ମାତ୍ର ୧୦ ଟଙ୍କାରେ ଖୋଲନ୍ତୁ ଖାତା, ମିଳିବ ବ୍ୟାଙ୍କ ଠାରୁ ମଧ୍ୟ ଅଧିକ ସୁଧ । ଜାଣନ୍ତୁ କେଉଁଠି ମିଳିବ ଏହି ସୁବିଧା

87

ବେଳେବେଳେ ଆମେ ୫ ଓ ୧୦ ଟଙ୍କିଆ ମୁଦ୍ରାକୁ ଘରେ ସଂଚୟ କରି ରଖୁ । କିନ୍ତୁ ଏବେ ଆପଣ ଏହି ଖୁଚୁରା ଟଙ୍କା ବଦଳରେ ବ୍ୟାଙ୍କଠାରୁ ବି ଅଧିକ ସୁଧ ଆୟ କରିପାରିବେ । ଭାରତୀୟ ଡାକ ବିଭାଗ ଏମିତି ଏକ ଯୋଜନା ଚଳାଉଛି, ଯାହା ଅଧିନରେ ଆପଣ ମାତ୍ର ୧୦ ଟଙ୍କାରେ ନିଜ ଖାତା ଖୋଲିପାରିବେ । ଆଜି ଯେଉଁଠି ବ୍ୟାଙ୍କ ଠାରୁ ୪ରୁ୬ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଦେଉଛନ୍ତି, ସେଇଠି ଏହି ଯୋଜନା ତା’ ଠାରୁ ବି ଅଧିକ ସୁଧ ଦିଏ ।

ଭାରତୀୟ ଡାକ ବିଭାଗ ୫ ବର୍ଷର ରିକରିଙ୍ଗ ଡିପୋଜିଟ ସ୍କିମ ଚଳାଏ । ପୋଷ୍ଟ ଅଫିସର ସାଇଟ ଉପରେ ଦିଆଯାଇଥିବା ସୂଚନା ମୁତାବକ ଏହି ସ୍କିମ ଅଧିନରେ ଆପଣ ନିଜ ଖାତା କୈାଣସି ବି ଡାକଘର ଯାଇ ଖୋଲିପାରିବେ । ଆପଣଙ୍କୁ ଆପଣଙ୍କ ଖାତାରେ ପ୍ରତି ମାସ ସର୍ବନିମ୍ନ ୧୦ ଟଙ୍କା ଜମା କରିବାକୁ ପଡିବ । ନିଜର ଜମା ରାଶି ଉପରେ ଆପଣଙ୍କୁ ପ୍ରତି ବର୍ଷ ୬.୯ ପ୍ରତିଶତ ସୁଧ ମିଳିବ । ଯଦି ଆପଣ ଆପଣଙ୍କ ୬ଟି କିସ୍ତି ଅଗ୍ରିମ ଜମା କରାଉଛନ୍ତି, ତେବେ ଆପଣଙ୍କୁ ରିହାତି ଦିଆଯିବ । ଆପଣ ୧ ବର୍ଷ ପରେ ଆପଣଙ୍କ ଆକାଉଣ୍ଟରେ ଜମା ରାଶି ମଧ୍ୟରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ କାଢ଼ି ପାରିବେ । ଏହି ଆକାଉଣ୍ଟ ୧୦ ବର୍ଷ ବା ତା’ ଠାରୁ ଅଧିକ ଆୟୁ ଥିବା ଯେକୈାଣସି ପିଲା ବା ବୟସ୍କଙ୍କ ନାମରେ ଖୋଲାଯାଇପାରିବ । ଏହା ଅଧିନରେ ଜଏଣ୍ଟ ଆକାଉଣ୍ଟ ଖୋଲିବାର ବି ସୁବିଧା ଅଛି ।

ଏହି ସ୍କିମ ମୁତାବକ ଯଦି ଆପଣ ଆପଣଙ୍କ ଆକାଉଣ୍ଟ ମାସର ୧୫ ତାରିଖ ପର୍ଯ୍ୟନ୍ତ ଖୋଲିଛନ୍ତି, ତେବେ ଆପଣ ଆସନ୍ତା ମାସର ୧୫ ତାରିଖ ପର୍ଯ୍ୟନ୍ତ ସର୍ବନିମ୍ନ ଜମା ରାଶି ଜମା କରିପାରିବେ । ଯଦି ୧୬ ତାରିଖ ପରେ ଖୋଲିଛନ୍ତି, ତେବେ ଆପଣଙ୍କୁ ମାସର ଶେଷ କାର୍ଯ୍ୟ ଦିବସ ପର୍ଯ୍ୟନ୍ତ ଟଙ୍କା ଜମା କରିବାକୁ ପଡିବ । ଯଦି ଆପଣ ଆପଣଙ୍କ ଜମା କରିବାର ନିଶ୍ଚିତ ଦିନ ଠାରୁ ଡେରି କରୁଛନ୍ତି, ତେବେ ପ୍ରତି ୫ ଟଙ୍କାରୁ ୫ ପଇସା କାଟି ଦିଆଯିବ ଏବଂ ଏମିତି ଲଗାତାର ୪ଥର ହେଲେ ଆପଣଙ୍କ ଖାତା ବନ୍ଦ କରି ଦିଆଯିବ । ଖାତା ଖୋଲିଯିବା ପରେ ଆପଣ ପ୍ରତି ମାସ ସର୍ବନିମ୍ନ ୧୦ଟଙ୍କା ନିଜ ଖାତାରେ ଜମା କରିପାରିବେ । ଏହି ଖାତାରେ ଆପଣ ଚାହିଁଲେ ଡିପୋଜିଟକୁ ବୃଦ୍ଧି କରିପାରିବେ । ଏହା ଆପଣଙ୍କୁ ୫ ଟଙ୍କା ହିସାବରେ ବଢ଼ାଇବାକୁ ପଡିବ ।