ଏହି ଷ୍ଟୋର ଖୋଲିଲେ ସରକାର ଆପଣଙ୍କୁ ଦେବେ ଅଢ଼େଇ ଲକ୍ଷ ଟଙ୍କା, ଏହା ସହିତ ପ୍ରତି ମାସ ହେବ ଜବରଦସ୍ତ ଆୟ । ଜାଣନ୍ତୁ ଆବେଦନ ପ୍ରକ୍ରିୟା

56

କେନ୍ଦ୍ର ସରକାର ଜନ ଔଷଧି କେନ୍ଦ୍ର ଖୋଲିବା ପାଇଁ ଏବେ ଆପଣଙ୍କୁ ଅଢ଼େଇ ଲକ୍ଷ ଟଙ୍କାର ସହାୟତା ଦେବେ । ଏହି ସହାୟତା ରାଶି ମାସିକ ପ୍ରୋତ୍ସାହନ ଆଧାରରେ ଦିଆଯିବ । ଏହି ପ୍ରୋତ୍ସାହନ ରାଶି ଔଷଧ ବିକ୍ରି କରି ମିଳୁଥିବା କମିଶନ ଠାରୁ ଅଲଗା ହେବ । ପ୍ରୋତ୍ସାହନ ରାଶି ସେପର୍ଯ୍ୟନ୍ତ ଦିଆଯିବ, ଯେପର୍ଯ୍ୟନ୍ତ ମେଡିକାଲ ଷ୍ଟୋର ଖୋଲୁଥିବା ବ୍ୟକ୍ତିଙ୍କୁ ୨.୫ ଲକ୍ଷ ଟଙ୍କା ନମିଳିଯାଏ । ଏହା ବ୍ୟତୀତ ପ୍ରତି ମାସ ୨୦ ପ୍ରତିଶତ କମିଶନ ସହିତ ସର୍ବାଧିକ ୧୦ ପ୍ରତିଶତ ବା ୧୦ ହଜାର ଦୁଇଟି ମଧ୍ୟରୁ ଯାହା ଅଧିକ ଥିବ, ପ୍ରୋତ୍ସାହନ ରାଶି ଦେଇ ଲାଭର ମଧ୍ୟ ଗ୍ୟାରେଣ୍ଟି ନେବ । ଆଗକୁ ୨୦୦୦ ଜନ ଔଷଧି କେନ୍ଦ୍ର ଖୋଲିବାର ଯୋଜନା ରଖିଛନ୍ତି କେନ୍ଦ୍ର ସରକାର, ଏମିତିରେ ଆପଣ ବି ଏହି ଯୋଜନାର ସଂପୂର୍ଣ୍ଣ ଲାଭ ଉଠାଇ ପାରିବେ ।

ସରକାର ନିଷ୍ପତ୍ତି ନେଇଛନ୍ତି କି, ଔଷଧ ବିକ୍ରି କଲେ ମିଳୁଥିବା ୨୦ ପ୍ରତିଶତ କମିଶନ ବ୍ୟତୀତ ଅନ୍ୟ ୧୦ ପ୍ରତିଶତ ପ୍ରୋତ୍ସାହନ ରାଶି ଦିଆଯିବ । ଏହା ପାଇଁ ସମଗ୍ର ଦେଶରେ ପିଓଏସ ମେସିନ ବଣ୍ଟା ଯିବ । ନୂଆ ଯୋଜନା ସହିତ ଯେଉଁମାନେ ଯୋଡି ହେବେ ତାଙ୍କୁ ହାତକୁ ହାତ ଏହି ମେସିନ ଦିଆଯିବ । ପିଓଏସ ମେସିନ ଜରିଆରେ ପ୍ରତି ମାସ ସରକାର ଦୋକାନ ଖୋଲୁଥିବା ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରୋତ୍ସାହନ ରାଶି ଦେବେ ।

ଆପଣ ସେଣ୍ଟର ଜରିଆରେ ମାସକୁ ଯେତେ ଔଷଧ ବିକ୍ରି କରିବେ, ସେହି ଔଷଧର ୨୦ ପ୍ରତିଶତ ଆପଣଙ୍କୁ କମିଶନ ରୂପେ ମିଳିଯିବ । ଏହି ଭାବରେ ଯଦି ଆପଣ ମାସକୁ ୧ଲକ୍ଷ ଟଙ୍କାର ବି ସେଲ କରୁଛନ୍ତି ତେବେ ଆପଣଙ୍କୁ ସେହି ମାସରେ ୨୦ ହଜାର ଟଙ୍କା କମିଶନ ମିଳିଯିବ ।

ଜନ ଔଷଧି କେନ୍ଦ୍ର ଖୋଲିବା ପାଇଁ ସରକାର ୩ଟି ଶ୍ରେଣୀ ତିଆରି କରିଛନ୍ତି :

• ପ୍ରଥମ ବର୍ଗରେ ଯେକୈାଣସି ବ୍ୟକ୍ତି, ବେରୋଜଗାର ଫାର୍ମାସିଷ୍ଟ, ଡାକ୍ତର, ପଂଜିକୃତ ମେଡିକାଲ ପ୍ରାକ୍ଟିସନର ଷ୍ଟୋର ଖୋଲି ପାରିବେ ।

• ଦ୍ୱିତୀୟ ବର୍ଗରେ ଟ୍ରଷ୍ଟ, ଏନଜିଓ, ପ୍ରାଇଭେଟ ହସପିଟାଲ, ସୋସାଇଟି ଓ ସ୍ୱୟଂ ସହାୟକ ଗୋଷ୍ଠୀ ଷ୍ଟୋର ଖୋଲିବାର ସୁଯୋଗ ପାଇବେ ।

• ତୃତୀୟ ବର୍ଗରେ ରହିବ ରାଜ୍ୟ ସରକାରଙ୍କ ଦ୍ୱାରା ମନୋନୀତ କରାଯାଇଥିବା ଏଜେନ୍ସି ।

ଯେଉଁ ବ୍ୟକ୍ତି ବା ଏଜେନ୍ସି ଷ୍ଟୋର ଖୋଲିବା ପାଇଁ ଚାହୁଁଛନ୍ତି, ସେମାନେ https://janaushadhi.gov.in/ କୁ ଯାଇ ଫର୍ମ ଡାଉନଲୋଡ କରିପାରିବେ । ଏହି ଆପ୍ଳିକେସନକୁ ବ୍ୟୁରୋ ଅଫ ଫାର୍ମା ପବ୍ଲିକ ସେକ୍ଟର ଅଣ୍ଡରଟେକିଙ୍ଗ ଅଫ ଇଣ୍ଡିଆର ଜେନେରାଲ ମ୍ୟାନେଜର ଙ୍କ ନାମରେ ପଠାଇ ପାରିବେ । ଏହି ୱେବସାଇଟରେ ଆହୁରି ସୂଚନା ଅଛି ।