ପୋଷ୍ଟ ଅଫିସରେ ଖାତା ଖୋଲି ଫସିଗଲେ। କାରନାମା କଲେ ସାଇବର ଠକ, ବନ୍ଧା ହେଲେ ଗ୍ରାମବାସୀ।

ପୋଷ୍ଟ ଅଫିସରେ ଖାତା ଖୋଲି ଫସିଗଲେ। କାରନାମା କଲେ ସାଇବର ଠକ, ବନ୍ଧା ହେଲେ ଗ୍ରାମବାସୀ।

କନକ ବ୍ୟୁରୋ: ପୋଷ୍ଟ ଅଫିସରେ ଆକାଉଣ୍ଟ ଖୋଲିଲେ ଟଙ୍କା ମିଳିବ, ମାଗଣା ଟଙ୍କା ପାଇବାର ଲୋଭ ଏବେ ଗାଁ ଲୋକଙ୍କୁ ମହଙ୍ଗା ପଡିଛି । ନବରଙ୍ଗପୁରରେ ଏକ ନ୍ୟୁଡ କଲ ଓ ବ୍ଲାକମେଲିଂ ମାମଲାର ଖୋଳତାଡ କରି ପୁଲିସ ୪ ଜଣ ଗ୍ରାମବାସୀଙ୍କୁ ଉଠାଇ ନେଇଛି ।

ଅଶ୍ଲିଳ ଭିଡିଓ ଭାଇରାଲ କରିଦେବାର ଧମକ ଦେଇ ବଟି ଆଦାୟ ମାମଲାରେ ଉମରକୋଟ ଓ ଡାବୁଗାଁ ଥାନା ଅଞ୍ଚଳର ୪ ଜଣ ଯୁବକଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା । ସେମାନଙ୍କୁ ଜେରା କରିବା ପରେ ଏକ ନୂଆ ଗୁମର ସାମ୍ନାକୁ ଆସିଛି । ସେମାନେ ଅପରାଧ ସହ ସମ୍ପୃକ୍ତ ନୁହଁନ୍ତି କି ଟଙ୍କା ସେମାନେ ଉଠାଇ ନାହାନ୍ତି । ଅନ୍ୟଜଣେ ତାଙ୍କ ଆକାଉଣ୍ଟକୁ ବ୍ୟବହାର କରି, ଟଙ୍କା ଠକି ନେଇଛି । ଖୋଳତାଡ ପରେ ଜଣାପଡିଛି ସାଇବର ଠକଙ୍କ ଜାଲରେ ଫସି ଟଙ୍କା ପାଇବା ଲୋଭରେ ଡାବୁଗାଁ ଓ ଉମରକୋଟ ବ୍ଲକର ଶତାଧିକ ଲୋକ ପୋଷ୍ଟ ଅଫିସରେ ପାସବୁକ ଖୋଲିଛନ୍ତି । ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ପୁରୁଣା କଏନ ବିକ୍ରି ପାଇଁ ଫେସବୁକରେ ବିଜ୍ଞାପନ ଦେଇଥିଲେ । ଯୋଗାଯୋଗ କରିବାରୁ ସେମାନେ ପୋଷ୍ଟାଲରେ ଆକାଉଂଟ ଖୋଲିବାକୁ ବୁଝାଇଥିଲେ । ଆକାଉଣ୍ଟ ଖୋଲିଲେ, ୫୦୦ ଟଙ୍କା ମିଳିବାର ଲୋଭ ଦେଖାଇଥିଲେ ।

ସାଂଘାତିକ କଥା ହେଲା, ଆକାଉଣ୍ଟର ନେଣ ଦେଣ ବାବଦରେ ଗାଁ ଲୋକ କିଛି ଜାଣିପାରୁ ନାହାନ୍ତି । ସାଇବର ଠକ ବଟି ଆଦାୟ ପାଇଁ ଲୋକଙ୍କ ଆକାଉଣ୍ଟକୁ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ପୁଲିସ ସୂଚନା ଅନୁସାରେ ନ୍ୟୁଡ କଲ ଓ ବ୍ଲାକମେଲିଂ ନେଇ ତାମିଲନାଡୁର ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ । ପୁଲିସ ଠକାମୀର ଶିକାର ହୋଇଥିବା ବ୍ୟକ୍ତି ଟଙ୍କା ପଠାଇଥିବା ଆକାଉଣ୍ଟର ଖୋଳତାଡ କରି ନବରଙ୍ଗପୁରରେ ପହଞ୍ଚିଥିଲା । ଆଉ ଟଙ୍କା ଟ୍ରାନଜାକସନ ହୋଇଥିବା ସେହି ୪ଜଣ ଆକାଉଣ୍ଟଧାରୀଙ୍କୁ ଉଠାଇ ନେଇ ପଚରା ଉଚରା କରିଛି । ସାଇବର ଠକଙ୍କ ଚାଲ ବୁଝିନପାରି ମାଗଣାରେ ୫ଶହ ଟଙ୍କା ପାଇବା ପାଇଁ ପୋଷ୍ଟ ଅଫିସରେ ଆକାଉଣ୍ଟ ଖୋଲିଥିବା ଲୋକେ ଏବେ ଗିରଫ ଭୟରେ ଦିନ କାଟୁୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe