହେଉ । କାଲି ଛାଡି, ଦିନେ ଛାଡିକି ଦିନେ ହେଲେ । ସବୁଦିନ ତ ଆଉ କରିହେବନି ସାର ।
ନିର୍ବାହୀ ଯନ୍ତ୍ରୀ – ଦଶହରା ପର୍ଯ୍ୟନ୍ତ କିଛି କରିହେବନି । ଦଶହରା ନାହିଁ କୁମାରପୂର୍ଣ୍ଣିମା ପର୍ଯ୍ୟନ୍ତ ମାଜିଷ୍ଟ୍ରେଟଙ୍କର ଚିଠି ଆସିଛି । କାହିଁକି ପୁରା ଧୁମ୍ଧାମ୍ ହବ ପର୍ବ । ଓଭର ଫ୍ଲୋ ହବ ଗ୍ୟାଦରିଂ । ତାପରେ ଦେଖିବା । ଯାହା ହବ ଅକ୍ଟୋବର ମାସ ଛାଡି ଦିଅନ୍ତୁ ।
ପ୍ରଥମ ସାମ୍ବାଦିକ – ଆମକୁ ୨/୩ଟା ଖଣ୍ଡେ ଦେଇ ଦିଅନ୍ତୁ ସାର । ଏଇ ଭିତରେ । ୨ ତାରିଖ.. ୧/୨ରୁ.. ୭ ତାରିଖ ଆଡକୁ ଦଶହରା । ତା ପୂର୍ବରୁ ୧, ୨, ୩, ୪, ୫ ଭିତରେ..

ଜଗନ୍ନାଥ ପ୍ରସାଦ ନନ୍ଦ
ନିର୍ବାହୀ ଯନ୍ତ୍ରୀ, ଗୁଣୁପୁର ସବଡିଭିଜନ୍
ସାଉଥକୋରେ ୧୪ ବର୍ଷର ଚାକିରି
ତଥାପି ବିକ୍ରି ହେବାକୁ ପ୍ରସ୍ତୁତ ବଡବାବୁ
ଦଶହରା ପୂର୍ବରୁ ବିଜୁଳି କାଟ୍ ପାଇଁ ଡିଲ
ହେଲେ ଅଫର ବଢାଇବାକୁ ଦାବି
୫ ଲକ୍ଷ ନୁହେଁ ୯ ଲକ୍ଷ କରିବାକୁ ଦାବି
ପଇସା ଖାଇବେ ତଳିଆ ଅଧିକାରୀ

ଦ୍ୱିତୀୟ ସାମ୍ବାଦିକ – ଆଗକୁ ଆମେ, ଆମେ ୩୦ ଦିନ ରଖିଛୁ । ପୁସିଂ ସେଲ ପାଇଁ, ୩୦ ଦିନ ସେଥିରେ ଆମକୁ ୧୦ଦିନ ଦେଇଦେଲେ ସେଥିରେ ଆମ କାମ ହେଇଯିବ । । ୧୦ ଦିନ ମାନେ ୧୦ ଘଂଟା । ୧/୧ ଘଂଟା ଦେଇଦେବେ ପିକ୍ ଆୱାର ୧ ଘଂଟା ଦେଇଦେବେ ତ ଚଳିବ । ବାକି ତ ଆପଣଙ୍କର ଚାଲିଛି । ଆପଣଙ୍କର ପାୱାରକଟ୍ ଅଲରେଡି ଚାଲିଛି ନା । କମ୍ପାନୀର ଫଣ୍ଡା ହେଲା, ଆମେ ଗୋଟେ ବଜେଟ ରଖିଛୁ । ସବୁ ଡିଭିଜନ ପାଇଁ ଅଲଗା ଅଲଗା । ଯଦି ଆମକୁ ୧୦ ଘଂଟା ମିଳିଗଲା ତାହେଲେ ୫ ଲକ୍ଷ ଟଙ୍କା ରଖିଛୁ । ହଁ ୫ ଲକ୍ଷ ବଜେଟ ଅଛି । ଆମର ଯିଏ ଗ୍ରାଉଣ୍ଡରେ କାମ କରୁଛନ୍ତି ତାଙ୍କ ପାଇଁ ବି । କାରଣ ଏଇଟା ମାର୍କେଟିଂ ଷ୍ଟ୍ରାଟେଜି । ତେଣୁ ଆପଣ ଯଦି ମିନିମମ୍ ୧୦ ଘଂଟା ଦେଇଦେବେ.. ଗୋଟିଏ ଦିନରେ ୧୦ ଘଂଟା ଦରକାର ନାହିଁ । ୩୦ ଦିନରେ ୧୦ ଘଂଟା ଦରକାର ଆମକୁ । ପିକ୍ ଆୱାରରେ । ଆପଣଙ୍କ ପିକ୍ ଆୱାର ପାଖାପାଖି ୨ଟା ।
ନିର୍ବାହୀ ଯନ୍ତ୍ରୀ – ଆମର ପିକ୍ ଆୱାର ଆରମ୍ଭ ହୁଏ ୫ଟା ୩୦ରୁ । ଇଭିନିଂରେ ରାତି ୧୦ଟା ଯାଏଁ..
ଦ୍ୱିତୀୟ ସାମ୍ବାଦିକ – ସନ୍ଧ୍ୟା ୬ଟାରୁ ଆରମ୍ଭ କରି ରାତି ୧୧ଟା ପର୍ଯ୍ୟନ୍ତ ପିକ୍ ଆୱାର ଯାହା ଆମେ ପ୍ଲାନ କରିଛୁ.. ଆମର ପ୍ଲାନ କ’ଣ । ମନେକରନ୍ତୁ ଆଜି ରାତିରେ ଆପଣ ପାୱାରକଟ୍ କଲେ, ପରଦିନ ସକାଳେ ସେମାନେ ତା ଉପରେ କାମ କରିବେ ।
ପ୍ରଥମ ସାମ୍ବାଦିକ – ଆଜି ହବ, କାଲି ଗୋଟେଦିନ ଛାଡି ପରଦିନ କରିଦେବେ, ତାପରଦିନ ଛାଡି ଆଉଗୋଟେ ଦିନ ହୋଇଯିବ । ତା ପରଠୁ ଆମ ପିଲା ପୁସିଂ ସେଲ କରିବେ ।
ଦ୍ୱିତୀୟ ସାମ୍ବାଦିକ – ସମାନ ଟାଇମ୍ରେ ଆମେ କାମକଲେ ଆପତ୍ତିଜନକ ହେବ । ତେଣୁ ଆମେ ୨/୩ ଦିନରେ ପ୍ଲାନ କରିବା କି ଆପଣଙ୍କ ତରଫରୁ ଗୋ ଆହେଡ୍ ।
ନିର୍ବାହୀ ଯନ୍ତ୍ରୀ – ଏବେ ଯୋଉ ପାୱାରକଟ୍ ହେବ ତାହା ନନ୍-ଅଫିସିଆଲ ହେବ । ସମର ସିଜିନ୍ ଆସିଲେ ଅଫିସିଆଲି ହୋଇ ପାରିବ ।
ଦ୍ୱିତୀୟ ସାମ୍ବାଦିକ – ଆପଣଙ୍କ କମିଟ୍ମେଂଟ ଆମ ପାଇଁ ବିଜନେସ୍ ହେବ ସାର । ଆପଣଙ୍କ କମିଟ୍ମେଂଟ୍ ମିଳିଲେ ପୁଣି ଆମର ବି କମିଟ୍ମେଂଟ୍ ରହିବ ଆପଣଙ୍କ ପାଇଁ ।
ନିର୍ବାହୀ ଯନ୍ତ୍ରୀ – ତ ଆମର ୱାନ୍ମ୍ୟାନ୍ ପାୱାର ନାହିଁ ।
ପ୍ରଥମ ସାମ୍ବାଦିକ – ବୁଝି ପାରିଲୁନି ସାର ।
ନିର୍ବାହୀ ଯନ୍ତ୍ରୀ – ଜଣେ ଲୋକ ଚାହିଁଲେ କ’ଣ ପାୱାର କାଟିଦେବ? ପାୱାରକଟ କରିବାର ହେଲେ ମତେ ଆଉ ୪ଜଣ ଲୋକଙ୍କୁ ମିଳିତ ଭାବରେ ନେଇ କି କରିବାର ଅଛି ।
ଦ୍ୱିତୀୟ ସାମ୍ବାଦିକ – ତେଣୁ ଆପଣ କ’ଣ ଚାହୁଁଛନ୍ତି?
ନିର୍ବାହୀ ଯନ୍ତ୍ରୀ – ଖାଲି ମତେ ନାହିଁ ଜେଇ, ଏସ୍ଡିଓ, ଲାଇନମ୍ୟାନ ସମସ୍ତେ ଆସିବେ । ଯଦି ମୁଁ ଖାଲି କହିକି କାଟିଦେବି, ତ ଆଜି ହୁଏତ କଟିଯିବ ତା ପର ଦିନ ଛାଡି, ତା ପରଦିନ କଟିଲା ବେଳକୁ ଲୋକମାନଙ୍କର ଫୋନଟା ମୋ ପାଖକୁ ଆସିବ । କ’ଣ ପାଇଁ କଟିଲା ବୋଲି । ତେଣୁ ସମସ୍ତଙ୍କୁ ଗୋଟାଏ ଭଏସ୍ରେ କଥା ହେବାକୁ ପଡିବ ।

ଇଲେକ୍ଟ୍ରିକାଲ ଏକଜିକ୍ୟୁଟିଭ ଇଂଜିନିୟରଙ୍କ ଦାବି ମୁତାବକ ଟଙ୍କା ଫାଇନାଲ କରିବାକୁ ନିର୍ଦ୍ଦେଶକଙ୍କ ସହ କଥାହେଲେ କମ୍ପାନି କର୍ମଚାରୀ । ଆଉ ବ୍ୟବସାୟ ବଢାଇବାକୁ ୯ ଲକ୍ଷ ଟଙ୍କାରେ ଫାଇନାଲ ହୋଇଗଲା ଡିଲ । ପୁଳା ପୁଳା ଉପୁରି ଟଙ୍କାର ଲୋଭରେ ଏଥର ମାସକୁ ୧୦ ଥର ପାୱାର କଟ୍ ପାଇଁ ବି ସମ୍ମତି ଜଣାଇଲେ ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପ୍ରସାଦ ନନ୍ଦ ।

ଦ୍ୱିତୀୟ ସାମ୍ବାଦିକ – କୋଉଠି ଅଛନ୍ତି ଭାଇ? ଏବେ ଆମେ ଗୁଣପୁର ଏକଜିକ୍ୟୁଟିଭ ଇଂଜିନିୟରଙ୍କ ପାଖରେ ବସିଛୁ । ଆମ ତରଫରୁ ସାରଙ୍କ ପାଇଁ ଯେଉଁ ଅଫର ଅଛି ଆମେ ୫ ଲକ୍ଷ ରଖିଥିଲୁ । କିନ୍ତୁ ସାର କହୁଛନ୍ତି ୯ ଲକ୍ଷ ଟଙ୍କା । କାରଣ ତାଙ୍କ ତଳେ ଜେଇ ଏବଂ ଏସଡିଓଙ୍କୁ ଦେବାକୁ ପଡିବ ୨ ଲକ୍ଷ ଲେଖାଏଁ । ଟିକେ କଥା ହୋଇଯିବେ କି? ଟିକେ କଥା ହୋଇଯାଆନ୍ତୁ ।
ନିର୍ବାହୀ ଯନ୍ତ୍ରୀ – ହଁ କୁହନ୍ତୁ । ନମସ୍କାର, ଠିକ ଅଛି । ଥ୍ୟାଙ୍କ ୟୁ, ନମସ୍କାର ।
ଦ୍ୱିତୀୟ ସାମ୍ବାଦିକ – ଠିକ ଅଛି ଭାଇ । ଆମେ ନେଗୋସିଏଟ କରୁଛୁ, ଦେଖୁଛୁ, କଣ ହେଉଛି । ଓକେ, ଥ୍ୟାଙ୍କ ୟୁ ସାର । ସାର କିଛି ନାହିଁ । ମୁଁ ଆପଣଙ୍କୁ କରେଇ ଦେବି । ମୁଁ ଖାଲି ଆପଣଙ୍କ ସାମ୍ନାରେ ଖାଲି ସୂଚନା ଦେଇଦେଲି ।
ନିର୍ବାହୀ ଯନ୍ତ୍ରୀ – ସଂଧ୍ୟା ୭ଟାରୁ ୧୧ଟା ଭିତରେ ଦରକାର ?

ଜଗନ୍ନାଥ ପ୍ରସାଦ ନନ୍ଦ
ନିର୍ବାହୀ ଯନ୍ତ୍ରୀ, ଗୁଣୁପୁର ସବଡିଭିଜନ୍
ଘଂଟାଏ ବିଜୁଳି କାଟିଲେ ୨୦ ହଜାର
ନିଜେ ଖାଇବେ, ତଳ ଅଫିସରଙ୍କୁ ଖୁଆଇବେ
ପକେଟ ଗରମ ହେଲେ ପାୱାର କଟ୍

ଦ୍ୱିତୀୟ ସାମ୍ବାଦିକ – ୧ ଘଂଟା ଦରକାର , ୧୦ ଥର । ୩୦ ଦିନରେ ୧୦ ଦିନର ଦରକାର । ମୋତେ ୧ ତାରିଖ ପରେ, ୧ରୁ ଦରକାର । ଅକ୍ଟୋବର ୧ରୁ ୩୦ ଭିତରେ ଆପଣ କେତେବେଳେ ବି କରନ୍ତୁ । ମୋତେ ୧, ୨, ୩, ୫ ଭିତରେ ୨ ଥର ଆପଣ କରିଦିଅନ୍ତୁ । କାରଣ ଯାହାଙ୍କ ସହ କଥା କରେଇଲି ସେ ଏପଟେ ଭିଜିଟରେ ରହିବେ । ସାଉଥ ବେଲ୍ଟରେ ସେ ଭିଜିଟ କରିବେ । ସେ ମୋର ସିନିୟର । ହଁ ୧ରୁ ୫ ଭିତରେ ୨ ଥର ।

ଗୁଣପୁରରେ ପିକ ଆୱାରରେ ପାୱାର କଟ କଲେ ଘଂଟାକୁ ମିଳିବ ୨୦ ହଜାର
– ସାଉଥକୋରେ ୧୪ ବର୍ଷର ଚାକିରି, ତଥାପି ବିକ୍ରି ହେବାକୁ ପ୍ରସ୍ତୁତ ବଡବାବୁ
– ଦଶହରା ପୂର୍ବରୁ ବିଜୁଳି କାଟ୍ ପାଇଁ ଚୂଡାନ୍ତ ହୋଇଗଲା ଡିଲ
– ହେଲେ ନିଜେ ଖାଇବା ସହ ତଳ ଅଫିସରଙ୍କୁ ଖୁଆଇବେ ଲାଂଚ
– ଥରେ ପକେଟ ଗରମ ହୋଇଗଲେ ବିନା ଦ୍ୱିଧାରେ ହୋଇଯିବ ପାୱାର କଟ୍
ପ୍ରଥମ ସାମ୍ବାଦିକ – ନମ୍ବର ଦେଇଥିଲି ସାର ।
ନିର୍ବାହୀ ଯନ୍ତ୍ରୀ – ଏସବୁ ସିକ୍ରେସି କେତେ ମେଂଟନ ହେବ?
ଦ୍ୱିତୀୟ ସାମ୍ବାଦିକ – ଆପଣଙ୍କ ଉପରେ, ମୁଁ ତ ଆଉକାହାକୁ ଭେଟୁନି । ଆମେ ତ ଆପଣଙ୍କୁ ଭେଟିବୁ ନା ସାର । ମୁଁ ତ ସେ ୨ ଜଣଙ୍କୁ ଭେଟିବାକୁ ମନା କରିଦେଲି । କାହିଁକି, ଯେତେ ସ୍ପ୍ରେଡ ହେବ ଆମକୁ ବି ସେତେ ଅସୁବିଧା । ଆପଣଙ୍କର ତାଙ୍କ ସହ ମ୍ୟାଥମେଟିକ୍ସ, କେମେଷ୍ଟ୍ରୀ କ’ଣ ହେବ ଆମକୁ ଜଣାନାହିଁ । ସେଇଟା ଆପଣଙ୍କ ମୁଣ୍ଡବିନ୍ଧା, କେମିତି ଆପଣ ତାଙ୍କୁ ହ୍ୟାଣ୍ଡେଲ କରିବେ । ଜେଇ, ଏସଡିଓଙ୍କୁ ଆପଣ କ’ଣ ଦେଉଛନ୍ତି ଆମର କିଛି କରିବାର ନାହିଁ ।