୨୧ ତମ ରାଜ୍ୟଗୋଷ୍ଠୀ କ୍ରୀଡା ମହାକୁମ୍ଭ ପାଇଁ ବାଜିଲା ବିଗୁଲ । ବୁଧବାର ବହୁପ୍ରତୀକ୍ଷିତ ରାଜ୍ୟଗୋଷ୍ଠୀ କ୍ରୀଡା ଉଦଘାଟିତ ହୋଇଛି । ଅଷ୍ଟ୍ରେଲିଆର ଗୋଲଡକୋଷ୍ଟଠାରେ ଏପ୍ରିଲ ୧୫ ଯାଏ ଚାଲିବାକୁ ଥିବା ଖେଳ ମହାକୁମ୍ଭରେ ଭାରତୀୟ ତ୍ରିରଙ୍ଗାକୁ ଅଲମ୍ପିକ ରୌପ୍ୟ ପଦକ ବିଜୟିନୀ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ଧରିଥିଲେ। ଏଥିରେ ଭାରତର ସମୁଦାୟ ୨୨୧ ଜଣ ଖେଳାଳି ଭାଗ ନେଉଛନ୍ତି।

Advertisment

publive-imageରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଆଖି ଝଲିସିଯିବା ଭଳି ଆତସବାଜି ପ୍ରଦର୍ଶନରେ ପୂରା ଷ୍ଟାଡିୟମ ଝଲସି ଉଠିଛି । ଉଦଘାଟନ ଉତ୍ସବ ଆରମ୍ଭ ହେବା କ୍ଷଣି ମୂଷଳ ଧାରାରେ ବର୍ଷା ହେଉଥିଲେ ମଧ୍ୟ ଦର୍ଶକଙ୍କ ମଧ୍ୟରେ ଉତ୍ସାହ କମିନଥିଲା । ଉଦଘାଟନି ଉତ୍ସବ ଅବସରରେ ଅଷ୍ଟ୍ରେଲିଆର ସାଂସ୍କୃତିକ କାର୍ୟ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା। ଉଦଘାଟନ ସମାରୋହର ଥିମ୍ ‘ହ୍ୟାଲୋ ଆର୍ଥ’ ରଖାଯାଇଛି। ଆଉ ଏଥିପାଇଁ ନୀଳ ରଙ୍ଗର ଆତଶବାଜିକୁ ପ୍ରାଥମିକତା ଦିଆଯାଇଥିଲା।ଅଷ୍ଟ୍ରେଲିଆର ପ୍ରତିରକ୍ଷା ବାହିନୀ ସଦସ୍ୟଙ୍କ ଦ୍ୱାରା ଅଷ୍ଟ୍ରେଲିଆ, ଏବରିଜନାଲ ଓ ଟୋରେସ ଷ୍ଟ୍ରେଟ ଦୀପ ଧ୍ୱଜାରୋହଣ କରିଥିଲେ। ମଞ୍ଚରେ ବ୍ରିଟେନ୍ର ପ୍ରିନ୍ସ ଚାଲର୍ସ ଓ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ମେଲକମ୍ ଟର୍ଣ୍ଣବୁଲ ମଧ୍ୟ ଉପସ୍ଥିତ ଥିଲେ।

publive-imageଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ଏମସି ମେରିକମ୍ ଅଷ୍ଟ୍ରେଲିଆର ଗୋଲ୍କୋଷ୍ଟରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ଜିତିବାଠୁ ଗୋଟିଏ ବିଜୟ ଦୂରରେ ରହିଛନ୍ତି। ଆଉ ମାତ୍ର ଗୋଟିଏ ବାଉଟ୍ ଜିତିଗଲେ ମେରି କମ୍ ଭାରତ ପାଇଁ ରାଜ୍ୟଗୋଷ୍ଠୀ ପଦକ ନିଶ୍ଚିତ କରିବେ। ମଙ୍ଗଳବାର ଏଠାରେ ମୁଷ୍ଟିଯୁଦ୍ଧ ଡ୍ର’ ଉଠାଣ ହୋଇଥିଲା ବେଳେ ମହିଳା ମୁଷ୍ଟିଯୁଦ୍ଧ ବର୍ଗରେ ମାତ୍ର ୮ ପ୍ରତିଯୋଗୀ ରହିଛନ୍ତି। ଫଳରେ ମେରି କମ୍ ସିଧାସଳଖ କ୍ୱାର୍ଟର ଫାଇନାଲରୁ ହିଁ ଅଭିଯାନ ଆରମ୍ଭ କରିବେ। ସେହିପରି ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା କାଂସ୍ୟ ବିଜୟିନୀ ପିଙ୍କି ଜାଙ୍ଗ୍ରା ମଧ୍ୟ କ୍ୱାର୍ଟର ଫାଇନାଲ୍ରୁ ଲଢ଼େଇ ଆରମ୍ଭ କରିବେ। ଅନ୍ୟପକ୍ଷରେ ପୁରୁଷ ବର୍ଗରେ ବିକାଶ କୃଷ୍ଣନ୍, ସତୀଶ କୁମାର ଏବଂ ମନୀଷ କୌଶିକ୍ ମଧ୍ୟ ବାଇ ପାଇ କ୍ୱାର୍ଟର ଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି।