ଆସ୍ଥା ସ୍କୁଲ ଅଫ ମ୍ୟାନେଜମେଣ୍ଟ ପକ୍ଷରୁ ଆନ୍ତଃ ବିଜନେସ୍ ସ୍କୁଲ ଓପନ ଡ଼ୋର ବ୍ୟାଡମିଣ୍ଟନ ପ୍ରତିଯୋଗିତା “ସଟଲ ସ୍ମାର୍ସସ-୨୦୨୩” ଆୟୋଜିତ

Advertisment
ଆସ୍ଥା ସ୍କୁଲ ଅଫ ମ୍ୟାନେଜମେଣ୍ଟ ପକ୍ଷରୁ ଆନ୍ତଃ ବିଜନେସ୍ ସ୍କୁଲ ଓପନ ଡ଼ୋର ବ୍ୟାଡମିଣ୍ଟନ ପ୍ରତିଯୋଗିତା “ସଟଲ ସ୍ମାର୍ସସ-୨୦୨୩” ଆୟୋଜିତ

କନକ ବ୍ୟୁରୋ : ଓଡ଼ିଶାର ଅଗ୍ରଣୀ ମ୍ୟାନେଜମେଣଟ ଶିକ୍ଷାନୁଷ୍ଟାନ ଆସ୍ଥା ସ୍କୁଲ ଅଫ ମ୍ୟାନେଜମେଣଟ ପକ୍ଷରୁ ଏକ ଆନ୍ତଃ ବିଜନେସ୍ ସ୍କୁଲ ଓପନ ଡ଼ୋର ବ୍ୟାଡ଼ମିଣଟନ ପ୍ରତିଯୋଗିତା “ସଟଲ ସ୍ମାର୍ସସ୍-୨୦୨୩” ଅନୂଷ୍ଠିତ ହୋଇଯାଇଛି । ଶ୍ରୀ ପଂଚମୂଖୀ ଏଜୁକେଶନାଲ ଏବଂ ଚାରିଟେବଲ ଟ୍ରଷ୍ଟର ଚେୟାରମ୍ୟାନ ରୋଟାରିୟାନ ବିଜୟ କୁମାର ପାତ୍ର ଏହି ପ୍ରତିଯୋତାକୁ ଉଦଘାଟନ କରି ଏକ ସୁସ୍ଥ ସମାଜ ଗଠନରେ ଛାତ୍ରଛାତ୍ରୀ ମାନଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ ଏବଂ ସଦା ସର୍ବଦା ଖେଳକୁଦ ଏକ ଛାତ୍ରର ମାନସିକ ଏବଂ ଶାରୀରିକ ଗଠନ ଦିଗରେ ଏକାନ୍ତ ଅପରିହାର୍ଯ୍ୟ ବୋଲି ମତ ବ୍ୟକ୍ତ କରିଥିଲେ । ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୮୦ରୁ ଉର୍ଦ୍ଦ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନର ଛାତ୍ରଛ୍ରାତ୍ରୀ ମାନେ ଯୋଗ ଦେଇଥିଲେ ।

ଦୁଇଦିନ ବ୍ୟାପି ଏହି ପ୍ରତିଯୋଗିତାରେ ଉଭୟ ପୁରୁଷ ଏବଂ ମହିଳା ଡ଼ବଲସ୍ର ୧୦୦ରୁ ଉଦ୍ଧ୍ୱର୍ ଟିମ୍ ଭାଗନେଇଥିଲେ । କର୍ପୋରେଟ କ୍ଷେତ୍ରରୁ ନାଲକୋ, ଆରବିଆଇ, ବିଏସଏନଏଲ, ଡ଼ିକୋବି, ଫ୍ଲିପକାଟ, ରିଲାଏନ୍ସ ରିଟେଲ, ଓଟିଭି, ସମ୍ବାଦ, ଅରଗସ ନିୟୁଜ, ଇନଫୋସିସ, ଏଜି ଅଫିସ, ଏନଏନଏସସିଇ, ଏସଏଫଏସ, ଓବିଏଫସି, ରୁଚି ଫୁଡ଼ସ, ନିପନ ଇଣ୍ଡିଆ, ଆପୋଲୋ ହସପିଟାଲ, ଟେକ ମହିନ୍ଦ୍ରା, ଆକସିସ ବ୍ୟାଙ୍କ, ଭୁବନେଶ୍ୱର ଷ୍ଟକ ଏକ୍ସଚେଞ, ଏମ୍ସ ଭୁବନେଶ୍ୱର ଏବଂ ଆସ୍ଥା ସ୍କୁଲ ଅଫ ମେନେଜମେଣଟ ରୁ ୫୦ରୁ ଉଦ୍ଦ୍ୱର୍ ଟିମ୍ ଏହି ପ୍ରତିଯୋଗିତାରେ ଭାଗନେଇଥିଲେ । ପୁରୁଷ ବିଭାଗରେ କିଟ ୟୁନିଭରସିଟିର ସତ୍ୟରଞନ ପାଲ ଏବଂ ଅଙ୍କିତ ସାହୁ ବିଜେତା ଏବଂ ଆମିଟିର ଗୌରବ ବେହେରା ଏବଂ ଗୌରବ ନାଏକ ଉପ ବିଜେତା ଘୋଷିତ ହୋଇଥିଲେ । ସେମାନଙ୍କୁ ଯଥାକ୍ରମେ ୧୦୦୦୦ ଓ ୫୦୦୦ ଟଙ୍କା ପୁରସ୍କାର ସହିତ ଟ୍ରଫି ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା ।

ମହିଳା ବିଭାଗରେ ଉକ୍ରଳ ୟୁନିଭରସିଟିର ପ୍ରିୟଙ୍କା ଲେଙ୍କା ଏବଂ ଆକାକ୍ଷ୍ୟା ବେହୁରା ବିଜେତା ଏବଂ ସିଆଇଏମଇର ସାଇନା ସାହୁ ଏବଂ ପ୍ରଣତି ସାହୁ ଉପ ବିଜେତା ଘୋଷିତ ହୋଇଥିଲେ । ସେମାନଙ୍କୁ ଯଥାକ୍ରମେ ୭୦୦୦ ଓ ୩୦୦୦ ଟଙ୍କା ପୁରସ୍କାର ସହିତ ଟ୍ରଫି ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା । କର୍ପୋରେଟ ବିଭାଗ (ଭେଟରାନ)ରେ ନାଇନ୍ଥ ଷ୍ଟ୍ରିଟର ଅଜୟ ଖୁଂଟିଆ ଏବଂ ପ୍ରକାଶ ସାହୁ ବିଜେତା ଏବଂ ଶ୍ରୀ ଫାଇନାସ୍ର ଶ୍ୱରୁପ ମହାନ୍ତି ଏବଂ ଯଂଗ ନାରାୟଣ ମିଶ୍ର ଉପ ବିଜେତା ଘୋଷିତ ହୋଇଥିଲେ । କର୍ପୋରେଟ ବିଭାଗ (ୟଙ୍ଗ ୱାରିୟରସ)ରେ ଫୁଡ଼ ଏନ କେଟର ଆସିଶ ମିଶ୍ର ଏବଂ ପ୍ରଭାକର ପ୍ରଧାନ ବିଜେତା ଏବଂ ଶ୍ରୀ ଫାଇନାସ୍ର ବିଶ୍ୱନାଥ ପରିଡ଼ା ଏବଂ ଅଭିଷେକ ପଟନାୟକ ଉପବିଜେତା ଘୋଷିତ ହୋଇଥିଲେ । ସେମାନଙ୍କୁ ଟ୍ରଫି ଏବଂ ମାନପତ୍ର ସହିତ ଅକର୍ଷଣିୟ ପୁରସ୍କାର ମାନ ପ୍ରଦାନ କରାଯାଇଥିଲା । ସହଭାଗିତା ରୂପେ କର୍ପୋରେଟ ଜଗତର ସୁନାମଧନ୍ୟ କମ୍ପାନୀ ଯଥା ନାଲକୋ, ଆସୋଟେକ, ଡ଼ିକୋବି ପରି ୨୦ରୁ ଉଦ୍ଧ୍ୱର୍ କମ୍ପାନି ଯୋଗଦେଇଥିଲେ । ମିଡ଼ିଆ ସହଭାବିତା ଭାବରେ ସମ୍ବାଦ, କନକ ନିୟୁଜ୍, ରେଡ଼ିଓ ଚକଲେଟ (୧୦୪ ଏଫଏମ) ଏବଂ ସମ୍ବାଦ ଡ଼ିଜିଟାଲ ରହିଥିଲେ ।

ପ୍ରାରମ୍ଭରେ ଡ଼ଃ ବଙ୍କିମ ମହାନ୍ତି, କାର୍ଯ୍ୟନିର୍ବାହି ନିର୍ଦ୍ଦେଶକ ଏବଂ ସଂପାଦକ ସ୍ୱାଗତ ଭାଷଣ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ଖେଳର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଶ୍ରୀଯୁକ୍ତ ସୋମନାଥ ହଂସଦା, ସିଭିଓ, ନାଲକୋ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ ଜୀବନ ଯାପନ କରିବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ରୂପେ ଆସୋଟେକର ଭାଇସ ପ୍ରେସିଡ଼େଂଟ ଶ୍ରୀଯୁକ୍ତ ଶଶାଙ୍କ ରାଉତ ଯୋଗ ଦେଇ ବୃତିଗତ ଶିକ୍ଷା କ୍ଷେତ୍ରରେ ଖେଳକୁଦର ବିଶେଷତ୍ୱ ବିଷୟରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷା ପ୍ରଫେସର ଡ଼ଃ ଶର୍ମିଲା ସୁବ୍ରମନିୟନ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପ୍ରତିଯୋଗିତାରେ ଭାଗ ନେଇଥିବାରୁ ସାଧୁବାଦ ଅର୍ପଣ କରିଥିଲେ । ପରିଶେଷ ରେ ପ୍ରଫେସର ସତ୍ୟନାଥ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପ୍ରତିଯୋଗିତାକୁ ପ୍ରଫେସର ଶତରୁପା, ପ୍ରଫେସର ଦିପନ କୁମାର ଜେନା, ପ୍ରଫେସର ଏମଡି଼ ଆସିଫ ଖାନ, ପ୍ରଫେସର ଦିବ୍ୟ ଓମ୍ ମହାନ୍ତି, ପ୍ରଫେସର ସୁଭସ୍ମିତା ନାଏକ, ପ୍ରଫେସର ମନ୍ମୟ ତ୍ରୀପାଠି ଏବଂ ପ୍ରଫେସର ଅଭିପସା ମିଶ୍ର ପରିଚାଳନା କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe