କନକ ବ୍ୟୁରୋ: ୟୁକ୍ରେନ ସହ ଯୁଦ୍ଧ ଭିତରେ ଋଷର ବେଲଗୋରଡ ସେନା କ୍ୟାମ୍ପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଆତଙ୍କବାଦୀଙ୍କ ଆଖିବୁଜା ଗୁଳିମାଡରେ ଋଷ ସେନାର ୧୧ ଜଣ ସୈନିକ ପ୍ରାଣ ହରାଇଥିବାବେଳେ ୧୫ରୁ ଅଧିକ ଗୁରୁତର ହୋଇଛନ୍ତି । ତେବେ ସେନାର ପାଲଟା ଆକ୍ରମଣରେ ଦୁଇ ଆତଙ୍କୀଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡିଛି ।
ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ, ୟୁକ୍ରେନ୍ ବିରୋଧରେ ଲଢ଼ିବାକୁ ଆସିଥିବା ତଥା ଋଷ ସେନାରେ ଭଲ୍ୟୁଣ୍ଟିୟର ଭାବେ ଯୋଗ ଦେଇଥିବା ଦୁଇ ବ୍ୟକ୍ତି ଋଷ ସେନା ଉପରେ ଏପରି ଆକ୍ରମଣ କରିଛନ୍ତି । ବନ୍ଧୁକ ଚାଳନା ଟ୍ରେନିଙ୍ଗ ଦିଆଯାଉଥିବାବେଳେ ଏହି ଦୁଇ ବ୍ୟକ୍ତି ଆସି ଋଷ ସେନାରେ ଯୋଗ ଦେବାକୁ ଆବେଦନ କରିଥିଲେ । ୟୁକ୍ରେନ ବିରୋଧୀ ସ୍ୱତନ୍ତ୍ର ସେନା ଅପରେସନରେ ମିଶିବାକୁ ଇଚ୍ଛା ପ୍ରକାଶ କରି ସେ ଟ୍ରେନିଂ ସେଣ୍ଟର ଭିତରକୁ ପ୍ରବେଶ କରିଥିଲେ। ଏହାପରେ ଏକ ଛୋଟ ବନ୍ଧୁକରେ ଟ୍ରେନିଂରେ ବ୍ୟସ୍ତ ଥିବା ଋଷ ସେନା ଉପରେ ଆକ୍ରମଣ କରିଥିଲେ । ୠଣମାଧ୍ୟମକୁ ସୂଚନା ଦେବାକୁ ଯାଇ ଏପରି ଋଷ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏପରି କୁହାଯାଇଛି ।
୨ ଆକ୍ରମଣକାରୀ ପୂର୍ବତନ ସୋଭିଏତ ରିପବ୍ଲିକର ନାଗରିକ ବୋଲି ଜଣାପଡ଼ିଛି। ତେବେ ଆକ୍ରମଣ ପରେ ଦୁଇ ଆକ୍ରମଣକାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି ବୋଲି ଋଷ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/Capture-24.jpg)