ଦିନ ୧୧ରୁ ଅପରାହ୍ନ ୩ଟା ଯାଏଁ ଖରାରେ କାମ ନକରିବା ନିର୍ଦ୍ଦେଶକୁ ଖୋଲାଖୋଲି ଅବମାନନା: ଭୁବନେଶ୍ୱରର ବହୁ ସରକାରୀ ଓ ବେସରକରୀ ଅନୁଷ୍ଠାନରେ ଖରାରେ ଚାଲିଛି କୋଠା ନିର୍ମାଣ କାମ

82

କନକ ବ୍ୟୁରୋ: ବଢୁଛି ଗ୍ରୀଷ୍ମ ପ୍ରବାହ । ଦିନ ୧୧ରୁ ଅପରାହ୍ନ ୩ଟା ଯାଏଁ ଖରାରେ କାମ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ତେବେ ଏହି ନିୟମକୁ ଖୋଲାଖୋଲି ଉଲଂଘନ କରାଯାଉଥିବା ଚିତ୍ର କଏଦ ହୋଇଛି କନକ ନ୍ୟୁଜର କ୍ୟାମେରାରେ । ଭୁବନେଶ୍ୱରର ବହୁ ସରକାରୀ ଓ ବେସରକରୀ ଅନୁଷ୍ଠାନରେ କୋଠା ନିର୍ମାଣ ଚାଲିଥିବାବେଳେ ନିୟମକୁ ଉଲଂଘନ କରାଯାଇଛି । ଏସବୁର ରିଏଲିଟି ଚେକ କରିଛି କନକ ନ୍ୟୁଜ ।