ଭାରତର ଅପରେସନ ‘ଅଜୟ’ ଅଭିଯାନ : ପଞ୍ଚମ ପର୍ଯ୍ୟାୟରେ ଫେରିଲେ ୨୮୬ ଜଣ ଭାରତୀୟ

89

କନକ ବ୍ୟୁରୋ : ଯୁଦ୍ଧଭୂମିରୁ ଆସି ପଞ୍ଚମ ବିମାନ ଦିଲ୍ଲୀରେ ପହଞ୍ଚିଛି । ବିଳମ୍ବିତ ରାତିରେ ଏହି ବିମାନ ପହଞ୍ଚିଛି । ଏଥିରେ ୨୮୬ ଜଣ ଭାରତୀୟ ଥିବା ବେଳେ ୧୮ ଜଣ ନେପାଳର ଥିଲେ ବୋଲି ଜଣାପଡିଛି । କେନ୍ଦ୍ରମନ୍ତ୍ରୀ ଏଲ ମୁରଗନ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ସ୍ୱଦେଶ ଫେରିବା ପରେ ସମସ୍ତେ ଖୁସି ଜାହିର କରିଛନ୍ତି । ଏବେ ସୁଦ୍ଧା ୯୦୦ରୁ ଅଧିକ ପ୍ରବାସୀ ଭାରତୀୟ ସ୍ୱଦେଶ ଫେରିଥିବା ସୂଚନା ରହିଛି ।

ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଆକ୍ରମଣାତ୍ମକ ହେବା ପରେ କେନ୍ଦ୍ରର ମୋଦୀ ସରକାର ଅପରେସନ ଅଜୟ ଜରିଆରେ ପ୍ରବାସୀ ଭାରତୀୟଙ୍କୁ ଫେରାଇ ଆଣିବାକୁ ପ୍ରୟାସ କରିଛନ୍ତି । ଏହା ସମ୍ପୂର୍ଣ୍ଣ ମାଗଣା ସେବା । ଯେଉଁମାନେ ଆସିବାକୁ ଚାହୁଁଛନ୍ତି ସେମାନେ ଆବଶ୍ୟକ ଫର୍ମ ପୂରଣ କରି ଇସ୍ରାଏଲରେ ଥିବା ଦୂତାବାସରେ ଦେବା ପରେ ସେମାନଙ୍କୁ ବିମାନରେ ଆସିବାକୁ ଅନୁମତି ମିଳୁଛି ।