କନକ ବ୍ୟୁରୋ: ମହିଳାଙ୍କୁ ଫସାଉଛନ୍ତି ଦୁବାଇରେ ବସିଥିବା ଠକ । ଏମିତି ଏକ ଠକେଇର ସାମ୍ନା କରିଛନ୍ତି ଭୁବନେଶ୍ୱର ନୟାପଲ୍ଲୀର ରତ୍ନା ତ୍ରିପାଠୀ । ଡ୍ରଗସ୍ କାରବାରରେ ଉକ୍ତ ମହିଳାଙ୍କ ସମ୍ପୁକ୍ତି ଥିବା କହି ଏନସିିବି ଅଧିକାରୀଙ୍କୁ ଜଣାଇବାର ଧମକ ଦେଇ ଲୁଟିଲେ ଦେଢ ଲକ୍ଷ ଟଙ୍କା । ସେହିପରି ଗ୍ୟାଙ୍ଗଷ୍ଟାର ଇସଲାମ ମଲ୍ଲିକ ନାଁ ନେଇ ନୂଆ ଉପାୟରେ ଭୟ ଦେଖାଇ ମହିଳାଙ୍କୁ ଠକିଛନ୍ତି ଦୁବାଇର ଠକ । ସୂଚନା ଅନୁସାରେ ଫେଡ୍ ଏକ୍ସ ନାମକ ଏକ ସଂସ୍ଥାର କୋରିଅରରେ ୫ ଟି ପାସପୋର୍ଟ , ୫ଟି ଏଟିଏମ କାର୍ଡ , ୧୫୦ ଗ୍ରାମ୍ ଡ୍ରଗସ୍ ମିଳିଥିବାବେଳେ ସେଥିରେ ମହିଳାଙ୍କ ସମ୍ପୃକ୍ତି ଥିବା ନେଇ କହିଥିଲା ଠକ । ଏହାପରେ ମହିଳାଙ୍କୁ ଅନଲାଇନ୍ ରେ ଟଙ୍କା ପଠାଇବା ପାଇଁ ଧମକାଯାଇଥିଲା । ଆଉ ମହିଳା ଜଣକ ମଧ୍ୟ ଭୟରେ ଟଙ୍କା ପଠେଇଥିଲେ । ତେବେ ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଅର୍ଥନୈତିକ ଅପରାଧ ଶାଖା ।