କନକ ବ୍ୟୁରୋ: ସମସ୍ତ ଡ୍ରେନ୍ ଉପରେ ସ୍ଲାବ ପକାଇବା ବାଧ୍ୟତାମୂଳକ ବୋଲି ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଇସାରିଛନ୍ତି । ହେଲେ ଏହାକୁ ପାଳନ କରିନାହାଁନ୍ତି ବିଏମସି କର୍ତ୍ତୃପକ୍ଷ କିମ୍ବା ନଗର ଉନ୍ନୟନ ବିଭାଗ । ତେଣୁ ଭୁବନେଶ୍ୱର ସ୍ମାର୍ଟ ସିଟିରେ ବାରମ୍ବାର ଜୀବନ ଯିବା ଘଟଣା ବିଏମସି କର୍ତ୍ତୃପକ୍ଷଙ୍କୁ କାଠଗଡାରେ ଛିଡା କରିଛି । ଖାଲି ସେତିକି ନୁହେଁ, ଏହି ଅବହେଳା ପାଇଁ ବିଏମସି କମିଶନର ସଂଜୟ ସିଂହଙ୍କୁ ଦାୟୀ କରି ତାଙ୍କ ବିରୋଧରେ ଖଣ୍ଡଗିିରି ଥାନାରେ ଏତଲା ଦେଇଛି ବିଜେପି ।
କେବଳ ଭୁବନେଶ୍ୱରର ନୁହେଁ ରାଜ୍ୟର ୧୧୪ଟି ସହରାଞ୍ଚଳରେ ଅବସ୍ଥା ସାଂଘାତିକ । ମାତ୍ର କେତେ ମିନିଟର ବର୍ଷା ହେଲେ ସହର ଜଳବନ୍ଦୀ ହୋଇଯାଉଛି । କିନ୍ତୁ ନିରବଦ୍ରଷ୍ଟା ସାଜିଛି ନଗର ଉନ୍ନୟନ ବିଭାଗ । ୬ବର୍ଷ ହେଲା ନଗର ଉନ୍ନୟନ ବିଭାଗର ସଚିବ ଭାବେ ଗାଦି ଜଗିଛନ୍ତି ଜି.ମାଥିଭାଥନନ । ବିଭିନ୍ନ ସହରର ସମସ୍ୟା ଲାଗି ରହିଥିବାବେଳେ ନଗର ଉନ୍ନୟନ ବିଭାଗରେ ଜଣେ ସଚିବ ଏତେ ବର୍ଷ ହେଲା କାହିଁକି ରହିଛନ୍ତି ବୋଲି ବିଧାନସଭାରେ ପ୍ରଶ୍ନ ଉଠିଥିଲେ ବି ଲୋକଙ୍କ ହିତ ପାଇଁ ଜଣଙ୍କୁ ରଖାଯାଇଛି ବୋଲି ବିତଣ୍ଡା ଯୁକ୍ତି ବାଢ଼ିଛି ସରକାର ।
ତେବେ ପ୍ରଶ୍ନ ଉଠୁଛି ..
- ସ୍ମାର୍ଟ ସିଟିରେ ମୁକୁଳା ପଡ଼ିଥିବା ଡ୍ରେନ ପାଇଁ ଦାୟୀ କିଏ?
- ବିଏମସିର ବେପରୁଆ ମନୋଭାବକୁ କାହିଁକି ଦାୟୀ କରାଯିବନି?
- ଆଉ କେତେ ଜୀବନ ଗଲେ ପ୍ରଶାସନର ନିଦ ଭାଙ୍ଗିବ?
- ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରୁନାହିଁ କି ବିଏମସି ?
- କେବେ ପଡ଼ିବ ରାଜଧାନୀର ମୁକୁଳା ଡ୍ରେନ ଉପରେ ସ୍ଲାବ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/09/vlcsnap-2021-09-20-21h28m43s130.png)